ETV Bharat / sports

ICC World Cup 2023: 15 ଜଣିଆ ଦଳ ଘୋଷଣା କଲେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା, ବିଶ୍ବକପ ପରେ ଅବସର ନେବେ ଡି'କକ୍

ଆଇସିସି ଦିନିକିଆ ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସେମାନଙ୍କ ସ୍କ୍ବାଡ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 6, 2023, 2:00 PM IST

ICC World Cup 2023
australia and south africa team announces world cup team

ନୂଆଦିଲ୍ଲୀ: ଅକ୍ଟୋବର 5 ତାରିଖରୁ ଭାରତରେ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ଆରମ୍ଭ ହେବ । ଏନେଇ 15 ଜଣିଆ ଦଳ ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ । ଦକ୍ଷିଣ ଆଫ୍ରିକାରେ 8ଜଣ ଖେଳାଳି ପ୍ରଥମ ଥର ପାଇ ବିଶ୍ବକପ ଖେଳିବେ । ତେମ୍ବା ବାଭୁମୀଙ୍କ ନେତୃତ୍ବରେ ପ୍ରଥମ ଥର ଲାଗି ବିଶ୍ବକପ ଖେଳିବେ 8ଜଣ ପ୍ଲେୟାର । ଅକ୍ଟୋବର 7 ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଦିଲ୍ଲୀରେ ଅଭିଯାନ ଆରମ୍ଭ କରିବ ଦକ୍ଷିଣ ଆଫ୍ରିକା । ସେହିପରି ପାଟ କମିନ୍ସଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆର 15 ଜଣିଆ ଦଳ ଘୋଷଣା ହୋଇଛି । ଆୟୋଜକ ଭାରତ ବିପକ୍ଷରେ ଅକ୍ଟୋବର 8 ତାରିଖରେ ଅଭିଯାନ ଆରମ୍ଭ କରିବ ଅଷ୍ଟ୍ରେଲିଆ ।

  • Presenting your 15-player men’s provisional squad for the 2023 World Cup!

    The final 15-player squad will be confirmed later this month 🇦🇺 #CWC23 pic.twitter.com/wO0gBbadKi

    — Cricket Australia (@CricketAus) September 6, 2023 " class="align-text-top noRightClick twitterSection" data=" ">

ଅଷ୍ଟ୍ରେଲିଆ ବିଶ୍ବକପ ଦଳ: ପାଟ କାମିନ୍ସ (ଅଧିନାୟକ), ସେନ ଆବୋଟ, ଅଷ୍ଟନ ଅଗର, ଆଲେକ୍ସ କ୍ୟାରୀ, କାମଗେନ ଗ୍ରୀନ, ଜୋସ ହାଜଲେଉଡ, ଟ୍ରାଭିସ ହେଡ, ଜୋସ ଇଙ୍ଗିଲିସ, ମିଚେଲ ମାର୍ସ, ଗ୍ଲେନ ମ୍ୟାକ୍ସୱେଲ, ଷ୍ଟିଭେନ ସ୍ମିଥ, ମିଚେଲ ଷ୍ଟାର୍କ, ମାରକସ ଷ୍ଟୋନିସ, ଡେଭିଡ ୱାର୍ଣ୍ଣର, ଆଡମ ଜାମ୍ପା ।

ଦକ୍ଷିଣ ଆଫ୍ରିକା ବିଶ୍ବକପ ଦଳ: ତେମ୍ବା ବାଭୁମା (ଅଧିନାୟକ), ଗେରାଲ୍ଡ କୋଏତଜି, କ୍ବିଣ୍ଟନ ଡ଼ିକକ, ରିଜା ହେଣ୍ଡ୍ରିକ୍ସ, ମାର୍କୋ ଜନସେନ, ହେନରିଚ କ୍ଲାସେନ, ସିସାନ୍ଦ ମାଗାଲା, କେଶବ ମହାରାଜ, ଆଇଡେନ ମାର୍କରାମ, ଡେଭିଡ ମିଲାର, ଲୁନଗି ଏନଗିଡି, ଆଇରିଚ ନୋର୍ଖିଆ, କାଗିସୋ ରାବାଡା, ତାବ୍ରିଜ ଶାମସି, ରସି ଭାନ ଡର ଡୁସେନ ।

ବିଶ୍ବକପ ପରେ ଅବସର ନେବେ ଡି'କକ: ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ୱିକେଟ କିପର ବ୍ୟାଟର କ୍ବିଣ୍ଟନ ଡିକକ ଆଗାମୀ ବିଶ୍ବକପ ପରେ ଦିନିକିଆ କ୍ରିକେଟରୁ ଅବସର ନେବା ନେଇ ସୂଚନା ମିଳିଛି । ଡି କକ୍ 2013ରେ ଦିନିକିଆ କ୍ରିକେଟରେ ପଦାର୍ପଣ କରିଥିଲେ । ଏହି ବାମହାତୀ ବ୍ୟାଟର 140ଟି ମ୍ୟାଚ ଖେଳି 5966 ରନ କରିଛନ୍ତି । ସେଥିରେ 17ଟି ଶତକ ଓ 29ଟି ଅର୍ଦ୍ଧଶତକ ରହିଛି । 2016ରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର 178 ରନ ସର୍ବଶ୍ରେଷ୍ଠ ଥିଲା । ୱିକେଟ ପଛରେ ରହି 183ଟି କ୍ୟାଚ ଓ 14ଟି ଷ୍ଟମ୍ପି କରିଛନ୍ତି । 30 ବର୍ଷୀୟ ଖେଳାଳି ପୂର୍ବ 2ଟି ବିଶ୍ବକପରେ ଦଳର ସଦସ୍ୟ ରହିଛନ୍ତି । ଯେଉଁଥିରେ ସେ 17ଟି ମ୍ୟାଚ ଖେଳି 450 ରନ କରିଛନ୍ତି । ଏହା ସହି ଦକ୍ଷିଣଆଫ୍ରିକା ଦଳ 8ଟି ଦିନିକିଆରେ ନେତୃତ୍ବ ନେଇଛନ୍ତି । ସେଥିରୁ 4ଟି ମ୍ୟାଚରେ ବିଜୟ ହାସଲ କରିଛନ୍ତି । ତେବେ ବିଶ୍ବକପ ପରେ ସେ ଦିନିକିଆ ଫର୍ମାଟରୁ ଅବସର ନେବା ନେଇ ସଙ୍କେତ ମିଳିଛି ।

ଏହା ବି ପଢନ୍ତୁ...ICC World Cup 2023: ବିଶ୍ବକପ ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା, ରାହୁଲ ଇନ ସାମସନ ଆଉଟ

ପ୍ରକାଶ ଥାଉ କି, ଅକ୍ଟୋବର 5ରୁ ନଭେମ୍ବର 19 ତାରିଖ ଯାଏଁ ଭାରତରେ ICC ପୁରୁଷ ଦିନିକିଆ ବିଶ୍ବକପ ଖେଳାଯିବ । ମୋଟ 10ଟି ଦଳକୁ ନେଇ 10ଟି ଭେନ୍ୟୁରେ ବିଶ୍ବକପ ମ୍ୟାଚ ଖେଳାଯିବ । ସମସ୍ତ 10ଟି ଭେନ୍ୟୁ ଗୁଡିକ ହେଲା ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା । ଅକ୍ଟୋବର 14 ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ରହିଛି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ ।

ଆୟୋଜକ ଭାରତ ଅକ୍ଟୋବର 8 ତାରିଖରେ 5 ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ । ନଭେମ୍ବର 19 ତାରିଖରେ ଫାଇନାଲ ଖେଳାଯିବ । ବିଶ୍ବକପ ଆରମ୍ଭ ପୂର୍ବରୁ ସେପ୍ଟେମ୍ବର 29ରୁ ୱାର୍ମଅପ୍‌ ମ୍ୟାଚ ଖେଳାଯିବ । ଭାରତ ଇଂଲଣ୍ଡ ଓ ନେଦରଲାଣ୍ଡସ ବିପକ୍ଷରେ ଖେଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.