ETV Bharat / sports

Asia Cup, ଯେବେ ୧୫ ବର୍ଷ ଟ୍ରଫି ଜିତିନଥିଲା ଭାରତ

author img

By

Published : Aug 25, 2022, 7:12 PM IST

ଶେଷ ଥର ପାଇଁ ୨୦୧୮ ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ଦୁବାଇରେ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍‌ରେ ଭାରତ ୯ ୱିକେଟରେ ପାକିସ୍ତାନକୁ ହରାଇଥିଲା । ଶେଷ ଥର ପାଇଁ ମୀରପୁରରେ ୨୦୧୪ରେ ପାକିସ୍ତାନ ଟିମ ଭାରତକୁ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରେ ହରାଇବାକୁ ସମର୍ଥ ହୋଇଥିଲା । ୧୯୯୫ରୁ ୨୦୧୦ ୧୫ ବର୍ଷ Asia Cup ଟ୍ରଫି ଜିତିନଥିଲା ଭାରତ । ଅଧିକ ପଢନ୍ତୁ

Asia Cup 2022 Indias overall wins records stats at the continental event
Asia Cup, ଯେବେ ୧୫ ବର୍ଷ ଟ୍ରଫି ଜିତିନଥିଲା ଭାରତ

ହାଇଦ୍ରାବାଦ: ଏସିଆ କପ୍‌ କ୍ରିକେଟ(Asia Cup 2022) ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ ସଂସ୍କରଣ ଶନିବାର ଠାରୁ, ଅଗଷ୍ଟ ୨୭ରୁ ଆରମ୍ଭ ହେଉଛି । ଟୁର୍ଣ୍ଣାମେଣ୍ଟର ଆରମ୍ଭ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମ୍ୟାଚ୍‌ରୁ ଆରମ୍ଭ ହେଉଥିଲେ ମଧ୍ୟ ସମସ୍ତଙ୍କ ନଜର ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇଭୋଲଟେଜ ମୁକାବିଲା ଉପରେ ରହିଛି । ଅଗଷ୍ଟ ୨୭ ତାରିଖ ରବିବାର ପୁଣି ଓ ଭାରତ ଓ ପାକିସ୍ତାନ କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ । ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟିମ ଓ ବାବାର ଆଜମଙ୍କ ନେତୃତ୍ବରେ ପାକିସ୍ତାନ ଟିମ ପରସ୍ପର ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଏସିଆ କପ୍‌ ୨୦୨୨ ଅଭିଯାନ ଆରମ୍ଭ କରିବେ ।

ଏହାମଧ୍ୟ ପଢନ୍ତୁ: Asia Cup 2022, ଲକ୍ଷ୍ମଣ ଟିମ୍ ଇଣ୍ଡିଆ କୋଚ

ଏଥିର ଟୁର୍ଣ୍ଣାମେଣ୍ଟ ଟି୨୦ ଫର୍ମାଟରେଖେଳାଯାଉଛି । ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ବକପର ପ୍ରସ୍ତୁତି ଟୁର୍ଣ୍ଣାମେଣ୍ଟ ଭାବେ ଏସିଆ କପ୍‌ ଟି୨୦ ଫର୍ମାଟରେ ଖେଳାଯିବାକୁ ନିଷ୍ପତି ହୋଇଛି । ଚଳିତ ଥର ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ UAEରେ ଖେଳାଯିବ ଓ ଶ୍ରୀଲଙ୍କା ଏହି ସଂସ୍କରଣର ଅଫିସିଆଲ ଆୟୋଜକ ରହିଛି । ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଯୋଗୁଁ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଦ୍ବୀପ ଦେଶରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାକୁ ଶ୍ରୀଲଙ୍ଗା କ୍ରିକେଟ ବୋର୍ଡ ଅସମର୍ଥ ଦର୍ଶାଇଥିଲା ।

ICC ଟୁର୍ଣ୍ଣାମେଣ୍ଟ ଅନୁଯାୟୀ ଫର୍ମାଟ ରୋଟେସନ

ବର୍ଷ ୨୦୧୬ ଠାରୁ ଏସିଆ କପ୍‌ ODI ଓ ଟି୨୦ ଫର୍ମାଟ ରୋଟେସନ ହୋଇଆସୁଛି । ଆଗକୁ ଖେଳାଯିବାକୁ ଥିବା ICC ଟୁର୍ଣ୍ଣାମେଣ୍ଟର ଫର୍ମାଟ ଅନୁଯାୟୀ, ଏସିଆ କପ୍‌ର ଫର୍ମାଟ ବଦଳାଇ ଦିଆଯାଏ । ବୁଧବାର ହଂକଂ ଗ୍ରୁପ ଏ'ରେ ତୃତୀୟ ଟିମ ଭାବେ ଭାରତ ଓ ପାକିସ୍ତାନ ସହ ସାମିଲ ହୋଇଛି । ଫଳରେ ହଂକଂ ସହ ଅଗଷ୍ଟ ୩୧ରେ ଭାରତର ମ୍ୟାଚ୍‌ସୂଚୀ ରହିଛି ।

ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ରେକର୍ଡ

ଶେଷ ଥର ପାଇଁ ୨୦୧୮ ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ଦୁବାଇରେ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍‌ରେ ଭାରତ ୯ ୱିକେଟରେ ପାକିସ୍ତାନକୁ ହରାଇଥିଲା । ଶେଷ ଥର ପାଇଁ ମୀରପୁରରେ ୨୦୧୪ରେ ପାକିସ୍ତାନ ଟିମ ଭାରତକୁ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରେ ହରାଇବାକୁ ସମର୍ଥ ହୋଇଥିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ଏଯାବତ ୧୪ଟି ମ୍ୟାଚ୍‌ ଖେଳାଯାଇଥିବାବେଳେ ମେନ ଇନ୍‌ ବ୍ଲୁ ୮ଟିରେ ବିଜୟୀ ହୋଇଥିବାବେଳେ ମେନ ଇନ୍‌ ଗ୍ରୀନ ୫ଟିରେ ବିଜୟୀ ହୋଇଛନ୍ତି ।

ଭାରତ ଓ ଆଫଗାନିସ୍ତାନ ନାଁରେ ବିରଳ ରେକର୍ଡ

ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ମାତ୍ର ଦୁଇଟି ମ୍ୟାଚ୍‌ ଖେଳାଯାଇଛି । ତେବେ ଏସିଆ କପ ଟୁର୍ଣ୍ଣାମେଣ୍ଟ ଇତିହାସରେ ଖେଳାଯାଇଥିବା ଏକମାତ୍ର ଟାଇ ମ୍ୟାଚ୍‌ ଏହି ଦୁଇ ଟିମ ଖେଳିଛନ୍ତି ।

ଏସିଆ କପ୍‌ରେ ଭାରତର ଷ୍ଟାର ପ୍ରଦର୍ଶନକାରୀ

ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟର ଭାରତ ପାଇଁ ଷ୍ଟାର ପ୍ରଦର୍ଶନକାରୀ ଖେଳାଳି ମଧ୍ୟରେ ବ୍ୟାଟିଂରେ ରହିଛନ୍ତି, ସଚିନ ତେନ୍ଦୁଲକର(୨୧ ମ୍ୟାଚ୍‌, ୯୭୧ ରନ୍‌), ରୋହିତ ଶର୍ମା(୨୬ମ୍ୟାଚ୍‌ ୮୮୩ ରନ୍‌), ବିରାଟ କୋହଲି (୧୪ ଇଂନିସ, ୭୬୬ ରନ୍‌), ମହେନ୍ଦ୍ର ସିଂ ଧୋନି(୨୦ ଇଂନିସ, ୬୯୦ ରନ୍‌) ଓ ଶିଖର ଧାୱନ(୧୩ ଇଂନିସ, ୬୧୩ ରନ୍‌) । ସେହିପରି ବୋଲିଂରେ ରବୀନ୍ଦ୍ର ଜାଜେଡା ୧୮ ଇଂନିସରୁ ୨୨ ୱିକେଟ, ଇରଫାନ ପଠାନ ୧୨ ଇଂନିସରୁ ୨୨ ୱିକେଟ, ରବିଚନ୍ଦ୍ରନ ଅଶ୍ବିନ ୧୧ ଇଂନିସରୁ ୧୮ ୱିକେଟ୍‌, ସଚିନ ତେନ୍ଦୁଲକର ୧୫ ଇଂନିସରୁ ୧୭ ୱିକେଟ ଓ କପିଳ ଦେବଙ୍କ ନାମରେ ୭ଟି ଇଂନିସରୁ ୧୫ ୱିକେଟ ରହିଛି ।

ଏସିଆ କପ୍‌ର ସଫଳତମ ଟିମ ଭାରତ

ଏହି ସଂସ୍କରଣର ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆ ଡିଫେଣ୍ଡିଂ ଚମ୍ପିଆନ ଭାବେ ଖେଳିବ । କାରଣ ଗତ ସଂସ୍କରଣରେ ୨୦୧୮ରେ ଫାଇନାଲ ମୁକାବିଲାରେ ଭାରତ ୩ ୱିକେଟରେ ବାଂଲାଦେଶକୁ ହରାଇ ଟ୍ରଫି ହାତେଇଥିଲା । ପାରମ୍ପରିକ ODI ଫର୍ମାଟରେ ଏହି ସଂସ୍କରଣ ଖେଳାଯାଇଥିଲା । ODI ଫର୍ମାଟରେ ଏହା ଭାରତର ଷଷ୍ଠ ଟ୍ରଫି ଓ ସର୍ବମୋଟ ସପ୍ତମ ଟ୍ରଫି ଥିଲା । ଏହି ମହାଦେଶୀୟ ଚମ୍ପିଆନସିପ୍‌ରେ ଭାରତ ସର୍ବାଧିକ ଥର ଚମ୍ପିଆନ ସହ ସଫଳତମ ଟିମ ରହିଛି । ଅନ୍ୟପଟେ ଶ୍ରୀଲଙ୍କା ୫ଥର ଓ ପାକିସ୍ତାନ ମାତ୍ର ୨ ଥର ଟାଇଟେଲ ବିଜେତା ହୋଇଛି ।

ସର୍ବାଧିକ ଥର ଟ୍ରଫି ବିଜେତା ଭାରତ

ଟିମ ଇଣ୍ଡିଆ ୧୯୮୪, ୧୯୮୮, ୧୯୯୦-୯୧, ୧୯୯୫, ୨୦୧୦, ୨୦୧୬, ୨୦୧୮ରେ ଟାଇଟେଲ ନିଜ ନାମରେ କରିଥିଲା । ୧୯୯୭ରେ ଉପବିଜେତା, ୨୦୦୦ରେ ତୃତୀୟ, ୨୦୦୪ରେ ଉପବିଜେତା, ୨୦୦୮ରେ ଉପବିଜେତା, ୨୦୧୨ରେ ତୃତୀୟ ଓ ୨୦୧୪ର ତୃତୀୟ ସ୍ତାନରେ ସନ୍ତୁଷ୍ଟ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ବାରବାଟୀରେ ହେବ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ମ୍ୟାଚ୍‌, ସୂଚନା ଦେଲେ ଓସଏ ସମ୍ପାଦକ

ଏସିଆ କପ୍‌ର ପ୍ରଥମ ସଂସ୍କରଣ UAEରେ ବର୍ଷ ୧୯୮୪ରେ ଖେଳାଯାଇଥିଲା । ସେହି ସଂସ୍କରଣରେ ମାତ୍ର ୩ଟି ଟିମ ଅଂଶଗ୍ରହଣ କରିଥିଲେ । ଉଦ୍‌ଘାଟନୀ ସଂସ୍କରଣରେ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ଟିମ ଖେଳିଥିଲେ । ପ୍ରତ୍ୟେକ ଟିମ ପରସ୍ପର ବିପକ୍ଷରେ ଥରେ ଲେଖାଏଁ ଖେଳିଥିଲେ । ସର୍ବାଧିକ ପଏଣ୍ଟ ଆଧାରରେ ଉଭୟ ମ୍ୟାଚ୍‌ ଜିତି ମୋଟ ୮ ପଏଣ୍ଟ ସହ ଭାରତ ଟାଇଟେଲ ବିଜେତା ହୋଇଥିଲା । ଏହି ସଂସ୍କରଣରେ ରବି ଶାସ୍ତ୍ରୀ ସର୍ବାଧିକ ୱିକେଟ(୪) ହାସଲ କରିଥିଲେ ଓ ସୁରିନ୍ଦର ଖାନ୍ନା ସର୍ବାଧିକ ରନ୍‌(୧୦୭) କରିଥିଲେ । ଅନ୍ୟପଟେ ଶ୍ରୀଲଙ୍କା ୪ ପଏଣ୍ଟ ସହ ଉପବିଜେତା ହୋଇଥିଲା । ସିଂହଳ ଟିମ ଗୋଟିଏ ବିଜୟ ଓ ଗୋଟିଏ ମ୍ୟାଚ୍‌ରେ ପରାଜିତ ହୋଇଥିଲା । ପାକିସ୍ତାନ ଉଭୟ ଶ୍ରୀଲଙ୍କା ଓ ଭାରତ ଠାରୁ ପରାସ୍ତ ହୋଇଥିଲା ଓ ୦ ପଏଣ୍ଟରେ ସନ୍ତୁଷ୍ଟ ହୋଇଥିଲା ।

୧୫ ବର୍ଷ ଟ୍ରଫି ମରୂଡି

ଭାରତ ରେକର୍ଡ ୭ ଥର ଟ୍ରଫି ବିଜେତା ହେବା ସହ ୩ ଥର ଫାଇନାଲରେ ପରାସ୍ତ ହେବାସହ ଉପବିଜେତା ଭାବେ ମଧ୍ୟ ସନ୍ତୁଷ୍ଟ ହୋଇଛି । ସମସ୍ତ ୩ଟି ଯାକ ଶ୍ରୀଲଙ୍କା ଠାରୁ ପରାସ୍ତ ହୋଇଛି । କେବଳ ଗୋଟିଏ ଥର ୧୯୮୬ ସଂସ୍କରଣରେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିନଥିଲା ଓ ଏହିଥର ଶ୍ରୀଲଙ୍କା ଟାଇଟେଲ ଜିତିନେଇଥିଲା । ୧୯୯୫ରୁ ୨୦୧୦ ପର୍ଯ୍ୟନ୍ତ ପ୍ରାୟ ୧୫ ବର୍ଷ ମେନ ଇନ ବ୍ଲୁ ପାଇଁ ଟାଇଟେଲ ମରୂଡି ରହିଥିଲା । ଏହି ସମୟ ମଧ୍ୟରେ ଶ୍ରୀଲଙ୍କା ୩ଥର ଓ ପାକିସ୍ତାନ ପ୍ରଥମ ଥର ୨୦୦୦ରେ ଟାଇଟେଲ ନିଜ ନାମରେ କରିପାରିଥିଲା ।

ଭାରତର ସର୍ବାଧିକ ବିଜୟ ପ୍ରତିଶତ

ଉଭୟ ODI ଓ ଟି୨୦ ଫର୍ମାଟର ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରେ ଭାରତର ସର୍ବାଧିକ ବିଜୟ ପ୍ରତିଶତ (୬୬.୬୬ )ରହିଛି । ୫୪ଟି ମ୍ୟାଚ୍‌ ଖେଳି ୩୬ଟିରେ ବିଜୟ ଓ ୧୬ଟିରେ ପରାଜିତ ହୋଇଛି । ସେହିପରି ଦୁଇଟି ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି । ଅନ୍ୟପଟେ ଶ୍ରୀଲଙ୍କା ସର୍ବମୋଟ ତାଲିକାରେ ବିଜୟ ପ୍ରତିଶତରେ ଦ୍ବିତୀୟ ଓ କେବଳ ODI ମ୍ୟାଚ୍‌ ବିଜୟ ପ୍ରତିଶତରେ(୬୮ ପ୍ରତିଶତ) ସହ ଭାରତ ଠାରୁ ଆଗରେ ରହିଛି । ହଂକଂ ଏକମାତ୍ର ଦେଶ ଭାବେ ଏସିଆ କପ୍‌ରେ ଗୋଟିଏ ବି ମ୍ୟାଚ୍‌ ଜିତିପାରିନାହିଁ ଅନ୍ୟପଟେ ଓମାନ ଏକମାତ୍ର ଟିମ ଭାବେ କେବଳ ଟି୨୦ ଫର୍ମାଟରେ ଖେଳିଛି ।

ଏସିଆ କପ୍‌ ୨୦୨୨ରେ ୬ଟି ଦେଶ

ତେବେ ଚଳିତ ଥର ମୋଟ ୬ଟି ଟିମ ରହିଛନ୍ତି । ସମସ୍ତଙ୍କୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଗ୍ରୁପ ଏ'ରେ ଭାରତ, ପାକିସ୍ତାନ ଓ ହଂକଂ ରହିଛନ୍ତି ଓ ଗ୍ରୁପ ବି'ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ରହିଛନ୍ତି ।

- ସଂଗ୍ରାମ କେଶୋରୀ ବେହେରା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.