ETV Bharat / sports

ଇଂଲଣ୍ଡରେ 75ତମ ସ୍ବାଧୀନତା ଦିବସ ପାଳିଲା ଟିମ ଇଣ୍ଡିଆ - ଲର୍ଡ୍ସ ଟେଷ୍ଟ

ଜାତୀୟ ସଙ୍ଗୀନ ଗାନ କରିବା ସହ ଇଂଲଣ୍ଡରେ 75ତମ ସ୍ବାଧୀନତା ଦିବସ ପାଳିଲା ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

75th Independence Day: Team India hoists flag ahead of Day 4 of Lord's Test
ଇଂଲଣ୍ଡରେ 75ତମ ସ୍ବାଧୀନତା ଦିବସ ପାଳିଲା ଟିମ ଇଣ୍ଡିଆ
author img

By

Published : Aug 15, 2021, 5:04 PM IST

ଲଣ୍ଡନ: ଦେଶ ପାଳୁଛି 75ତମ ସ୍ବାଧୀନତା ଦିବସ । ଇଂଲଣ୍ଡ ଗସ୍ତରେ ଥିବା ଟିମ ଇଣ୍ଡିଆର ଖେଳାଳିମାନେ କୋଚ୍‌ ରବି ଶାସ୍ତ୍ରୀଙ୍କ ସହିତ ଚତୁର୍ଥ ଦିନ ଖେଳ ଆରମ୍ଭ ପୂର୍ବରୁ ପତାକା ଉତ୍ତୋଳନ କରିଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)ର ନିଜର ଅଫିସିଆଲ ଟ୍ବିଟର ପେଜ୍‌ରେ ଏହି ସମୟର ଏକ ଭିଡିଓ ସେୟାର କରିଛି । ଜାତୀୟ ସଙ୍ଗୀନ ଗାନ କରିବା ସହ ବିରାଟ କୋହଲି ଓ ଟିମ ପତାକା ଉତ୍ତୋଳନ କରି ସ୍ବାଧୀନତା ଦିବସ ପାଳନ କରିଛନ୍ତି ।

ମହମ୍ମଦ ସିରାଜଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଲର୍ଡ୍ସ ଟେଷ୍ଟରେ ଇଂଲଣ୍ଡକୁ ପ୍ରଥମ ଇଂନିସରେ 391 ରନ୍‌ରେ ରୋକିଛି । ଇଂଲିସ କ୍ୟାପଟେନ ଜୋ ରୁଟ୍‌ ଅପରାଜିତ 180 ରନର ମାରାଥନ ଇଂନିସ ଖେଳିଥିଲେ । ଶେଷ ୱିକେଟ ଭାବେ ତୃତୀୟ ଦିନର ଶେଷ ବଲ୍‌ରେ ଆଣ୍ଡରସନ ଆଉଟ ହୋଇଥିଲେ । ତେବେ ଇଂଲଣ୍ଡ 27 ରନ୍‌ର ପ୍ରଥମ ଇଂନିସ ଅଗ୍ରଣୀ ଲାଭ କରିଛି । ଫଳରେ ଦ୍ବିତୀୟ ଇଂନିସରେ ଭ୍ରମଣକାରୀ ଦଳ ଯେତେ ସମ୍ଭବ ଅଧିକ ରନ ସଂଗ୍ରହ କରିବା ଲକ୍ଷ୍ୟରେ ରହିଛି ।

ପୂର୍ବରୁ 75ତମ ସ୍ବାଧୀନତା ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିବା ସହ ନୂଆଦିଲ୍ଲୀର ଲାଲକିଲ୍ଲାରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଭାରତର ସ୍ବାଧୀନତରା 75 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ମାର୍ଚ୍ଚ 2021ରେ ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ସାବରବତି ଆଶ୍ରମରୁ 'ସ୍ବାଧୀନତାର ଅମୃତ ମହୋତ୍ସବ' ଲଞ୍ଚ୍‌ କରିଥିଲେ । ଏହି ଉତ୍ସବ 15 ଅଗଷ୍ଟ 2023 ପର୍ଯ୍ୟନ୍ତ ଚାଲିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.