ETV Bharat / sports

AUS W v IND W: ମାକେ ପହଞ୍ଚିଲା ମହିଳା ଟିମ ଇଣ୍ଡିଆ - ସ୍ମୃତି ମାନ୍ଧାନା

ଭାରତୀୟ ମହିଳା କ୍ରିକେଟ ଟିମ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ସେପ୍ଟେମ୍ବର ୨୧ରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ପାଇଁ ମାକେ ପହଞ୍ଚିଛି । ଅଧିକ ପଢନ୍ତୁ...

AUS W v IND W: Visitors arrive in Mackay for first ODI
AUS W v IND W: ମାକେ ପହଞ୍ଚିଲା ମହିଳା ଟିମ ଇଣ୍ଡିଆ
author img

By

Published : Sep 19, 2021, 8:33 PM IST

ବ୍ରିସବେନ(ଅଷ୍ଟ୍ରେଲିଆ): ଭାରତୀୟ ମହିଳା କ୍ରିକେଟ ଟିମ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ସେପ୍ଟେମ୍ବର ୨୧ରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ପାଇଁ ମାକେ ପହଞ୍ଚିଛି । ଏନେଇ BCCI ୱମେନ ଟ୍ବିଟ ଯୋଗେ ଏହି ସୂଚନା ଦେଇଛି । ଅଗଷ୍ଟ ୨୮ରେ ଅଷ୍ଟ୍ରେଲିଆ ଗସ୍ତ କରିଥିଲା ଟିମ ଇଣ୍ଡିଆ । ସେଠାରେ ପହଞ୍ଚିବା ପରେ ୧୪ ଦିନ ବାଧ୍ୟତାମୂଳକ କଠୋର କ୍ବାରେଣ୍ଟିନରେ ରହିଥିଲେ ଭାରତୀୟ ଖେଳାଳି ।

ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ସବୁବେଳେ ପସନ୍ଦ କରେ ଭାରତ । କାରଣ ଉଭୟ ଟିମ ମଧ୍ୟରେ ପ୍ରତିନ୍ଦ୍ବନ୍ଦ୍ବୀତା କ୍ରିକେଟର ସ୍ତରକୁ ବୃଦ୍ଧି କରେ। ଏହା କହିଛନ୍ତି ଭାରତୀୟ ଓପନର ସ୍ମୃତି ମାନ୍ଧାନା ।

ଏଥିସହ ମାନ୍ଧାନା କହିଛନ୍ତି, ସାଧାରଣତଃ ଅଷ୍ଟ୍ରେଲିଆ ପିଚ୍‌ ଗୁଡିକରେ ଅଧିକ ବାଉନ୍ସ ଦେଖିବାକୁ ମିଳେ । ସେଥିପାଇଁ ଏଠାରେ ବ୍ୟାଟିଂ କରିବାକୁ ସମସ୍ତେ ପସନ୍ଦ କରନ୍ତି । କ୍ବାରେଣ୍ଟିନ ଅବଧି ଯାହା ହେଉ ନା କାହିଁକି କ୍ରିକେଟ ଖେଳିବାକୁ ମିଳିବା ସେଥିପାଇଁ ଖୁସି ।

ଭାରତ ଓ ଅଷ୍ଟ୍ରେଲିଆ ଶେଷ ଥର ଟି-୨୦ ବିଶ୍ବକପ ୨୦୨୦ ଫାଇନାଲରେ ମୁହାଁମୁହିଁ ହୋଇଥିଲେ । ମାତ୍ର ଫାଇନାଲ ମୁକାବିଲାରେ ହରମନପ୍ରୀତ କୌରଙ୍କ ଟିମ ପରାସ୍ତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.