ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡ୍ସ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଜାରି ରହିଛି । ଭାରତର ପ୍ରଥମ ଇଂନିସ ୩୬୪ରେ ଶେଷ ହୋଇଛି । ଶେଷ ୱିକେଟ ଭାବେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୪୦ ରନ୍ କରି ଆଉଟ ହୋଇଛନ୍ତି । ଭେଟେରାନ ଇଂଲିସ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଘାତକ ବୋଲିଂ ସହ ୫ ୱିକେଟ ହାସଲ କରିଛନ୍ତି । ଏହା ଆଣ୍ଡରସନଙ୍କ ୩୧ତମ ୫ ୱିକେଟ ହାସଲ ।
-
India score 88 runs for seven wickets on Day 2.
— ICC (@ICC) August 13, 2021 " class="align-text-top noRightClick twitterSection" data="
Jimmy Anderson finishes with 5/62.#WTC23 | #ENGvIND | https://t.co/rhWT865o91 pic.twitter.com/kxPWxFOnyS
">India score 88 runs for seven wickets on Day 2.
— ICC (@ICC) August 13, 2021
Jimmy Anderson finishes with 5/62.#WTC23 | #ENGvIND | https://t.co/rhWT865o91 pic.twitter.com/kxPWxFOnySIndia score 88 runs for seven wickets on Day 2.
— ICC (@ICC) August 13, 2021
Jimmy Anderson finishes with 5/62.#WTC23 | #ENGvIND | https://t.co/rhWT865o91 pic.twitter.com/kxPWxFOnyS
ପ୍ରଥମ ଦିନର ଅସମାପ୍ତ ସ୍କୋରରୁ ଖେଳ ଆରମ୍ଭ କରିଥିବା ଭାରତୀୟ ଟିମକୁ ଦ୍ବିତୀୟ ଦିନରେ ଆରମ୍ଭରୁ ଝଟକା ଲାଗିଥିଲା । ପ୍ରଥମ ଦିନରେ ଶତକ ହାସଲ କରି ଅପରାଜିତ ଥିବା ରାହୁଲ, ମାତ୍ର ଦୁଇ ରନ ଯୋଡିବା ପରେ ପାଭିଲିୟନ ଫେରିଥିଲେ । ଦିନର ଦ୍ବିତୀୟ ବଲରେ ଓଲି ରବିନସନଙ୍କ ବଲ୍ରେ ଆଉଟ ହୋଇଥିଲେ ରାହୁଲ । ଏହାର ୫ଟି ବଲ୍ ପରେ ଜେମ୍ସ ଆଣ୍ଡରସନ ଫର୍ମରେ ନଥିବା ଅଜିଙ୍କ୍ୟ ରାହାଣେଙ୍କୁ ଶିକାର କରିଥିଲେ । ଫଳରେ ୨୭୩/୩ ଥିବା ଭାରତ ୨୮୨ରେ ୫ ୱିକେଟ ହରାଇଥିଲା ।
ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଫ ପନ୍ତ ଓ ରବିନ୍ଦ୍ର ଜାଡେଜା ୧୮.୫ ଓଭରରେ ୪୯ ରନ୍ ଯୋଡିଥିଲେ । ପ୍ରଥମ ସେସନ ଶେଷ ହେବାକୁ ପ୍ରାୟ ୩୦ ମିନିଟ ପୂର୍ବରୁ ମାର୍କ ଉଡ୍ଙ୍କ ବଲ୍ରେ ଆଉଟ ହୋଇଥିଲେ ପନ୍ତ ।
ଏହାପରେ ମହମ୍ମଦ ସାମିଙ୍କୁ ମୋଇନ ଅଲୀ ପାଭିଲିୟନ ପଠାଇଥିଲେ ଓ ଭାରତର ସ୍କୋର ୩୪୬/7 ହୋଇଥିଲା ।
ମାତ୍ର ଜାଡେଜା କ୍ରିଜରେ ଥିବାରୁ ୪୦୦ ସ୍କୋର ଆଶା ରହିଥିଲା । ମାତ୍ର ଆଣ୍ଡରସନଙ୍କ ଘାତକ ବୋଲିଂ ଯୋଗୁଁ ଏହା ସମ୍ଭବ ହୋଇନଥିଲା । ଇଶାନ୍ତ ଶର୍ମା ଓ ଜଶପ୍ରୀତ ବୁମରା ଶୀଘ୍ର ଆଉଟ ହୋଇଥିଲେ । ଶେଷ ଖେଳାଳି ଭାବେ ଜାଡେଜା ୪୦ ରନର ଉପଯୋଗୀ ଇଂନିସ ଖେଳି ଆଉଟ ହୋଇଥିଲେ । ଫଳରେ ୩୬୪ ରନ୍ରେ ଭାରତର ପ୍ରଥମ ଇଂନିସ ଶେଷ ହୋଇଥିଲା ।
ସଂକ୍ଷିପ୍ତ ସ୍କୋର: ଭାରତ ୩୬୪ ଅଲଆଉଟ୍ ୧୨୬.୧ଓଭର(କେଏଲ ରାହୁଲ ୧୨୯, ରୋହିତ ଶର୍ମା ୮୩, ବିରାଟ କୋହଲି ୪୨, ଋଷଭ ପନ୍ତ ୩୭, ରବିନ୍ଦ୍ର ଜାଡେଜା ୪୦; ଜେମ୍ସ ଆଣ୍ଡରସନ ୫/62, ଓଲି ରବିନସନ ୨/୭୩, ମାର୍କ ଉଡ୍ ୨/୯୧) ବନାମ ଇଂଲଣ୍ଡ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ