ETV Bharat / sports

ଶ୍ରୀଲଙ୍କା ଖେଳାଳିଙ୍କ ରିପୋର୍ଟ ନେଗେଟିଭ, ସୋମବାର ବାୟୋବବଲ ପ୍ରବେଶ - ଭାରତ ବନାମ ଶ୍ରୀଲଙ୍କା

ଭାରତ ବିପକ୍ଷ ସୀମିତ ଓଭର ସିରିଜ ପୂର୍ବରୁ ସଂପୂର୍ଣ୍ଣ ଶ୍ରୀଲଙ୍କା ଟିମ COVID-19 ନେଗେଟିଭ ଚିହ୍ନଟ । ଅଧିକ ପଢନ୍ତୁ...

All Sri Lanka first team players test negative in latest RT-PCR, likely to enter bubble on Monday
ଶ୍ରୀଲଙ୍କା ଖେଳାଳିଙ୍କ ରିପୋର୍ଟ ନେଗେଟିଭ, ସୋମବାର ବାୟୋବବଲ ପ୍ରବେଶ
author img

By

Published : Jul 11, 2021, 4:51 PM IST

କଲମ୍ବୋ: ଭାରତ ବିପକ୍ଷ ସୀମିତ ଓଭର ସିରିଜ ପୂର୍ବରୁ ସଂପୂର୍ଣ୍ଣ ଶ୍ରୀଲଙ୍କା ଟିମ COVID-19 ନେଗେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଏହି ଖବର ଉଭୟ କ୍ୟାମ୍ପ ପାଇଁ ଆଶ୍ବସ୍ଥିକର ହୋଇଛି । ଘରୋଇ ଟିମ୍‌ର ସିନିୟର ଖେଳାଳି କୁଶଲ ପରେରା, ଦୁଷ୍ମନ୍ତ ଚମୀରା ଓ ଧନଞ୍ଜୟ ଦି ସିଲଭାଙ୍କ ରିପୋର୍ଟ ସଦ୍ୟ RT-PCR ଟେଷ୍ଟରେ ନେଗେଟିଭ ରହିଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ(SLC) ଏହି ଟେଷ୍ଟର ଆୟୋଜନ କରିଥିଲା ।

ଫଳରେ ସୋମବାର ଠାରୁ ଖେଳାଳିଙ୍କୁ ବାୟୋବବଲରେ ପ୍ରବେଶ କରିବାକୁ ଅନୁମତି ମିଳିବ । ୟୁକେରୁ ଫେରିବା ପରେ ଏକ ସପ୍ତାହ କଡା କ୍ବାରେଣ୍ଟିନରେ ରହିସାରିଛନ୍ତି ଶ୍ରୀଲଙ୍କା ଖେଳାଳି ।

ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଲାୱର ଓ ଡାଟା ଆନିଲିଷ୍ଟ ଜିଟି ନିରୋସାନ COVID-19 ପଜିଟିଭ ଚିହ୍ନଟ ହେବାପରେ ଚିନ୍ତା ବଢିଥିଲା । ଏପରିକି ସିରିଜ ଖେଳାଯିବା ନେଇ ଆଶଙ୍କା ଦେଖାଦେଇଥିଲା । ପରେ ପଜିଟିଭ ଚିହ୍ନଟ ସଦସ୍ୟଙ୍କୁ ଆଇସୋଲେସନରେ ରଖାଯିବା ସହ ମ୍ୟାଚ ସୂଚୀରେ ପରିବର୍ତ୍ତନ ହୋଇଥିଲା । ଜୁଲାଇ 18ରୁ ପ୍ରଥମ ଦିନିକିଆ ଖେଳାଯିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.