ETV Bharat / sports

Asia Cup 2023 Ind vs Pak: ବର୍ଷା ସାଜିଲା ଭିଲିଆନ, ସୋମବାର ରିଜର୍ଭ ଡେ'ରେ ପୂରା ହେବ ମ୍ୟାଚ୍‌ - ଭାରତ ଓ ପାକିସ୍ତାନ ମ୍ଯାଚ୍‌

ଏସିଆ କପ୍‌ ୨୦୨୩ ଗ୍ରୁପ୍‌ ପର୍ଯ୍ୟାୟ ଭଳି ସୁପର-୪ରେ ମଧ୍ୟ ଭାରତ ଓ ପାକିସ୍ତାନ ମ୍ଯାଚ୍‌ ବର୍ଷା ଯୋଗୁଁ ଖେଳାଯାଇପାରିନାହିଁ । ହେଲେ ଏନେଇ ପୂର୍ବରୁ ଏକ ରିଜର୍ଭ ଡେ' ନିର୍ଦ୍ଧାରିତ କରାଯାଇଥିଲା । ଫଳରେ ଆସନ୍ତାକାଲି(ସୋମବାର) ରିଜର୍ଭ ଡେରେ ଖେଳ ସମ୍ପୂର୍ଣ୍ଣ କରାଯିବ । ଅଧିକ ପଢ଼ନ୍ତୁ

India vs Pakistan Match moves to Reserve Day

author img

By ETV Bharat Odisha Team

Published : Sep 10, 2023, 10:07 PM IST

କଲମ୍ବୋ: ଏସିଆ କପ୍‌ ୨୦୨୩ରେ ଭାରତ-ପାକିସ୍ତାନ ଲଢ଼େଇରେ ପୁଣିଥରେ ଖଳନାୟକ ସାଜିଛି ବର୍ଷା । ଶ୍ରୀଲଙ୍କାର କଲମ୍ବୋରେ ଲଗାଣ ବର୍ଷା ଯୋଗୁଁ ଏସିଆ କପ୍‌ ସୁପର-୪ର ଏହି ଲଢ଼େଇ ଆଜି ଅଧାରୁ ବନ୍ଦ ହୋଇଯାଇଛି । ତେବେ ଏଥିପାଇଁ ଏସୀୟ କ୍ରିକେଟ ପରିଷଦ(ଏସିସି) ମଧ୍ୟ ପୂର୍ବ ପ୍ରସ୍ତୁତି କରିଥିଲା । ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଏହି ମହାଲଢ଼େଇ ପାଇଁ ଏକ ରିଜର୍ଭ ଡେ' ରଖିଥିଲା ଏସିସି । ଫଳରେ ଆସନ୍ତାକାଲି(ସୋମବାର) ଏହି ମ୍ୟାଚ୍‌ ପୁଣି ମ୍ୟାଚ୍‌ ଖେଳାଯିବ । ନିୟମ ଅନୁଯାୟୀ ଆଜି ଯେଉଁ ପର୍ଯ୍ୟନ୍ତ ଖେଳ ହୋଇଛି, ସୋମବାର ସେହିଠାରୁ ଆରମ୍ଭ ହେବ ଖେଳ ।

ତେବେ ଭାରତ ଆସନ୍ତାକାଲି(ସୋମବାର) ଭାରତ ରିଜର୍ଭ ଡେ'ରେ ପାକିସ୍ତାନକୁ ଭେଟିବାକୁ ଥିବାବେଳେ ମଙ୍ଗଳବାର ଶ୍ରୀଲଙ୍କା ସହ ସୁପର-୪ର ଦ୍ବିତୀୟ ମ୍ୟାଚ୍‌ ଖେଳିବ । ଅର୍ଥାତ ଭାରତୀୟ ଦଳ ପାଇଁ ଆଉ ବିଶ୍ରାମର ସମୟ ନାହିଁ । କଲୋମ୍ବର ଆର୍‌ ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ପାକିସ୍ତାନ ଅଧିନାୟକ ବାବର ଆଜମ । ପ୍ରଥମେ ବ୍ୟାଟିଂ ସୁଯୋଗ ହାତଛଡ଼ା ନକରି ଭାରତୀୟ ଟିମ୍‌ର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍‌ ବିସ୍ଫୋରକ ଆରମ୍ଭ କରିଥିଲେ । ଉଭୟ ନିଜ ନିଜର ସ୍ପେଶାଲ୍‌ ଅର୍ଦ୍ଧଶତକ ହାସଲ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023 Ind vs Pak: ପାକିସ୍ତାନ ବିପକ୍ଷରେ ଭାରତୀୟ ଓପନରଙ୍କ ସ୍ପେଶାଲ ଫିପ୍

ଅନଭିଜ୍ଞ ଗିଲ୍‌ ପ୍ରଥମେ ୩୭ ବଲରୁ ଚଳିତ ଏସିଆ କପ୍‌ରେ ନିଜର ଦ୍ବିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ପାକିସ୍ତାନ ବିପକ୍ଷରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ ରହିଥିଲା । ଏହାପରେ ରୋହିତ ଶର୍ମା ମଧ୍ୟ ଏହି ବଡ଼ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ । ଧୂଆଁଧାର ଷ୍ଟାଇଲ୍‌ରେ ନିଜ ଦିନିକିଆ କ୍ୟାରିୟରର ୫୦ତମ ଅର୍ଦ୍ଧଶତକ ହାସଲ କରିଥିଲେ ହିଟ୍‌ମ୍ୟାନ୍‌ । ଦଳୀୟ ସ୍କୋର ୧୨୧ ରନ୍‌ ହୋଇଥିବାବେଳେ ରୋହିତ ୫୬ ରନ କରି ଶଦାବ ଖାନଙ୍କ ବଲକୁ ଛକା ମାରିବାକୁ ଯାଇ ଆଉଟ୍‌ ହୋଇଥିଲେ । ଏହାର ପରବର୍ତ୍ତୀ ଓଭରରେ ତୁରନ୍ତ ଗିଲ୍‌ ମଧ୍ୟ ଆଉଟ ହୋଇଯାଇଥିଲେ । ଶାହିନ ଶାହ ଆଫ୍ରିଦିଙ୍କ ବଲରେ ପାଭିଲିୟନ ଫେରିଥିଲେ ଗିଲ । ସେ ୫୨ ବଲରୁ ୧୦ଟି ଚୌକା ବଳରେ ୫୮ ରନ କରିଥିଲେ ।

ଭାରତକୁ ଲଗାତାର ଡବଲ୍‌ ଝଟକା ପରେ ବିରାଟ କୋହଲି ଓ କେଏଲ ରାହୁଲ ପରିସ୍ଥିତି ସମ୍ଭାଳିଥିଲେ । ଉଭୟ କ୍ରିଜ୍‌ରେ ଜମି ଆସୁଥିବାବେଳେ ହଠାତ୍‌ ବର୍ଷା ବାଧକ ସାଜିଥିଲା । ଏହାପରେ ବର୍ଷା ଛାଡ଼ିଥିଲେ ମଧ୍ୟ ଓଦା ଆଉଟ ଫିଲ୍ଡ କାରଣରୁ ମ୍ୟାଚ୍‌ ଆରମ୍ଭ ହୋଇପାରିନଥିଲା । ବର୍ଷା ଯୋଗୁଁ ମ୍ୟାଚ୍‌ ସ୍ଥଗିତ ରହିବା ବେଳକୁ ଭାରତ ମୋଟ ୨୪.୧ ଓଭର ବ୍ୟାଟିଂ କରିଥିଲା । ଆସନ୍ତାକାଲି ଏହିଠାରୁ ବ୍ୟାଟିଂ ଆରମ୍ଭ କରିବ । ବିରାଟ କୋହଲି (୮) ଓ କେଏଲ ରାହୁଲ (୧୭) କାଲି ପାଳି ଆରମ୍ଭ କରିବେ । ୨ ୱିକେଟ ହରାଇ ୧୪୭ ରନ କରିଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.