ETV Bharat / sports

IND vs IRE T20: ଅର୍ଶଦୀପଙ୍କ ବିରଳ ନୋ ବଲ ରେକର୍ଡ

ଅର୍ଶଦୀପ ସିଂହ ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ନୋ ବଲ ସହିତ ନିଜ ନାମରେ ଏକ ଅଲୋଡା ରେକର୍ଡ କରିଛନ୍ତି । ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

author img

By

Published : Aug 20, 2023, 9:41 AM IST

IND vs IRE T20: ଅର୍ଶଦୀପଙ୍କ ନୋ ବଲ ରେକର୍ଡ
IND vs IRE T20: ଅର୍ଶଦୀପଙ୍କ ନୋ ବଲ ରେକର୍ଡ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଦ୍ରୁତ ବୋଲର ଅର୍ଶଦୀପ ସିଂହ ନିଜର ନୋ ବଲକୁ ନେଇ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଶୁକ୍ରବାର ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଅର୍ଶଦୀପ ସିଂହ ସିଂ ନୋ ବଲ ପକାଇ ନିଜ ନାମରେ ଏକ ରେକର୍ଡ କରିଥିଲେ । ଅର୍ଶଦୀପ ସିଂହ ଭାରତୀୟ କ୍ରିକେଟ ଦଲର ଜଣେ ଦ୍ରୁତତମ ବୋଲର ଭାବେ ଜଣାଶୁଣା । ଆୟର୍ଲାଣ୍ଡ ବିପକ୍ଷ ଖେଳାଯାଇଥିବା ଟି୨୦ ସିରିଜରେ ଅର୍ଶଦୀପ ସିଂହ ନିଜ 4 ଓଭର ବୋଲିଂର ଶେଷ ବଲରେ ଗୋଟିଏ ନୋ ବଲ ପକାଇଥିଲେ । ଯାହାକି ଆୟର୍ଲାଣ୍ଡ ବ୍ୟାଟ୍ସମ୍ୟାନ ପାଇଁ ଏକ ସୁଯୋଗ ସୃଷ୍ଟି କରିଥିଲା । ଅର୍ଶଦୀପ ସିଂହ ଏହି ଟି୨୦ ମ୍ୟାଚରେ ନୋ ବଲ ସହିତ ନିଜ ନାମରେ ଏକ ଅଲୋଡା ରେକର୍ଡ କରିଛନ୍ତି ।

ଅର୍ଶଦୀପ ସିଂ ୭ ଜୁଲାଇ ୨୦୨୨ରେ ଇଂଲଣ୍ଡ ବିପକ୍ଷରେ ନିଜର ଟି୨୦ କ୍ୟାରିୟର ଆରମ୍ଭ କରିଥିଲେ । ଅର୍ଶଦୀପ ଭାରତ ପାଇଁ ୩୨ଟି ଟି-ଟ୍ବେଣ୍ଟି ମ୍ୟାଚ୍‌ ଖେଳିଥିବା ବେଳେ ୪୯ଟି ୱିକେଟ୍ ହାସଲ କରିବା ସହ ୯୨୦ ରନ୍‌ ବ୍ୟୟ କରିଛନ୍ତି । ଅନ୍ୟପକ୍ଷରେ ଯଦି ଅର୍ଶଦୀପ ସିଂହଙ୍କ ନୋ ବଲ ଦେଖିବା ତାହାଲେ, ସେ ସର୍ବାଧିକ ନୋବଲ୍ ଦେଇ ବିଶ୍ବ କ୍ରିକେଟରେ ତୃତୀୟ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାର ବୋଲର ମୋରେନ ମୋରକେଲ୍‌ ଟି୨୦ ମ୍ୟାଚ୍‌ରେ ସର୍ବାଧିକ ୧୯ଟି ନୋ ବଲ ଦେଇ ପ୍ରଥମ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆର ବୋଲର ବ୍ରେଟ୍‌ ଲେ ୧୭ଟି ନୋ ବଲ ଦେଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଅର୍ଶଦୀପ ସିଂହ ୧୬ଟି ନୋ ବଲ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଶ୍ରୀଲଙ୍କାର ଦ୍ରୁତ ବୋଲର ଲସିତ୍ ମାଲିଙ୍ଗା ୧୪ଟି ନୋ ବଲ ଦେଇ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....India vs Ireland T20 Series: ବୁମରାଙ୍କ ଜବରଦସ୍ତ କମବ୍ୟାକ, ପ୍ରଥମ ଓଭରରେ ନେଲେ 2ଟି ଓ୍ବିକେଟ

ଏହା ବି ପଢନ୍ତୁ...India vs Ireland T20 Series: ବାଧକ ସାଜିଲା ବର୍ଷା, ଡକଓ୍ବର୍ଥ ଲୁଇସ ନିୟମରେ 2 ରନରେ ଭାରତର ବିଜୟ

ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଭାରତ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । 20 ଓଭରରେ ଆୟର୍ଲାଣ୍ଡ ଦଳ 7 ୱିକେଟ ହରାଇ 139 ରନ କରିଥିଲା । ଏହାପରେ 140 ରନର ବିଜୟ ଲକ୍ଷ୍ୟ ନେଇ ବୁମରାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । 7 ଓଭର ଶେଷ ସୁଦ୍ଧା ଦଳ 2 ୱିକେଟ୍‌ ହରାଇ 47 ରନ କରିଥିଲା । ବର୍ଷା ହେବାରୁ ଆଉ ଖେଳ ସମ୍ଭବପର ହୋଇ ପାରିନଥିଲା । ଡକୱର୍ଥ ଲୁଇସ ନିୟମ ଅନୁଯାୟୀ 6.5 ଓଭରରେ ଭାରତ ପାଇଁ 45 ରନର ବିଜୟ ଲକ୍ଷ୍ୟ ଦିଆଯାଇଥିଲା । ଏହି ସମୟ ସୁଦ୍ଧା ଭାରତ 2 ୱିକେଟ ହରାଇ 47 ରନ କରିଥିବାରୁ 2 ରନରେ ବିଜୟୀ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.