ETV Bharat / sports

ଦ୍ବିତୀୟ ମହିଳା ଟି-୨୦: ଭାରତକୁ ୪ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ

author img

By

Published : Oct 9, 2021, 7:00 PM IST

ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ୍‌କୁ ୪ ୱିକେଟରେ ଜିତି ନେଇଛି ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ...

Australia beat India by 4 wickets in 2nd women's T20I
ଦ୍ବିତୀୟ ମହିଳା ଟି-୨୦: ଭାରତକୁ ୪ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ

କାରାରା ଓଭାଲ(କୁଇନ୍ସଲ୍ୟାଣ୍ଡ୍‌): ଏଠାରେ ଖେଳାଯାଇଥିବା ମହିଳା ଟି-୨୦ ମ୍ୟାଚ୍‌ରେ ଭାରତକୁ ୪ ୱିକେଟରେ ହରାଇଛି ଅଷ୍ଟ୍ରେଲିଆ । ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର୍‌ଙ୍କ ନୈରାଶାଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଲକ୍ଷ୍ୟ ଛୋଟିଆ ଥିବାରୁ ସମସ୍ତ ପ୍ରୟାସ ସତ୍ତ୍ବେ ପରାଜୟ ଏଡାଇବାରେ ବୋଲର ବିଫଳ ହୋଇଛନ୍ତି । ଫଳରେ ଏହି ବିଜୟ ସହ ମଲ୍ଟି ଫର୍ମାଟ ସିରିଜକୁ ଘରୋଇ ଅଷ୍ଟ୍ରେଲିଆ ୯-୫ରେ ଜିତିନେଇଛି ।

ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟ ହରାଇ ମାତ୍ର ୧୧୮ ରନ୍‌ କରିବାକୁ ସମର୍ଥ ହୋଇଥିଲା । ପୂଜା ବସ୍ତ୍ରକର ୨୬ ବଲ୍‌ରି ୩୭ ରନ୍‌ର ଉପଯୋଗୀ ଇଂନିସ ଖେଳିଥିଲେ ।

ଏହାପରେ ୧୧୯ ରନ୍‌ର ବିଜୟ ଲକ୍ଷ୍ୟକୁ ୧୯.୧ ଓଭରରେ ହାସଲ କରିନେଇଥିଲା ଅଷ୍ଟ୍ରେଲିଆ । ରୁକି ମାଗ୍ରାଥ ୩୩ ବଲ୍‌ରୁ ଅପରାଜିତ ୪୨ ରନ୍‌ର ମ୍ୟାଚ୍‌ ଇଂନିସ ଖେଳିଥିଲେ । ଭାରତ ପକ୍ଷରୁ ୧୮ତମ ଓଭର ବୋଲିଂ କରିଥିବା ଶିଖା ପାଣ୍ଡେଙ୍କ ଓଭରରୁ ୧୪ ରନ୍‌ ସଂଗ୍ରହ କରିବାସହ ମ୍ୟାଚ୍‌ ଛଡାଇ ନେଇଥିଲେ ମାଗ୍ରାଥ୍‌ । ୧୯ତମ ଓଭରରେ ରେଣୁକା ସିଂ ୧୩ ରନ୍‌ ବ୍ୟୟ କରି ମହଙ୍ଗା ସାବ୍ୟସ୍ତ ହେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.