ETV Bharat / sports

Asia Cup 2023 Ind vs Pak: ଦିନକ ଆଗରୁ ଦଳ ଘୋଷଣା କଲା ପାକିସ୍ତାନ, ମ୍ୟାଚ୍‌ରେ ବର୍ଷା ସାଜିପାରେ ବାଧକ - ମ୍ୟାଚ୍‌ରେ ବର୍ଷା ସାଜିପାରେ ବାଧକ

ଏସିଆ କପ୍‌ ୨୦୨୩ରେ ଶନିବାର ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ହାଇଭୋଲ୍‌ଟେଜ୍ ମ୍ୟାଚ୍ । ଏଥିପାଇଁ ଦିନକ ଆଗରୁ ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି ପଡ଼ୋଶୀ ଦେଶ । ଅଧିକ ପଢ଼ନ୍ତୁ

Asia Cup 2023 Ind vs Pak
Asia Cup 2023 Ind vs Pak
author img

By ETV Bharat Odisha Team

Published : Sep 1, 2023, 11:07 PM IST

ପାଲ୍ଲେକଲ (ଶ୍ରୀଲଙ୍କା): ଏସିଆ କପ୍‌ ୨୦୨୩ରେ ଶନିବାର ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ହାଇଭୋଲ୍‌ଟେଜ୍ ମ୍ୟାଚ୍ । ଶ୍ରୀଲଙ୍କା କ୍ୟାଣ୍ଡିର ପାଲ୍ଲେକେଲ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍ ଖେଳାଯିବ । ତେବେ ଭାରତ ବିପକ୍ଷ ମ୍ୟାଚ୍ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ବେଶ ଆଗରେ ରହିଛି ପାକିସ୍ତାନ । ଦିନକ ଆଗରୁ ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି ପଡ଼ୋଶୀ ଦେଶ ।

ତେବେ ପାକିସ୍ତାନ ଟିମ୍‌ ପାଇଁ ଏକ ଖୁସି ଖବର ହେଲା ଦଳର ଷ୍ଟାର ବୋଲର ଶାହିନ୍ ଆଫ୍ରିଦି ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍ ହୋଇଯାଇଛନ୍ତି । ପୂର୍ବ ମ୍ୟାଚ୍‌ ପରେ ପାକିସ୍ତାନ ନିଜ ଦଳରେ କୌଣସି ପରିବର୍ତ୍ତନ କରିନାହିଁ । ପୂର୍ବ ଘୋଷିତ ସମାନ ଦଳ ସହିତ ପାକିସ୍ତାନ ଆସନ୍ତାକାଲି ପଡ଼ିଆକୁ ଓହ୍ଲାଇବ ।

ଭାରତ ବିପକ୍ଷରେ ପାକିସ୍ତାନ ଚୂଡ଼ାନ୍ତ ଏକାଦଶ: ଫଖର ଜମାନ, ଇମାମ-ଉଲ୍‌-ହକ୍‌, ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟ୍ କିପର), ଇଫ୍‌ତିଖାର ଅହମ୍ମଦ, ସଲମାନ ଆଗା, ମହମ୍ମଦ ନୱାଜ, ଶଦାବ ଖାନ, ହରିଶ ରୌଫ, ନାସିମ ଶାହା, ଶାହିନ ଶାହ ଆଫ୍ରିଦି

ଏହା ମଧ୍ୟ ପଢ଼ନ୍ତୁ...India vs Pakistan Records: ଏସିଆ କପ୍‌ରେ ଭାରତର ପଲ୍ଲା ଭାରି, ଦିନିକିଆରେ ଆଗରେ ରହିଛି ପାକିସ୍ତାନ

ବର୍ଷା ସାଜିପାରେ ବାଧକ: ତେବେ ମ୍ୟାଚ୍ ପୂର୍ବରୁ ବର୍ଷା ବାଧକ ସାଜିପାରେ ବୋଲି ସ୍ଥାନୀୟ ପାଣିପାଗ ବିଶେଷଜ୍ଞ କହିଛନ୍ତି । ଯାହା ଫ୍ୟାନ୍ସଙ୍କର ଚିନ୍ତା ବଢ଼ାଇଛି । ତେଣୁ ବର୍ଷା ଦ୍ବାରା ଭାରତ-ପାକ୍‌ ମ୍ୟାଚ୍ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ପାଣିପାଗ ରିପୋର୍ଟ ଅନୁଯାୟୀ, ମ୍ୟାଚ୍ ଆରମ୍ଭ ପୂର୍ବରୁ କାଣ୍ଡିରେ ୬୮ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ମ୍ୟାଚ୍ ସମୟରେ ଦିନସାରା ଆକାଶ ମେଘୁଆ ରହିବ ଏବଂ ମଝିରେ ମଝିରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଭାରତ-ପାକ୍ ମ୍ୟାଚ୍ ବାତିଲ ହେଲେ କ’ଣ ହେବ ?: ବର୍ଷା କାରଣରୁ ଯଦି ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ଧୋଇଯାଏ, ତେବେ ଉଭୟଙ୍କ ମଧ୍ୟରେ ଗୋଟିଏ ଲେଖାଏଁ ପଏଣ୍ଟ ବାଣ୍ଟି ଦିଆଯିବ । ଏମିତି ହେଲେ ପାକିସ୍ତାନ ମୋଟ ୨ ପଏଣ୍ଟ ସହ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିବ । ସେପଟେ ଭାରତୀୟ ଦଳକୁ ନିଜର ଶେଷ ଗ୍ରୁପ୍ ମ୍ୟାଚ୍‌ରେ ନେପାଳ ବିପକ୍ଷରେ ନିହାତି ଜିତିବାକୁ ପଡ଼ିବ । ଆଉ ଯଦି ଭାରତ ନେପାଳ ବିପକ୍ଷ ମ୍ୟାଚ୍‌ରେ ହାରିଯାଏ, ତେବେ ଟିମ୍‌କୁ ଏସିଆ କପ୍‌ରୁ ବିଦାୟ ନେବାକୁ ପଡ଼ିବ । ଗ୍ରୁପ ପର୍ଯ୍ୟାୟରେ ୨ଟି ମ୍ୟାଚ୍‌ ଖେଳା ଯାଉଥିବା ବେଳେ ପାକିସ୍ତାନ ପ୍ରଥମେ ନେପାଳ ବିପକ୍ଷ ମ୍ୟାଚ୍ ଜିତି ଶୀର୍ଷରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.