ETV Bharat / sports

Ashes: ଇଂଲଣ୍ଡ ମୁଖ୍ୟ କୋଚ୍‌ କ୍ରିସ୍‌ ସିଲଭରଉଡ୍‌ଙ୍କୁ କୋରୋନା - ଇଂଲଣ୍ଡ କୋଚ୍‌ କ୍ରିସ୍‌ ସିଲଭରଉଡ୍‌

ଇଂଲଣ୍ଡ ମୁଖ୍ୟ କୋଚ୍‌ କ୍ରିସ ସିଲଭରଉଡ୍‌(Silverwood) COVID-19 ପଜିଟିଭ ଚିହ୍ନଟ ହେଇଛନ୍ତି । ଫଳରେ ମେଲବର୍ଣ୍ଣରେ ପରିବାର ସହିତ ଆଇସୋଲେସନରେ ରହିଛନ୍ତି ଇଂଲଣ୍ଡ କୋଚ୍‌ । ଅଧିକ ପଢନ୍ତୁ

Ashes: Silverwood tests positive for COVID-19 Graham Thorpe to lead England
Ashes: ଇଂଲଣ୍ଡ ମୁଖ୍ୟ କୋଚ୍‌ କ୍ରିସ୍‌ ସିଲଭରଉଡ୍‌ଙ୍କୁ କୋରୋନା
author img

By

Published : Jan 2, 2022, 4:15 PM IST

ମେଲବର୍ଣ୍ଣ: ଇଂଲଣ୍ଡ ମୁଖ୍ୟ କୋଚ୍‌ କ୍ରିସ ସିଲଭରଉଡ୍‌ COVID-19 ପଜିଟିଭ ଚିହ୍ନଟ ହେଇଛନ୍ତି । ଫଳରେ ମେଲବର୍ଣ୍ଣରେ ପରିବାର ସହିତ ଆଇସୋଲେସନରେ ରହିଛନ୍ତି ଇଂଲଣ୍ଡ କୋଚ୍‌ । କ୍ବାରେଣ୍ଟିନରେ ରହିଥିବାରୁ ସିଡନୀରେ ଖେଳାଯିବାକୁ ଥିବା ଚତୁର୍ଥ ଆସେସ ଟେଷ୍ଟରେ ଟିମ ସହିତ ରହିପାରିବେ ନାହିଁ ସିଲଭରଉଡ୍‌ ।

ଫଳରେ ସହକାରୀ କୋଚ୍‌ ଗ୍ରାହାମ ଥୋରପେ(Graham Thorpe) ଇଂଲିସ ଟିମର ମୁଖ୍ୟ କୋଚ୍‌ ଦାୟିତ୍ବ ତୁଲାଇବେ ।

ଏହାମଧ୍ୟ ପଢନ୍ତୁ: COVID-19: BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଡେଲଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ

ଜଣେ ପରିବାର ସଦସ୍ୟଙ୍କ ରିପୋର୍ଟ ପଜିଟିଭ ଜଣାପଡିବା ପରେ ସିଲଭରଉଡ୍‌ ଡିସେମ୍ବର ୩୦ରୁ ନିଜକୁ ଆଇସୋଲେସନରେ ରଖିଥିଲେ । ନିଜେ ସଂକ୍ରିମିତ ଜଣାପଡିବା ପରେ ଜାନୁଆରୀ ୮ ପର୍ଯ୍ୟନ୍ତ ସେ ଆଇସୋଲେସନରେ ରହିବେ । ସିଲଭରଉଡ୍‌ଙ୍କ ଠାରେ କୌଣସି ଲକ୍ଷଣ ନଥିବାବେଳେ ସେ ଟୀକା ମଧ୍ୟ ନେଇଛନ୍ତି ।

ହୋବାର୍ଟରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ପୂର୍ବରୁ ସିଲଭରଉଡ୍‌ ସୁସ୍ଥ ହୋଇ ଇଂଲଣ୍ଡ ଟିମ ସହ ସାମିଲ ହେବେ ବୋଲି ଆଶା କରାଯାଉଛି ।

୫ ମ୍ୟାଚ୍‌ ବିଶିଷ୍ଟ ଆସେସ ସିରିଜକୁ ଅଷ୍ଟ୍ରେଲିଆ ୩-୦ରେ ଆଗୁଆ ଜିତିନେଇଛି । ଜାନୁଆରୀ ୫ରୁ ସିରିଜର ଚତୁର୍ଥ ଟେଷ୍ଟ ସିଡନୀରେ ଖେଳାଯିବ ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.