ନୂଆଦିଲ୍ଲୀ: ଆଇପିଏଲ ଖେଳୁଥିବା ଅଷ୍ଟ୍ରେଲୀୟ ଖେଳାଳିଙ୍କ ବଢିଆ ଅଡୁଆ । ଆଇପିଏଲ ଖେଳିବାକୁ ଅଷ୍ଟ୍ରେଲିଆ ଖେଳାଳି ବ୍ୟକ୍ତିଗତ ଭାବେ ଭାରତ ଯାତ୍ରା କରିଥିଲେ । ଫଳରେ ସେମାନେ ନିଜ ଦେଶକୁ ଅନୁରୂପ ଭାବେ ଫେରିବେ । ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା 'ଗାର୍ଡିଆନ'ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହା କହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ।
"ଏହା ଅଷ୍ଟ୍ରେଲିଆର ଭାରତ ଗସ୍ତ ନଥିଲା, ବ୍ୟକ୍ତିଗତ ଭାବେ ଖେଳାଳିମାନେ ଯାତ୍ରା କରିଛନ୍ତି ଓ ସେମାନେ ସେହିପରି ସ୍ବଦେଶ ଫେରିବେ ।" ଏହା କହିଛନ୍ତି ମୋରିସନ ।
ପୂର୍ବରୁ ଭାରତକୁ ଉଭୟ ବାଣିଜ୍ୟିକ ଓ ସରକାରୀ ସେବା ସିଧାସଳଖ ବିମାନ ଉଡାଣ ରଦ୍ଦ ନେଇ ଘୋଷଣା କରିଥିଲେ ମୋରିସନ । ମେ' 15 ପର୍ଯ୍ୟନ୍ତ ଦେଶକୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଅଷ୍ଟ୍ରେଲିଆ ସରକାର ।
ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା କ୍ରିସ ଲିନ, ଟୁର୍ଣ୍ଣାମେଣ୍ଟ ଶେଷ ପରେ କ୍ରିକେଟ ଅଷ୍ଟ୍ରେଲିଆକୁ ଏକ ଚାଟାର୍ଡ ବିମାନ ଯୋଗେଁ ଅଷ୍ଟ୍ରେଲିଆ ଫେରାଇ ନେବାକୁ ପ୍ରସ୍ତାବ ଦେଇଥିବା କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ