ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନର ଖେଳ ସରିଛି । ନୂଆଦିଲ୍ଲୀସ୍ଥିତ ଅରୁଣ ଜେଟ୍ଲି ଷ୍ଟାଡିୟମରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ୨୬୩ ରନରେ ଅଲ୍ ଆଉଟ ହୋଇଯାଇଥିଲା । ଏହାପରେ ପ୍ରଥମ ଇନିଂସରେ ଏକ ବଡ଼ ସ୍କୋର କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟ ବିଜୟ ପରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଜିତି ଶୃଙ୍ଖଳାକୁ ୨-୦ରେ ଆଗୁଆ ରଖିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । ତେବେ ପ୍ରଥମ ଦିନରେ ଭାରତ ବିନା କୌଣସି କ୍ଷତିରେ ୨୧ ରନ ସଂଗ୍ରହ କରିଛି ।
-
Stumps on Day 1⃣ of the second #INDvAUS Test!#TeamIndia openers see through the final overs of the day's play and finish with 21/0 👌
— BCCI (@BCCI) February 17, 2023 " class="align-text-top noRightClick twitterSection" data="
We will be back with action tomorrow on Day 2, with India trailing by 242 more runs.
Scorecard ▶️ https://t.co/hQpFkyZGW8 @mastercardindia pic.twitter.com/isQQ7ayrEv
">Stumps on Day 1⃣ of the second #INDvAUS Test!#TeamIndia openers see through the final overs of the day's play and finish with 21/0 👌
— BCCI (@BCCI) February 17, 2023
We will be back with action tomorrow on Day 2, with India trailing by 242 more runs.
Scorecard ▶️ https://t.co/hQpFkyZGW8 @mastercardindia pic.twitter.com/isQQ7ayrEvStumps on Day 1⃣ of the second #INDvAUS Test!#TeamIndia openers see through the final overs of the day's play and finish with 21/0 👌
— BCCI (@BCCI) February 17, 2023
We will be back with action tomorrow on Day 2, with India trailing by 242 more runs.
Scorecard ▶️ https://t.co/hQpFkyZGW8 @mastercardindia pic.twitter.com/isQQ7ayrEv
ବର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟ ମ୍ୟାଚରେ କଙ୍ଗାରୁ ଦଳ ଅଧିନାୟକ ପ୍ୟାଟ୍ କମିନ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ଦଳ ପକ୍ଷରୁ ଅନୁଭବୀ ବ୍ୟାଟର ଡେଭିଡ ୱାର୍ନର ବଡ଼ ସ୍କୋର କରିପାରିନଥିଲେ । କେବଳ ୧୫ ରନ କରିଥିବାବେଳେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବଲରେ ୱିକେଟ କିପର ଶ୍ରୀକର ଭରତଙ୍କ ହାତରେ ଧରା ପଡ଼ିଥିଲେ ୱାର୍ନର । ଏହାପରେ ଅନ୍ୟପଟେ ଅଷ୍ଟ୍ରେଲିଆ ପାଳିକୁ ସମ୍ଭାଳିଥିଲେ ଅନ୍ୟତମ ଓପନର ଉସମାନ୍ ଖାୱଜା । କିନ୍ତୁ ଲାବୁସାନେ ମଧ୍ୟ ତାଙ୍କୁ ସାଥ୍ ଦେଇନଥିଲେ । ୧୮ ରନ କରି ପିଚ୍ରେ ଛିଡ଼ା ହୋଇଥିବା ଲାବୁସାନେଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ରବିଚନ୍ଦ୍ରନ ଅଶ୍ବିନ ।
-
Innings Break!
— BCCI (@BCCI) February 17, 2023 " class="align-text-top noRightClick twitterSection" data="
Australia are all out for 263 in the first innings.
4️⃣ wickets for @MdShami11 👌🏻
3️⃣ wickets apiece for @ashwinravi99 & @imjadeja 👍🏻
Scorecard ▶️ https://t.co/hQpFkyZGW8 #TeamIndia | #INDvAUS pic.twitter.com/RZvGJjsMvo
">Innings Break!
— BCCI (@BCCI) February 17, 2023
Australia are all out for 263 in the first innings.
4️⃣ wickets for @MdShami11 👌🏻
3️⃣ wickets apiece for @ashwinravi99 & @imjadeja 👍🏻
Scorecard ▶️ https://t.co/hQpFkyZGW8 #TeamIndia | #INDvAUS pic.twitter.com/RZvGJjsMvoInnings Break!
— BCCI (@BCCI) February 17, 2023
Australia are all out for 263 in the first innings.
4️⃣ wickets for @MdShami11 👌🏻
3️⃣ wickets apiece for @ashwinravi99 & @imjadeja 👍🏻
Scorecard ▶️ https://t.co/hQpFkyZGW8 #TeamIndia | #INDvAUS pic.twitter.com/RZvGJjsMvo
ତେବେ ବଡ଼ ସ୍କୋର ହାସଲ ଲକ୍ଷ୍ୟରେ ରହିଥିବା ଖାୱଜା ଶତକ ମଧ୍ୟ ହାସଲ କରିପାରି ନଥିଲେ । ୧୨ଟି ଚୌକା ଓ ଗୋଟିଏ ଛକା ବଳରେ ୮୧ ରନ କରିଥିବା ଖାୱଜା ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜାଙ୍କ ଶିକାର ହୋଇଥିଲେ । ଅଧିନାୟକ ପ୍ୟାଟ୍ କମିନ୍ସ ୩୩ ରନର ଲଢ଼ୁଆ ପାଳି ଖେଳି ରବିନ୍ଦ୍ର ଜାଡ଼େଜାଙ୍କ ବଲର ଶିକାର ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାଣ୍ଡସ୍କମ୍ବ ୯ ଚୌକା ସହ ୭୨ ରନର ବଡ଼ ପାଳି ଖେଳି ଅପରାଜିତ ରହିଛନ୍ତି । କିନ୍ତୁ ଅନ୍ୟ କୌଣସି ବ୍ୟାଟରଙ୍କ ସହଯୋଗ ନମିଳିବାରୁ ଦଳ ୨୬୩ରନରେ ସୀମିତ ରହିଯାଇଛି ।
ଅନ୍ୟପଟେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ଭାରତୀୟ ବୋଲରଙ୍କର ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଆଜିର ମ୍ୟାଚ୍ରେ ମହମ୍ମଦ ସାମି ୧୪.୪ ଓଭର ବୋଲିଂ କରି ୬୦ ରନ ବ୍ୟୟରେ ସର୍ବାଧିକ ୪ ୱିକେଟ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ୨୧ ଓଭର ବୋଲିଂ କରି ୫୭ ରନ ବ୍ୟୟରେ ୩ ୱିକେଟ ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ମଧ୍ୟ ୨୧ ଓଭର ବୋଲିଂ କରି ୩ଟି ୱିକୋଟ ହାସଲ କରିଥିଲେ । ଅନ୍ୟପଟେ ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ଅକ୍ଷର ପଟେଲଙ୍କୁ କୌଣସି ସଫଳତା ମିଳିନଥିଲେ ମଧ୍ୟ ଉଭୟ ଶୃଙ୍ଖଳିତ ପ୍ରଦର୍ଶନ ଜାରି ରଖିଥିଲେ । ଏହାପରେ ବଡ଼ ସ୍କୋର ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଥିଲା ରୋହିତ ବାହିନୀ । ପ୍ରଥମ ଦିନରେ ଅଧିନାୟକ ରୋହିତ ଶର୍ମା ୩୪ ବଲରୁ ଗୋଟିଏ ଚୌକା ବଳରେ ୧୩ ରନ ଓ ଉପଅଧିନାୟକ ଲୋକେଶ ରାହୁଲ ୨୦ ବଲରୁ ୪ ରନ୍ ସଂଗ୍ରହ କରିଛନ୍ତି । ପ୍ରଥମ ଦିନରେ ଭାରତ ସମୁଦାୟ ୨୧ ରନ ସଂଗ୍ରହ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ