ସିଡନୀ: ଜନ୍ନି ବେୟାରଷ୍ଟୋଙ୍କ ଅପରାଜିତ ଶତକୀୟ ଇଂନିସ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଆସେସ ଟେଷ୍ଟରେ ଇଂଲଣ୍ଡର ଲଢୁଆ ଜବାବ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୭ ୱିକେଟ ହରାଇ ୨୫୮ ରନ୍ ସଂଗ୍ରହ କରିଛି । ବେୟାରଷ୍ଟୋ ୧୦୩ ଓ ଜାକ୍ ଲିଚ୍ ୪ ରନ୍ କରି ଅପରାଜିତ ଅଛନ୍ତି । ବେନ ଷ୍ଟୋକ୍ସ ୬୬ ରନ୍ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ଓ ମାର୍କ ଉଡ୍ ୩୯ ରନ୍ର ଯୋଗଦାନ କରିଛନ୍ତି । ସିଡନୀ କ୍ରିକେଟ ଗ୍ରାଉଣ୍ଡ(SCG)ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଛି । ତେବେ ବେୟାରଷ୍ଟୋଙ୍କ ଶତକ ସତ୍ତ୍ବେ ଏବେବି ସଙ୍କଟରେ ରହିଛି ଇଂଲଣ୍ଡ । ଅଷ୍ଟ୍ରେଲିଆର ପ୍ରଥମ ଇଂନିସ ସ୍କୋର ଠାରୁ ୧୫୮ ରନ୍ ପଛରେ ରହିଛି ।
ଏହାମଧ୍ୟ ପଢନ୍ତୁ: ଜୋହାନ୍ସବର୍ଗରେ ଜିତିଲା ଦକ୍ଷିଣ ଆଫ୍ରିକା, ଭାଙ୍ଗିଲା ଭାରତର ଅପରାଜେୟ ରେକର୍ଡ
ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାପଟେନ ପାଟ କମିନ୍ସ ଓ ସ୍କଟ ବୋଲାଣ୍ଡ ଦୁଇଟି ଲେଖାଏଁ ୱିକେଟ ହାତେଇଛନ୍ତି । ସେହିପରି ମିଚେଲ ଷ୍ଟାର୍କ, କେମରନ ଗ୍ରୀନ ଓ ନାଥନ ଲାୟନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।
ପୂର୍ବରୁ ଉସମାନ ଖାୱାଜାଙ୍କ ୧୩୭ ରନ୍ର ମାରାଥନ ଶତକୀୟ ଇଂନିସ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ୪୧୬ ରନ୍ ସଂଗ୍ରହ କରିଛି । ଓପନର ଡେଭିଡ ୱାର୍ଣ୍ଣର ୩୦ ଓ ମାର୍କସ ହାରିସ ୩୮ ରନ୍ର ଇଂନିସ ଖେଳିଥିଲେ । ସେହିପରି ଷ୍ଟିଭେନ ସ୍ମିଥ ୬୭ ରନ୍ର ଇଂନିସ ଖେଳିଛନ୍ତି ।
ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍ ସବୁଠୁ ସଫଳତମ ବୋଲର ରହିବା ସହ ସର୍ବାଧିକ ୫ଟି ୱିକେଟ ହାତେଇଥିଲେ ।
IANS