ETV Bharat / sports

ଏସିଆ କପ୍‌ର ଐତିହାସିକ ଫାଇନାଲ ମ୍ୟାଚ ରେକର୍ଡ

author img

By

Published : Aug 29, 2022, 6:17 PM IST

ଭାରତ ଏସିଆ କପରେ ନିଜର ଦବଦବା ଜାହିର କରି ୭ଥର ଏସିଆ କପ ASIA CUP ଟାଇଟଲ ହାସଲ କରିଛି । ତେବେ ଭାରତକୁ ଏସିଆ କପରେ ଡିଫେଣ୍ଡିଂ ଚମ୍ପିଆନ କରାଇବାରେ ରହିଛି ଅନେକ କ୍ରିକେଟରଙ୍କ ଅତୁଳନୀୟ ଅବଦାନ । ତେବେ ଆସନ୍ତୁ ଜାଣିବା ଏସିଆ କପର ଫାଇନାଲ ମ୍ୟାଚ୍‌ରେ ଦଳକୁ ଜିତାଇଥିବା କ୍ରିକେଟରମାନଙ୍କୁ । ଅଧିକ ପଢନ୍ତୁ

ଏସିଆ କପର ଐତିହାସିକ ଫାଇନାଲ ମ୍ୟାଚ ରେକର୍ଡ
ଏସିଆ କପର ଐତିହାସିକ ଫାଇନାଲ ମ୍ୟାଚ ରେକର୍ଡ

ହାଇଦ୍ରାବାଦ: UAEରେ ଖେଳାଯାଉଛି ଏସିଆ କପ ୨୦୨୨ (ASIA CUP 2022) । ଭାରତ ଏହା ପୂର୍ବରୁ ଏସିଆ କପରେ ନିଜର ଦବଦବା ଜାହିର କରି ୭ ଥର ଏସିଆ କପ ଟାଇଟଲ ହାସଲ କରିଛି । ତେବେ ଭାରତକୁ ଏସିଆ କପରେ ଡିଫେଣ୍ଡିଂ ଚମ୍ପିଆନ କରାଇବାରେ ରହିଛି ଅନେକ କ୍ରିକେଟରଙ୍କ ଅତୁଳନୀୟ ଅବଦାନ । ବ୍ୟାଟିଂ ଏବଂ ବୋଲିଂରେ ଲଢୁଆ ପ୍ରଦର୍ଶନ ଜାରି ରଖି ଭାରତକୁ ବିଜୟର ସ୍ବାଦ ଚଖାଇଛନ୍ତି । ଗତକାଲିର ମ୍ୟାଚକୁ ଦେଖିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ଓଭରରେ ଛକା ମାରି ଟିମ ଇଣ୍ଡିଆକୁ ବିଜୟୀ କରାଇଥିଲେ । ତେବେ ଆସନ୍ତୁ ଜାଣିବା ଏସିଆ କପର ଫାଇନାଲ ମ୍ୟାଚରେ ଦଳକୁ ଜିତାଇଥିବା କ୍ରିକେଟରମାନଙ୍କୁ ।

୧. ଏହାର ପ୍ରଥମ ସଂସ୍କରଣ ୧୯୮୪ ମସିହା ୟୁଏଇରେ ଖେଳାଯାଇଥିଲା । ୧୩ ଏପ୍ରିଲ ବର୍ଷ ୧୯୮୪ ରେ ଖେଳାଯାଇଥିବା ଏସିଆ କପ ଫାଇନାଲ ମ୍ୟାଚରେ ସୁରିନ୍ଦର ଖନ୍ନା ସର୍ବାଧିକ ୫୬ ରନର ଇନିଂସ ଖେଳି ଭାରତକୁ ଏସିଆ କପ ଟାଇଟଲର ମୁକୁଟ ପିନ୍ଧାଇଥିିଲେ । ଏହା ସହିତ ସେ ମ୍ୟାନ ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

୨. ୪ ନଭେମ୍ବର ୧୯୮୮ ମସିହାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ନବଜୋତ ସିଂହ ସିଦ୍ଧୁ ସର୍ବାଧିକ ୭୬ ରନର ଇନିଂସ ଖେଳି ଭାରତକୁ ବିଜୟ ଦେଇଥିଲେ ଏବଂ ସେ ସେହି ମ୍ୟାଚ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

୩. ୪ ଜାନୁଆରୀ ୧୯୯୧ ମସିହାରେ ଖେଳାଯାଇଥିବା ଚତୁର୍ଥ ଏସିଆ କପ ସଂସ୍କରଣ ଫାଇନାଲ ମ୍ୟାଚରେ ସଞ୍ଜୟ ମାଞ୍ଜେରେକର ଏବଂ ପୂର୍ବତନ ଅଧିନାୟକ ଆଝାରୁଦ୍ଦିନ ଭାରତକୁ ବିଜୟ ଦ୍ବାରରେ ପହଁଞ୍ଚାଇଥିଲେ । ସଞ୍ଜୟ ମାଞ୍ଜେରେକର ସର୍ବାଧିକ ୭୫ ରନର ଇନିଂସ ଖେଳିଥିଲେ ଏବଂ ମହମ୍ମଦ ଆଝାରୁଦ୍ଦିନ ୩୯ ବଲରୁ ୫୪ ରନ ସଂଗ୍ରହ କରି ମ୍ୟାନ ଅଫ ଦ ମ୍ୟାଚ ବିବେିଚିତ ହୋଇଥିଲେ ।

୪. ୧୯୯୫ ମସିହା ଏସିଆ କପର ପଞ୍ଚମ ସଂସ୍କରଣ ଖେଳାଯାଇଥିଲା । ଭାରତ ଚତୁର୍ଥ ଥର ପାଇଁ ଏସିଆ କପ ଟାଇଟଲ ହାସଲ କରିବାରେ ସଫଳ ହୋଇଥିଲା । ଏହି ସଂସ୍କରଣର ଫାଇନାଲ ମ୍ୟାଚରେ ମହମ୍ମଦ ଆଝାରୁଦ୍ଧିନ ସର୍ବାଧିକ ୯୦ ରନର ଇନିଂସ ଖେଳି ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

୫. ଲମ୍ବା ସମୟର ବ୍ୟବଧାନ ପରେ ଭାରତ ୨୦୧୦ ମସିହାରେ ଖେଳାଯାଇଥିବା ଏସିଆ କପର ଦଶମ ସଂସ୍କରଣରେ ଭାରତ ପୁଣି ଥରେ ପଞ୍ଚମ ଏସିଆ କପ ଟାଇଟଲ ହାସଲ କରିବାରେ ସଫଳ ହୋଇଥିଲା । ଜୁନ ୨୪ ତାରିଖରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ହିରୋ ସାଜିଥିଲେ ଦିନେଶ କାର୍ତ୍ତିକ । କାର୍ତ୍ତିକ ସର୍ବାଧିକ ୬୬ ରନର ଇନିଂସ ଖେଳି ଭାରତକୁ ଜିତାଇବାରେ ପ୍ରମୁଖ ଭୂମିିକା ନିଭାଇଥିଲେ ।

୬. ବର୍ଷ ୨୦୧୬ରେ ଖେଳାଯାଇଥିବା ତ୍ରୋୟଦଶ ସଂସ୍କରଣରେ ଭାରତ ପୁଣି ଥରେ ଷଷ୍ଠ ଥର ପାଇଁ ଏସିଆ କପ ଟାଇଟଲ ହାସଲ କରିଥିଲା । ଏହାର ଫାଇନାଲ ମ୍ୟାଚ୍‌ର ଶିଖର ଧାୱନ ୬୦ ରନର ଇନିଂସ ଖେଳି ଭାରତକୁ ୮ ୱିକେଟରେ ମ୍ୟାଚ ଜିତାଇଲେ ।

୭. ୨୦୧୮ ମସିହାରେ ଏସିଆ କପର ଚତୁର୍ଦ୍ଧଶ ସଂସ୍କରଣରେ ଭାରତ ରୋହିତ ଶର୍ମାଙ୍କ ନେତୃତ୍ବରେ ଏସିଆ କପରେ ଭାଗ ନେଇଥିଲା । ଫାଇନାଲ ମ୍ୟାଚରେ ବାଲାଂଦେଶକୁ ହରାଇ ସପ୍ତମ ଥର ପାଇଁ ଏସିଆ କପ ଟାଇଟଲ ହାସଲ କରିବାରେ ରେକର୍ଡ ସୃଷ୍ଟି କରିଥିଲା । ଏହାର ଫାଇନାଲ ମ୍ୟାଚରେ ବାଂଲାଦେଶ ବ୍ୟାଟର ଲିଟନ ଦାସ ୧୨୧ ରନର ଇନିଂସ ଖେଳି ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ରୋହିତ ଶର୍ମାଙ୍କ ୪୮ ରନ ଏବଂ ଅନ୍ୟ କ୍ରିକେଟରଙ୍କ ଦମଦାର ପ୍ରଦର୍ଶନରେ ଭାରତ ଫାଇନାଲ ମ୍ୟାଚରେ ବାଂଲାଦେଶକୁ ହରାଇ ସପ୍ତମ ଥର ପାଇଁ ଏସିଆ କପ୍‌ ଟାଇଟଲ ହାସଲ କରିଥିଲା ।

ତେବେ ଚଳିତ ବର୍ଷ ଖେଳାଯାଉଥିବା ଏସିଆ କପ୍‌ ଟାଇଟଲ ହାସଲ କରି କରି ଅଷ୍ଟମଥର ବିଜେତା ହେବାକୁ ଆଶା ରଖିଛି ଭାରତ ।

ସୂଚନା ମୁତାବକ, ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ଏବଂ ଭାରତୀୟ କ୍ରିକଟ ଦଳର ପୂର୍ବତନ ଅଧିନାୟକ ଆଜାହାରରୁଦ୍ଧିନଙ୍କ ଅନନ୍ୟ ଭୂମିକା ରହିଛି ଏସିଆ କପରେ ଭାରତକୁ ଟାଇଟଲ ହାସଲ କରାଇବାରେ । ପୂର୍ବତନ କ୍ରିକେଟର ନବଜାତ ସିଂହ ସିଦ୍ଧୁ ୧୯୮୮ ଏବଂ ୧୯୯୫ ରେ ମ୍ୟାନ ଅଫ ଦ ସିରିଜ ବିବେଚିତ ହୋଇଥିଲେ । ଆଜି ପର୍ଯ୍ୟନ୍ତ ଏସିଆ କପ୍‌ ଇତିହାସରେ ନବଜାତ ସିଂହ ସିଦ୍ଧୁ ପରିବର୍ତ୍ତେ ଅନ୍ୟ କେହି ଭାରତୀୟ କ୍ରିକେଟର ଦୁଇ ଥର ମ୍ୟାନ ଅଫ ଦ ସିରିଜ ହୋଇ ପାରିନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.