କାବୁଲ: ଆଫଗାନିସ୍ତାନର ପାକିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିବସୀୟ ସିରିଜ ସେପ୍ଟେମ୍ବର ୩ରେ ଶ୍ରୀଲଙ୍କାରେ ହେବାକୁ ଯାଉଛି । ତାଲିବାନ ଆଫଗାନିସ୍ତାନକୁ କାବି କରିବେ ପରେ ବି ଏହି ମ୍ୟାଚ ହେବା ପାଇଁ ସୂଚୀରେ ରହିଥିବା ଆଫଗାନିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ସୂଚନା ଦେଇଛନ୍ତି ।
କ୍ରିକେଟ ବହୁତ ଭଲ କରୁଛି । ଆମେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ACB) କାର୍ଯ୍ୟାଳୟକୁ ଯାଉଛୁ । କ୍ରିକେଟ ଟିମ ଶ୍ରୀଲଙ୍କାରେ ପାକିସ୍ତାନ ସିରିଜ ପାଇଁ ପ୍ରସ୍ତୁତ ହେଉଥିବା ନିଶ୍ଚିତ ହୋଇଛି । ଆମେ ଯେତେ ଜଲଦି ସମ୍ଭବ ଦଳକୁ ଶ୍ରୀଲଙ୍କା ପଠାଇବୁ ବୋଲି କହିଛନ୍ତି ଏସିବି ସିଇଓ ହମିଦ ସିମୱାରୀ । ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅଫିସ୍କୁ ଗୁରୁବାର କବଜା କରିଛି ତାଲିବାନ। ଅଫିସ ଭିତରେ ତାଲିବାନୀମାନେ ବନ୍ଧୁକ ଧରି ପ୍ରବେଶ କରିଛନ୍ତି । ଦେଶରେ ଯେଉଁ ପରିସ୍ଥିତି ଉପୁଜିଛି ସେଥିରେ କ୍ରିକେଟ ପ୍ରଭାବିତ ହେବ ନାହିଁ ବୋଲି ଆଫଗାନିସ୍ତାନ କ୍ରିକେଟ ବୋର୍ଡର ପ୍ରମୁଖ ଅଧିକାରୀ କହିଛନ୍ତି ।
ତାଲିବାନ କାବୁଲକୁ କାବୁ କରିନେବା ପରେ ଦେଶର ଚିତ୍ର ବଦଳିଛି । ବିମାନସେବାରେ ଏକ ଶୂନ୍ୟସ୍ଥାନ ଦେଖିବାକୁ ମିଳିଛି । ବିମାନ ଉପଲବ୍ଧତା ପ୍ରଭାବିତ ହୋଇଛି । ହେଲେ ଆମେ ବିମାନ ପାଇବା ମାତ୍ର ଯାତ୍ରା ଆରମ୍ଭ କରିଦେବୁ । ଆମେ ଖେଳାଳିମାନେ କାବୁଲରେ ଏକାଠି ହୋଇଛନ୍ତି ଏବଂ ସିରିଜ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ସିନୱାରୀ ।
ସିନୱାରୀ ଆହୁରି କହିଛନ୍ତି ଆସନ୍ତା ଚାରିଦିନ ଭିତରେ ଟିମ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା ଆରମ୍ଭ କରିବ । ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ସମସ୍ତ ସୂଚନା ଜଣାଉଛୁ । ଆଫଗାନିସ୍ତାନକୁ ଆୟୋଜିତ କରିଥିବାରୁ ଶ୍ରୀଲଙ୍କ ବୋର୍ଡକୁ ଧନ୍ୟବାଦ ଜଣାଇଛନ୍ତି । ସମସ୍ତ ତିନି ମ୍ୟାଚ ହାମବାନଟାଟୋରେ ଖେଳାଯିବ ।
@IANS