ETV Bharat / sports

Asia Cup 2022: ହାରିଲା ଆଫଗାନିସ୍ତାନ, 101 ରନରେ ଜିତିଲା ଭାରତ

author img

By

Published : Sep 9, 2022, 10:25 AM IST

ଚଳିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ସୁପର ଫୋର ରାଉଣ୍ଡର ଶେଷ ମ୍ୟାଚରେ ଆଫଗାନିସ୍ତାନକୁ 101ରେ ପରାସ୍ତ କରିଛି ଭାରତ । ଏହା ସହ ଏସିଆ କପରେ ଭାରତର ଅଭିଯାନ ଶେଷ ହୋଇଛି । ଅଧିକ ପଢନ୍ତୁ

ହାରିଲା ଆଫଗାନିସ୍ତାନ, 101 ରନରେ ଜିତିଲା ଭାରତ

ଦୁବାଇ: ୧୦୦୦ରୁ ଅଧିକ ଦିନର ଅପେକ୍ଷା ପରେ ବିଶ୍ବର ଶ୍ରେଷ୍ଠ ଖେଳାଳି ଭାବେ ପରିଚିତ ବ୍ୟାଟର ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ 71 ତମ ଶତକ ଅର୍ଜନ କିରଛନ୍ତି । ଚଳିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ସୁପର ଫୋର ରାଉଣ୍ଡର ଶେଷ ମ୍ୟାଚରେ ଆଫଗାନିସ୍ତାନ ଓ ଭାରତ ପରସ୍ପରକୁ ଭେଟିଥିଲେ । ମ୍ୟାଚକୁ 101 ରନରେ ଜିତି ନେଇଛି ଟିମ ଇଣ୍ଡିଆ (India won by 101 run against Afghanistan)। ଏହା ସହିତ ଏସିଆ କପରେ (Asia cup 2022) ଭାରତର ଅଭିଯାନ ଶେଷ ହୋଇଛି । ବିସ୍ଫୋରକ ବ୍ୟାଟିଂ କରିଥିବା ବିରାଟ କୋହଲି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଆଫଗାନିସ୍ତାନ ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ ପାଇଁ କ୍ରିଜକୁ ଆସିଥିଲେ କେ ଏଲ ରାହୁଲ ଓ ବିରାଟ କୋହଲି। ରୋହିତ ଶର୍ମା ଖେଳୁ ନଥିବାରୁ ତାଙ୍କ ସ୍ଥାନରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ । ଉଭୟ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ପ୍ରଥମ ୱିକେଟରେ 119 ରନ ସଂଗ୍ରହ ହୋଇଥିଲା । ବ୍ୟକ୍ତିଗତ 66 ରନ କରି ରାହୁଲ ଆଉଟ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାରୁ ଆସିଥିବା ସୂର୍ଯ୍ୟକୁମାର ପ୍ରଥମ ବଲରେ ଛକା ମାରି ଦ୍ବିତୀୟ ବଲରେ ଆଉଟ ହୋଇଥିଲେ। କୋହଲି କମାଲ କରିଥିଲେ । ତାଙ୍କୁ ଅଟକାଇବା ଆଫଗାନିସ୍ତାନ ବ୍ୟାଟରଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲା । ପଡିଆର ଚାରିପାଖକୁ ଦର୍ଶକୀୟ ସଟ ଖେଳିଥିଲେ କୋହଲି । 53 ବଲରେ ଶତକ ଅର୍ଜନ କରିଥିଲେ କୋହଲି । ଆଫଗାନିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ଟି-୨୦ କ୍ୟାରିଅରର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କରିଥିଲେ ବିରାଟ କୋହଲି । 92 ବଲରେ ଅପରାଜିତ 122 ରନ କରିଥିଲେ ବିରାଟ । ସେଥିରେ 6 ଟି ଛକା ରହିଥିଲା । ପନ୍ତ 20 ରନ କରି ଅପରାଜିତ ରହିଥିଲେ । ଦୁଇଟି ୱିକେଟ ହରାଇ ଭାରତ 212ରନ କରିଥିଲା । ଆଫଗାନିସ୍ତାନକୁ 213 ରନର ଟାର୍ଗେଟ ଦେଇଥିଲା ।

ଏହା ବି ପଢନ୍ତୁ...Asia Cup 2022: କୋହଲିଙ୍କ ୭୧ତମ ଶତକ, ଆଫଗାନିସ୍ତାନ ସାମ୍ନାରେ ୨୧୩ ରନ ଟାର୍ଗେଟ

213 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଆଫଗାନିସ୍ତାନ । ଆରମ୍ଭରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା ଦଳ । ଦଳୀୟ ସ୍କୋର ମାତ୍ର 21ରେ ଦଳ 6ଟି ୱିକେଟ ହରାଇଥିଲା । କେବଳ ଇବ୍ରାହିମ ଅପରାଜିତ 64 ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାସିଦ ଖାନ 15 ଓ ମଜିବ 18 ରନ କରିଥିଲେ । ଦଳ 8 ୱିକେଟ ହରାଇ 111 ରନ କରିବାକୁ ସକ୍ଷମ ହୋଇଥିଲା । ଭୁବନେଶ୍ବର କୁମାର 4 ରନ ଦେଇ 5ଟି ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.