ନାଗପୁର: ନାଗପୁର ମଇଦାନରେ କମାଲ କଲେ ସ୍ପିନର । ସ୍ପିନ ଆକ୍ରମଣରେ ଧରାଶାୟୀ ହୋଇଛନ୍ତି କଙ୍ଗାରୁ ବ୍ୟାଟର । ଆଜି ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୧୭୭ ରେ ଅଲ ଆଉଟ ହୋଇଛି । ସେପଟେ ନାଗପୁରରେ ସ୍ପିନ ବୋଲିଂର ଯାଦୁ ଦେଖାଇଛନ୍ତି ଦୁଇ ସ୍ପିନର ଜାଡେଜା ଏବଂ ଅଶ୍ବୀନ । ପ୍ରଥମ ପାଳିରେ ରବୀନ୍ଦ୍ର ଜାଡେଜା ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବୀନ ୩ଟି ୱିକେଟ ନେଇଛନ୍ତି । ସେପଟ ଅଷ୍ଟ୍ରେଲିଆର ମାରନୁସ ଲାବୁସେନ ସର୍ବାଧିକ ୪୯ ରନର ଇନିଂସ ଖେଳିଛନ୍ତି ।
-
Innings Break!
— BCCI (@BCCI) February 9, 2023 " class="align-text-top noRightClick twitterSection" data="
Brilliant effort from #TeamIndia bowlers as Australia are all out for 177 in the first innings.
An excellent comeback by @imjadeja as he picks up a fifer 👏👏
Scorecard - https://t.co/edMqDi4dkU #INDvAUS @mastercardindia pic.twitter.com/RPOign3ZEq
">Innings Break!
— BCCI (@BCCI) February 9, 2023
Brilliant effort from #TeamIndia bowlers as Australia are all out for 177 in the first innings.
An excellent comeback by @imjadeja as he picks up a fifer 👏👏
Scorecard - https://t.co/edMqDi4dkU #INDvAUS @mastercardindia pic.twitter.com/RPOign3ZEqInnings Break!
— BCCI (@BCCI) February 9, 2023
Brilliant effort from #TeamIndia bowlers as Australia are all out for 177 in the first innings.
An excellent comeback by @imjadeja as he picks up a fifer 👏👏
Scorecard - https://t.co/edMqDi4dkU #INDvAUS @mastercardindia pic.twitter.com/RPOign3ZEq
ଆରମ୍ଭ ହୋଇଯାଇଛି ବହୁ ପ୍ରତିକ୍ଷିତ ବର୍ଡର ଗାଭାସ୍କର ଟ୍ରଫି । ନାଗପୁର ମଇଦାନରେ ମୁହାଁମୁହିଁ ହୋଇଛନ୍ତି ଭାରତ ବନାମ ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଟସ ଜିତି ଅଧିନାୟକ ପେଟ୍ କମିନ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏହି ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ କଙ୍ଗାରୁ ଦଳ ଯେଭଳି ନେଟ୍ସରେ ଝାଳ ବୁହାଇଥିଲେ ତାକୁ ଦେଖିଲେ ଲାଗୁଥିଲା ପ୍ରଥମ ପାଳି ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଜୋରଦାର ଟକ୍କର ହେବ । ହେଲେ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ଭାରତୀୟ ସ୍ପିନର କଙ୍ଗାରୁ ବ୍ୟାଟରଙ୍କ ଉପରେ ଭାରି ପଡିଛନ୍ତି । ଯାହା ଫଳରେ ପେଟ୍ କମିନ୍ସ ଏଣ୍ଡ କୋ ପ୍ରଥମ ପାଳିରେ ୧୭୭ ରନ କରି ଅଲ ଆଉଟ ହୋଇଛନ୍ତି ।
ମ୍ୟାଚ ଆରମ୍ଭରୁ ଭାରତୀୟ ବୋଲର ନିଜ ବୋଲିଂର ଯାଦୁ ଦେଖାଇଥିଲେ । ଅଷ୍ଟ୍ରେଲିଆର ଦୁଇ ଓପନରଙ୍କୁ ବହୁତ ଶୀଘ୍ର ପାଭଲିୟନର ରାସ୍ତା ଦେଖାଇଥିଲେ ଦୁଇ ଫାଷ୍ଟ ବୋଲର ମହମ୍ମଦ ସାମି ଓ ମହମ୍ମଦ ସିରାଜ । କଙ୍ଗାରୁ ଟିମର ଦୁଇ ଓପନର ଉସମାନ ଖ୍ବାଜା ଏବଂ ଡେଭିଡ ୱାର୍ଣ୍ଣର ଉଭୟ ୧-୧ ରନ କରି ଭାରତୀୟ ବୋଲରଙ୍କ ଶିକାର ହୋଇଥିଲେ । ଏହାପରେ ଷ୍ଟିଭ ସ୍ମିଥ୍ ଏବଂ ଲାବୁସେନ ଦୃଢ ବ୍ୟାଟିଂ ଜାରି ରଖି ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ । ଷ୍ଟିଭ ସ୍ମିଥ ୧୦୭ ବଲରୁ ୩୭ ରନର ଇନିଂସ ଖେଳି ସ୍ପିନର ଜାଡେଜା ବୋଲରେ ବୋଲ୍ଡ ହୋଇଥିଲେ । ସେହିପରି ଲାବୁସେନ ମଧ୍ୟ ୧୨୩ ବଲରୁ ୪୯ ରନର ଇନିଂସ ଖେଳି ଆଉଟ ହୋଇଥିଲେ । ସେହିପରି ପିଟର ହେଣ୍ଡସ୍କମ ୩୧ ରନ କରିଥିବା ବେଳେ ସେ ମଧ୍ୟ ଜାଡେଜା ବଲର ଶିକାର ହୋଇ ପାଭଲିୟନ ଫେରିଥିଲେ । ଆଲେକ୍ସ କେରୀ ଭଲ ପାଳି ଜାରି ରଖିଥିବା ବେଳେ ତାଙ୍କୁ ମଧ୍ୟ ସ୍ପିନର ଅଶ୍ବୀନ ପାଭଲିୟର ରାସ୍ତ ଦେଖାଇଥିଲେ । ଆଲେକ୍ସ ୩୩ ବଲରୁ ୭ ଟି ଚୌକା ସହିତ ୩୬ ରନର ଇନିଂସ ଖେଳିଥିଲେ । ଏହି ୪ ଜଣ ବ୍ୟାଟରଙ୍କୁ ଛାଡିଦେଲେ କଙ୍ଗାରୁ ଟିମର ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ରହିଛନ୍ତି ।
ସେପଟେ ଆଜି ନିଜ ସ୍ପିନ ବୋଲିଂର ଯାଦୁ ଦେଖାଇଛନ୍ତି ସ୍ପିନର ରବୀନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ବୀନ । ଜାଡେଜା ସର୍ବାଧିକ ୫ ଟି ୱିକେଟ ନେଇଥିବା ବେଳେ ଅଶ୍ବିନ ୩ ଟି ୱିକେଟ ନେଇଛନ୍ତି । ସେହିପରି ସିରାଜ ଏବଂ ସାମି ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।