ETV Bharat / sports

IND vs NZ: ଭାରତ ସାମ୍ନାରେ ଟାର୍ଗେଟ ୧୫୪

author img

By

Published : Nov 19, 2021, 9:02 PM IST

Updated : Nov 19, 2021, 10:45 PM IST

ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୩ ରନ୍‌ ସଂଗ୍ରହ କରିଛି । ଫଳରେ ଭାରତ ସାମ୍ନାରେ ୧୫୪ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

2nd t20: bowlers shines as India restrict New Zealand at at 153/6
IND vs NZ: ଭାରତ ସାମ୍ନାରେ ଟାର୍ଗେଟ ୧୫୪

ରାଞ୍ଚି: ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ଟିକିଆ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ୍‌ JSCA ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୩ ରନ୍‌ ସଂଗ୍ରହ କରିଛି । ଫଳରେ ଭାରତ ସାମ୍ନାରେ ୧୫୪ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ ଫିଲିପ୍ସ ସର୍ବାଧିକ ୩୪ ରନ୍‌ର ଇଂନିସ ଖେଳିଛନ୍ତି । ୨୧ ବଲ୍‌ରୁ ଗୋଟିଏ ଚୌକା ଓ ୩ଟି ଛକା ସହାୟତାରେ ୩୪ ରନ୍‌ର ଦ୍ରୁତ ଇଂନିସ ଖେଳିଛନ୍ତି ଫିଲିପ୍ସ । ଦୁଇ ଓପନର ମାର୍ଟିନ ଗପ୍ଟିଲ ୧୫ ବଲ୍‌ରୁ ୩୧ ଓ ଡାରିଲ ମିଚେଲ ୨୮ ବଲ୍‌ରୁ ୩୧ ରନ୍‌ର ଇଂନିସ ଖେଳିଛନ୍ତି ।

ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ସହ ପ୍ରଥମ ୱିକେଟ ଯୋଡିରେ ଦୁଇ କିୱି ଓପନର ୪.୨ ଓଭରରେ ୪୮ ରନ୍‌ ଯୋଡିଥିଲେ । ତେବେ ଏହାପରେ ଭାରତୀୟ ବୋଲର ନିୟମିତ ବ୍ୟବଧାନରେ ୱିକେଟ ହାସଲ କରି ରନ୍‌ ଗତି ଉପରେ ଅଙ୍କୁଶ ଲଗାଇଥିଲେ । ଫଳରେ ଏକସମୟରେ ବଡ ଟାର୍ଗେଟ ଆଡକୁ ଅଗ୍ରସର ହେଉଥିବା ନ୍ୟୁଜିଲାଣ୍ଡ ୧୫୩ ରନ୍‌ରେ ସୀମିତ ରହିଥିଲା ।

ଭାରତ ପକ୍ଷରୁ ଡେବ୍ୟୁ ମ୍ୟାଚ୍‌ ଖେଳୁଥିବା ହର୍ଷଲ ପଟେଲ ୪ ଓଭରରେ ୨୫ ରନ୍‌ ବ୍ୟୟରେ ୨ଟି ୱିକେଟ ହାସଲ କରି ସଫଳତମ ବୋଲର ରହିଛନ୍ତି । ସେହିପରି ଭୁବନେଶ୍ବର କୁମାର, ଦୀପକ ଚହର, ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 19, 2021, 10:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.