ETV Bharat / sports

Asia Cup 2023 Super 4s: ଆଜି ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମୁକାବିଲା - ଏସିଆ କପ

ଏସିଆ କପ କ୍ରିକେଟରେ ଆଜି ସୁପର 4 ରାଉଣ୍ଡର ଦ୍ବିତୀୟ ମୁକାବିଲା । ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ବାଂଲାଦେଶ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 9, 2023, 2:24 PM IST

ହାଇଦ୍ରାବାଦ: ଏସିଆ କପରେ ସୁପର-4 ରାଉଣ୍ଡରେ ଆଜି ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ବାଂଲାଦେଶ । ଦୁଇ ଦେଶ ମଧ୍ୟରେ କଡା ମୁକବିଲା ହେବ । ପୂର୍ବରୁ ଉଭୟ ଦଳ ଲିଗ ମ୍ୟାଚରେ ପରସ୍ପରକୁ ଭେଟିଥିବା ବେଳେ ଏଥିରେ ବାଂଲାଦେଶକୁ ହରାଇଥିଲା ଶ୍ରୀଲଙ୍କା । ତେଣୁ ଆଜିର ମ୍ୟାଚରେ ପୂର୍ବ ମ୍ୟାଚର ପ୍ରତିଶୋଧ ନେବାକୁ ପ୍ରାଣପଣେ ଉଦ୍ୟମ କରିବ ବାଂଲାଦେଶ । ସେହିପରି ସୁପର 4ର ପ୍ରଥମ ମ୍ୟାଚରେ ପାକିସ୍ତାନଠୁ ବାଂଲାଦେଶ ପରାଜିତ ହୋଇଥିବାରୁ ଆଜି ବିଜୟ ଲକ୍ଷ ନେଇ ପଡିଆକୁ ଓହ୍ଲାଇବ । ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିୟମରେ ଅପରାହ୍ନ 3ଟା ସମୟରେ ମ୍ୟାଚ ଖେଳାଯିବ ।

ଏହା ମଧ୍ୟ ପଢନ୍ତୁ-Asia Cup 2023 Super-4: ଏଥର ବର୍ଷା ଧୋଇପାରିବନି ମ୍ୟାଚ୍‌, ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ରିଜର୍ଭ ଡେ ରଖିଲା ଏସିସି

ସେପ୍ଟେମ୍ବର 6 ତାରିଖରୁ ସୁପର 4 ରାଉଣ୍ଡ ମ୍ୟାଚ ଆରମ୍ଭ ହୋଇଛି । ଲାହୋରର ଗଦାଫି ଷ୍ଟାଡିୟମଠାରେ ପ୍ରଥମେ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ବାଂଲାଦେଶକୁ 7 ୱିକେଟରେ ହରାଇ ବିଜୟୀ ହୋଇଥିଲା ପାକିସ୍ତାନ । ପାକିସ୍ତାନ ବୋଲରଙ୍କ ଘାତକ ବୋଲିରେ ଚିତପଟାଙ୍ଗ ହୋଇଥିଲେ ବାଂଲାଦେଶ ବ୍ୟାଟର । ଫଳରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ମାତ୍ର 35 ଓଭର ଶେଷ ସୁଦ୍ଧା ସମସ୍ତ ଓ୍ବିକେଟ ହରାଇ 193 ରନ କରିବାକୁ ସକ୍ଷମ ହୋଇଥିଲା ବାଂଲାଦେଶ । କିନ୍ତୁ ଆଜିର ମ୍ୟାଚ ପାଇଁ ଜୋରଦାର ପ୍ରସ୍ତୁତି କରିଛି ଦଳ। ପୁରୁଣା ଭୁଲକୁ ସୁଧାରି ସେମିଫାନାଲକୁ ପ୍ରବେଶ ଲକ୍ଷ୍ୟ ରଖି ଶ୍ରୀଲଙ୍କାକୁ ହରାଇବାକୁ ଚେଷ୍ଟା କରିବ ବାଂଲାଦେଶ।

ଏହା ମଧ୍ୟ ପଢନ୍ତୁ-Asia Cup 2023: ବିଜୟ ଦ୍ବାରରୁ ହାରିଗଲା ଆଫଗାନିସ୍ତାନ, ସୁପର-୪ରେ ଶ୍ରୀଲଙ୍କା

ଅନ୍ୟପଟେ ଘରୋଇ ଗ୍ରାଉଣ୍ଡରେ ମ୍ୟାଚ ଖେଳିବାକୁ ବେଶ ଉତ୍ସାହିତ ଶ୍ରୀଲଙ୍କା । ସୁପର 4 ମ୍ୟାଚରେ ବିଜୟୀ ହେବାକୁ ଜୋରଦାର ଚେଷ୍ଟା କରିବ ଘରୋଇ ଦଳ । ଲିଗ ମ୍ୟାଚରେ ଆଫଗାନିସ୍ତାନ ଓ ବାଂଲାଦେଶକୁ ହରାଇଥିଲା ଶ୍ରୀଲଙ୍କା । ତେଣୁ ଆଜିର ମ୍ୟାଚ ଦଳ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି । ଦଳରେ ବ୍ୟାଟିଂ ଓ ବୋଲିଂ ବିଭାଗ ବେଶ ସୃଦୃଢ ରହିଛି । ଶେଷ ଥର ପାଇଁ ଲିଗ ମ୍ୟାଚରେ ଆଫଗାନିସ୍ତାନକୁ ଭେଟି ସୁପର 4ରେ ପ୍ରବେଶ କରିଥିଲା ଶ୍ରୀଲଙ୍କା । ଏହି ମ୍ୟାଚରେ କୁଶଳ ମେଣ୍ଡିସ 92ରନ କରିଥିଲେ । ତେଣୁ ଆଜିର ମ୍ୟାଚରେ ତାଙ୍କ ବ୍ୟାଟରୁ ଭଲ ସ୍କୋର ହେବା ନେଇ ଆଶା ରହିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା 50 ଓଭରରେ 8 ୱିକେଟ ହରାଇ 291 ରନ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.