କେପଟାଉନ୍: ଦକ୍ଷିଣ ଆଫ୍ରିକା ଗସ୍ତର ଶେଷ ମ୍ୟାଚ୍ ଖେଳୁଛି ଟିମ ଇଣ୍ଡିଆ । ପ୍ରଥମେ ଟେଷ୍ଟ ସିରିଜ ପରାଜୟ ପରେ ODI ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ରେ ମଧ୍ୟ ପରାସ୍ତ ହୋଇଛି । ଫଳରେ ଆଜି କେପଟାଉନ୍ର ନ୍ୟୁଲାଣ୍ଡ୍ସରେ ଖେଳାଯାଉଥିବା ତୃତୀୟ ତଥା ଦିନିକିଆ ସିରିଜର ଶେଷ ମ୍ୟାଚ୍ରେ ସମ୍ମାନ ରକ୍ଷା ପାଇଁ ଭାରତ ପାଇଁ ଶେଷ ସୁଯୋଗ ରହିଛି ।
ଏହାମଧ୍ୟ ପଢନ୍ତୁ: ସୟଦ ମୋଦି ଇଣ୍ଟରନ୍ୟାସନାଲ ୨୦୨୨ ଟୁର୍ଣ୍ଣାମେଣ୍ଟ ଟାଇଟେଲ ଜିତିଲେ ସିନ୍ଧୁ
-
Innings Break!
— BCCI (@BCCI) January 23, 2022 " class="align-text-top noRightClick twitterSection" data="
South Africa all out for 287. #TeamIndia chase coming up shortly. Stay tuned.
Scorecard - https://t.co/dUN5jhH06v #SAvIND pic.twitter.com/3BdpG9LsrM
">Innings Break!
— BCCI (@BCCI) January 23, 2022
South Africa all out for 287. #TeamIndia chase coming up shortly. Stay tuned.
Scorecard - https://t.co/dUN5jhH06v #SAvIND pic.twitter.com/3BdpG9LsrMInnings Break!
— BCCI (@BCCI) January 23, 2022
South Africa all out for 287. #TeamIndia chase coming up shortly. Stay tuned.
Scorecard - https://t.co/dUN5jhH06v #SAvIND pic.twitter.com/3BdpG9LsrM
କ୍ଳିନସୁଇପ ଏଡାଇବାକୁ ଭାରତ ସାମ୍ନାରେ 288 ରନ୍ର ବିଜୟ ଲକ୍ଷ୍ୟ ରହିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୫୦ତମ ଓଭରରେ ସମସ୍ତ ୱିକେଟ ହରାଇ ୨୮୭ ରନ୍ ସଂଗ୍ରହ କରିଛି । ଘରୋଇ ଟିମ ପକ୍ଷରୁ ଓପନର କ୍ବିଣ୍ଟନ ଡି କକ୍ ୧୨୪ ରନ୍ର ଦମଦାର ଶତକୀୟ ଇଂନିସ ଖେଳିଛନ୍ତି । ରସି ଭନ ଡର ଡସନ ୫୨ ରନ୍ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଉଭୟ ଡି କକ୍ ଓ ଡସନ ପୁଣି ଥରେ ଭାରତୀୟ ବୋଲରଙ୍କୁ ପୁଣି ନିରାଶ କରିଛନ୍ତି ।
ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରୀଷ୍ଣା ସର୍ବାଧିକ ୩ଟି ୱିକେଟ ହାସଲ କରିଛନ୍ତି । ଦୀପକ ଚହର, ଜଶପ୍ରୀତ ବୁମରାଙ୍କୁ ଦୁଇଟି ଲେଖାଏଁ ଓ ୟୁଜଭେନ୍ଦ୍ର ଚହଲଙ୍କୁ ଗୋଟିଏ ୱିକେଟ ମିଳିଛି । ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ଘରୋଇ ଦକ୍ଷିଣ ଆଫ୍ରିକା ୨-୦ରେ ଆଗୁଆ ରହିଛି । ଫଳରେ ଆଜିର ମ୍ୟାଚ୍ରେ ବିଜୟ ସହ ସମ୍ମାନରକ୍ଷା ଲକ୍ଷ୍ୟରେ ରହିଛି ଭାରତ ।
ANI