ETV Bharat / sports

Asia Cup 2022: ପାକିସ୍ତାନଠୁ 5 ୱିକେଟରେ ହାରିଲା ଭାରତ

author img

By

Published : Sep 5, 2022, 9:27 AM IST

ଏସିଆ କପ୍ ସୁପର ଫୋର ପର୍ଯ୍ୟାୟରେ ପାକିସ୍ତାନ ଭାରତକୁ ପରାସ୍ତ କରିଛି । 5 ୱିକେଟ ହରାଇ ପାକିସ୍ତାନ ଆବଶ୍ୟକ ରନ ସଂଗ୍ରହ କରି ନେଇ ଏହି ବିଜୟ ହାସଲ କରିଛି । ଅଧିକ ପଢନ୍ତୁ

Asia Cup 2022
Asia Cup 2022

ଦୁବାଇ: ଚଳିତ ଏସିଆ କପ୍ ଲିଗ ମ୍ୟାଚରେ ଭାରତ ପାକିସ୍ତାନକୁ 5 ୱିକେଟରେ ହରାଇଥିଲା । ସୁପର ଫୋର ପର୍ଯ୍ୟାୟରେ ପାକିସ୍ତାନ ଭାରତକୁ 5 ୱିକେଟରେ ପରାସ୍ତ କରିଛି । ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବିଫଳ ହୋଇଛି । ଭାରତ 7 ୱିକେଟ ହରାଇ 181 ରନ କରିଥିଲା । ପାକିସ୍ତାନ ବ୍ୟାଟରଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ ଭାରତୀୟ ବୋଲର । 19.5 ଓଭରରେ 5 ୱିକେଟ ହରାଇ ପାକିସ୍ତାନ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ନୱାଜ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ଦୀର୍ଘ ୮ ବର୍ଷ ପରେ ଏସିଆ କପରେ ଭାରତକୁ ପରାସ୍ତ କରିଛି ପାକିସ୍ତାନ । ଏହାପୂର୍ବରୁ ୨୦୧୪ରେ ପାକିସ୍ତାନ ଏସିଆ କପରେ ଭାରତ ବିପକ୍ଷରେ ଜିତିଥିଲା ।

ଭାରତ ପାକିସ୍ତାନର ଏହି ହାଇଭୋଲଟେଜ ମ୍ୟାଚକୁ ଦେଖିବାକୁ ଫ୍ୟାନ୍ସ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ଟସ୍‌ ଜିତି ପାକିସ୍ତାନ କ୍ୟାପଟେନ ବାବର ଆଜମ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ପାଳି ଆରମ୍ଭ କରିଥିଲେ । ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି 4.2 ଓଭରରେ 50 ରନ କରିଥିଲେ ଉଭୟ । ହ୍ୟାରିସ ରୌଫ ଷଷ୍ଠ ଓଭରରେ ରୋହିତଙ୍କୁ ଆଉଟ କରିଥିଲେ । 16ଟି ବଲରୁ 28 ରନ କରିଥିଲେ ରାହୁଲ । ସପ୍ତମ ଓଭରରେ 28ରନ କରି ରାହୁଲ ଆଉଟ ହୋଇଥିଲେ । ପ୍ରଥମ ୱିକେଟ ପତନ ପରେ ବ୍ୟାଟିଂ କରିବାକୁ ଆସିଥିଲେ ବିରାଟ କୋହଲି ।

ହାଇଭୋଲଟେଜ ମୁକାବିଲାର ହିରୋ ସାଜିଥିଲେ ବିରାଟ । ୱିକେଟ ପତନ ହୋଇଥିଲେ ବି କୋହଲି ବିଚଳିତ ହୋଇ ନହୋଇ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ମଧ୍ୟଭାଗରେ ସୂର୍ଯ୍ୟକୁମାର (13), ଋଷବ ପନ୍ତ (14)ଓ ହାର୍ଦ୍ଦିକ ପାଣ୍ଡ୍ୟା (0)ଙ୍କୁ ସଅଳ ପାଭିଲିୟନ ପଠାଇଥିଲେ ପାକିସ୍ତାନ ବୋଲର । କୋହଲି ଦର୍ଶକୀୟ ସଟ ଖେଳିଥିଲେ । ଦୀପକ ହୁଡ୍ଡା ଓ କୋହଲିଙ୍କ ମଧ୍ୟରେ ଷଷ୍ଠ ୱିକେଟରେ 37ରନ ଭାଗିଦାରୀ ହୋଇଥିଲା । ହୁଡା (16) ଆଉଟ ହେବା ପରେ କୋହଲି 44 ବଲରେ 60 ରନ କରି ରନ ଆଉଟ ହୋଇଥିଲେ । ରବି ବିଷ୍ଣୋଇ ଶେଷ 2ଟି ବଲରେ 2ଟି ଚୌକା ମାରି ଦଲୀୟ ସ୍କୋରକୁ 181ରେ ପହଞ୍ଚାଇଥିଲେ ।

ଏହା ବି ପଢନ୍ତୁ...ଆଗାମୀ ସିଜିନରେ CSK କ୍ୟାପଟେନ ରହିବେ ଧୋନୀ

182 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ପାକିସ୍ତାନ । ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ପାକିସ୍ତାନ ବ୍ୟାଟର । ରବି ବିଷ୍ଣୋଇ ଚତୁର୍ଥ ଓଭର ଚତୁର୍ଥ ବଲରେ ବାବର (14)ଙ୍କୁ ଆଉଟ କରିଥିଲେ । ଫଖାର ଜମାନ ଅପରାଜିତ ମହମ୍ମଦ ରିଜୱାନୀଙ୍କ ସହ ମିଶି ଦ୍ବିତୀୟ ୱିକେଟରେ 41 ରନ ଯୋଗ କରିଥିଲେ । ଦଳୀୟ ସ୍କୋର 63ରେ ଜମାନ 15 ରନ କରି ଆଉଟ ହୋଇଥିଲେ । ଏହାପରେ ବ୍ୟାଟିଂ ପାଇଁ ଆସିଥିବା ନୱାଜ ବିସ୍ଫୋରକ ବ୍ୟାଟିଂ କରିଥିଲେ । ରିଜୱାନୀ ଓ ନୱାଜ 73 ରନ ଭାଗିଦାରୀ କରି ମ୍ୟାଚ ଛଡାଇ ନେଇଥିଲେ । ଦଳୀୟ ସ୍କୋର 136ରେ ନୱାଜ (42) ଆଉଟ ହୋଇଥିଲେ । ପରେ ରିଜୱାନୀ 71 ରନ କରି ଆଉଟ ପରେ ଭାରତର ବିଜୟ ଆଶା ଉଜ୍ଜୀବିତ ହୋଇଥିଲା ଶେଷ 3 ଓଭରରେ ବିଜୟ ପାଇଁ 34 ରନ ଦରକାର ଥିଲା । ଖୁସବଲି ଶାହ ଓ ଅସିଫ ଅଲି କ୍ରିଜରେ ଥିଲେ । ଅର୍ଶଦୀପ ଅସିଫ ଅଲିଙ୍କୁ ଆଉଟ କରିଥିଲେ । ଶେଷ ଓଭରରେ ଭାରତ ସବୁ ଶକ୍ତି ଖଟାଇଥିଲା ହେଲେ ଭାରତର ବିଜୟ ଆଶା ମଉଳି ଯାଇଥିଲା । ଇଫତିଖର 2 ରନ ଯୋଗାଇବା ପରେ ଗୋଟିଏ ବଲ ବାକି ଥାଇ ପାକିସ୍ତାନ ବିଜୟ ହାସଲ କରି ନେଇଥିଲା ।

ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.