ETV Bharat / sports

Asia Cup 2023 Final: କଲମ୍ବୋରେ ସିରାଜଙ୍କ କମାଲ, ପ୍ରଥମ ଓଭରରେ 4ଟି ୱିକେଟ ନେବାରେ ପ୍ରଥମ ଭାରତୀୟ ବୋଲର - ଏସିଆ କପ 2023 ଫାଇନାଲ

ଚଳିତ ଏସିଆ କପ ଫାଇନାଲରେ ମ୍ୟାଚରେ ମହମ୍ମଦ ସିରାଜଙ୍କ ସୁନାମୀରେ ଶ୍ରୀଲଙ୍କା ଦଳ ଧୋଇ ହୋଇଯାଇଛି । ଫାଇନାଲ ଫାଇଟରେ ସିରାଜ ଘାତକ ବୋଲିଂ କରି ମୋଟ 6ଟି ୱିକେଟ ଅକ୍ତିଆର କରି ଇତିହାସ ରଚିଛନ୍ତି । ଅଧିକ ପଢନ୍ତୁ

Asia Cup 2023 Final
Mohammed Shiraj
author img

By ETV Bharat Odisha Team

Published : Sep 18, 2023, 8:28 AM IST

Updated : Sep 18, 2023, 12:24 PM IST

ହାଇଦ୍ରାବାଦ: ମହମ୍ମଦ ସିରାଜ ଏବେ ପ୍ରତିଟି କ୍ରିକେଟ ପ୍ରେମୀଙ୍କ ମୁହଁରେ ଏହି ନାଁ । ଚଳିତ ଏସିଆ କପ ଫାଇନାଲରେ ମିଆଁ ମ୍ୟାଜିକ ଭାବେ ପରିଚିତ ହାଇଦ୍ରାବାଦର ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଶ୍ରୀଲଙ୍କାକୁ ଧ୍ବସ୍ତ ବିଧ୍ବସ୍ତ କରି ଦେଇଛି । ଏହି ମ୍ୟାଚରେ ମହମ୍ମଦ ସିରାଜ ମୋଟ 6ଟି ୱିକେଟ ଅକ୍ତିଆର କରିଛନ୍ତି । ପ୍ରଥମ ଓଭରରେ 4ଟି ୱିକେଟ ନେଇ ଇତିହାସ ରଚିଛନ୍ତି ସିରାଜ । ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ମହମ୍ମଦ ସିରାଜଙ୍କ ଘାତକ ବୋଲିଂରେ ଶ୍ରୀଲଙ୍କା 50 ରନ ହିଁ କରିବାକୁ ସକ୍ଷମ ହୋଇଥିଲା । 50 ଓଭର ମ୍ୟାଚରେ ଶ୍ରୀଲଙ୍କା 20 ଓଭର ବି ଖେଳି ପାରିନଥିଲା । ମାତ୍ର 92ଟି ବଲରେ ଶ୍ରୀଲଙ୍କା ଇନିଂସ ଶେଷ ହୋଇଥିଲା । ମହମ୍ମଦ ସିରାଜଙ୍କ ସୁନାମୀରେ ଧୋଇ ହୋଇଯାଇଥିଲା ଶ୍ରୀଲଙ୍କାର ବ୍ୟାଟିଂ ଅର୍ଡର । ଜଣେ ପରେ ଜଣେ ଶ୍ରୀଲଙ୍କା ବ୍ୟାଟର ଆସୁଥିଲେ ଆଉ ଯାଉଥିଲେ । 15.2 ଓଭରରେ ଶ୍ରୀଲଙ୍କା ପାଳି ଶେଷ ହୋଇଯାଇଥିଲା । ପ୍ରଥମ ଓଭରରେ 4 ୱିକେଟ୍‌ ନେଇ ଲଙ୍କା ଶିବିରକୁ ଧ୍ବସ୍ତ କରି ଦେଇଥିଲେ ସିରାଜ । ଦ୍ବିତୀୟ ଓଭରରେ 5ମ ଓ ଚତୁର୍ଥ ଓଭରରେ ଷଷ୍ଠ ୱିକେଟ ନେଇଥିଲେ । 51 ରନ ବିଜୟ ଲକ୍ଷ୍ୟ ପାଇଥିବା ଭାରତ 10 ୱିକେଟରେ ମ୍ୟାଚ୍‌ ଜିତି ଏସିଆ କପ୍‌ ଚମ୍ପିଆନ ହୋଇଥିଲା । 6 ୱିକେଟ ନେଇଥିବା ସିରାଜ ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ସିରାଜ ସୁନାମୀ: ସେପ୍ଟେମ୍ବର 17 ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏଥିରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଏହି ମ୍ୟାଚ ଅଦ୍ଭୂତ ଅବିଶ୍ବସନୀୟ ହେବ କେହି ବିଶ୍ବାସ କରିନଥିଲେ । ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଗୋଟିଏ ଖେଳାଳି ମ୍ୟାଚରେ ସୁନାମୀ ଆଣିଥିଲେ । ପ୍ରଥମ ଓଭରରେ ସିରାଜ 4ଟି ୱିକେଟ ହାସଲ କରିଥିଲେ ସିରାଜ । ପ୍ରଥମ ବଲରେ ପଥୁମ ନିଶଙ୍କା, ତୃତୀୟ ବଲରେ ସଦିରା ସମରବିକ୍ରମା, ଚତୁର୍ଥ ବଲରେ ଚରିଥ ଅଶଲଙ୍କା ଓ ଷଷ୍ଠ ବଲରେ ଧନଞ୍ଜୟ ଡି' ସିଲଭାଙ୍କୁ ଆଉଟ କରିଥିଲେ । ମ୍ୟାଚର ଷଷ୍ଠ ଓଭରରେ ଦାସୁନ ଶଣକାଙ୍କୁ ଆଉଟ କରି ସିରାଜ 5ଟି ୱିକେଟ ନେଇଥିଲେ । ହ୍ୟାଟ୍ରିକ ନେବାରେ ବିଫଳ ହୋଇଥିଲେ ସୁଦ୍ଧା ୱିକେଟ ହାସଲ କରିବା ଜାରି ରହିଥିଲା । ମ୍ୟାଚର 13 ତମ ଓଭର ସିରାଜଙ୍କ ତାଙ୍କ ଷଷ୍ଠ ଓଭରରେ ମେଣ୍ଡିସଙ୍କୁ ଆଉଟ କରିଥିଲେ । ମାତ୍ର 16ଟି ବଲରେ 5 ୱିକେଟ ନେବାରେ ସିରାଜ ଦ୍ରୁତତମ ସାବ୍ୟସ୍ତ ହୋଇଥିଲେ । ମୋଟ 21 ରନ ଦେଇ 6ଟି ୱିକେଟ ନେଇଥିଲେ ସିରାଜ । ଯାହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଦିନିକିଆ ପ୍ରଦର୍ଶନ ହୋଇ ପାରିଛି । ଗୋଟିଏ ଓଭରରେ 4ଟି ୱିକେଟ ନେବାରେ ସିରାଜ ପ୍ରଥମ ଭାରତୀୟ ଓ ବିଶ୍ବରେ ଚତୁର୍ଥ ବୋଲର ହୋଇଛନ୍ତି । ସିରାଜଙ୍କ ଏହି ପ୍ରଦର୍ଶନ ଭାରତୀୟ ଦଳର ମନୋବଳ ବଢାଇଛି । ଆଗକୁ ହେବାକୁ ଥିବା ବିଶ୍ବକପରେ ଏହିପରି ପ୍ରଦର୍ଶନ ଆଶା କରାଯାଉଛି । ରଣଜୀ ଟ୍ରଫିର ଦ୍ବିତୀୟ ସିଜନ ଖେଳି 9ଟି ମ୍ୟାଚରେ 41 ୱିକେଟ ନେଇଥିବା ତେଲେଙ୍ଗାନାର ସର୍ବାଧିକ ୱିକେଟ ହାସଲକାରୀ ବୋଲର ଭାବେ ସିରାଜ ଇତିହାସ ରଚିଥିଲେ ।

ଏହା ବି ପଢନ୍ତୁ...Asia Cup 2023 Final: ଅଷ୍ଠମ ଥର ପାଇଁ ଚମ୍ପିଆନ୍‌ ହେଲା ଭାରତ

ଏହା ବି ପଢନ୍ତୁ...Asia Cup 2023 Final: ସିରାଜଙ୍କ ସମ୍ମୁଖରେ ତିଷ୍ଠିଲେନି ଶ୍ରୀଲଙ୍କା ବ୍ୟାଟର, 50 ରନ୍‌ରେ ଅଲ୍‌ଆଉଟ୍‌

ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା 3ଟି ଓ ଯଶପ୍ରୀତ ବୁମରା ଗୋଟିଏ ୱିକେଟ ନେଇଥିଲେ । 51 ରନର ଅତି ଛୋଟିଆ ବିଜୟ ଲକ୍ଷ୍ୟ ପାଇଥିବା ଭାରତ 6.1 ଓଭରରେ ଲକ୍ଷ୍ୟ ହାସଲ କରିଥିଲା । ଇଶାନ କିଷନ ଓ ଶୁଭମନ ଗିଲ ଓପେନିଂ କରି ମ୍ୟାଚ୍‌ ଶେଷ କରି ଦେଇଥିଲେ । ଚୌକା ଓ ସିଙ୍ଗଲ୍ସ ନେଇ ଟାର୍ଗେଟ ହାସଲ କରିଥିଲେ । ଈଶାନ ଓ ଶୁଭମନ ଯଥାକ୍ରମେ 23 ଓ 28 ରନ କରି ଅପରାଜିତ ରହିଥିଲେ । ମୋଟ 129 ବଲରେ ଏସିଆ କପ ଫାଇନାଲ ମ୍ୟାଚ ଶେଷ ହୋଇଥିଲା । ଫଳରେ 5 ବର୍ଷ ପରେ ଟ୍ରଫି ମରୁଡିର ପରିସମାପ୍ତି ଘଟାଇଛି ଟିମ୍‌ ଇଣ୍ଡିଆ । ଅଷ୍ଟମ ଥର ପାଇଁ ଏସିଆ କପ ଚମ୍ପିଆନ ହୋଇଛି ଭାରତୀୟ କ୍ରିକେଟ ଦଳ । ଏହି ବିଜୟର ସମସ୍ତ ଶ୍ରେୟ ମହମ୍ମଦ ସିରାଜଙ୍କୁ ଦିଆଯାଇଛି ।

Last Updated : Sep 18, 2023, 12:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.