ETV Bharat / sports

India vs south Africa: ଦକ୍ଷିଣ ଆଫ୍ରିକା ଆଗରେ ୨୮୮ ରନ୍‌ର ଟାର୍ଗେଟ

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ରନ୍‌ ସଂଗ୍ରହ କରିଛି । ଫଳରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୮୮ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

author img

By

Published : Jan 21, 2022, 6:04 PM IST

Updated : Jan 21, 2022, 6:49 PM IST

india vs south africa
india vs south africa: ଦକ୍ଷିଣ ଆଫ୍ରିକାକୁ ୨୮୮ ରନ୍‌ର ଟାର୍ଗେଟ ଦେଲା ଭାରତ

ପର୍ଲ(ଦକ୍ଷିଣ ଆଫ୍ରିକା): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍‌ ବୋଲାଣ୍ଡ ପାର୍କ, ପର୍ଲରେ ଖେଳାଯାଉଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୨୮୭ ରନ୍‌ ସଂଗ୍ରହ କରିଛି । ଫଳରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୮୮ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ସିରିଜରେ ୦-୧ରେ ପଛୁଆ ଥିବାରୁ ଏହି ମ୍ୟାଚ୍‌ ଟିମ ଇଣ୍ଡିଆ ପାଇଁ କର ବା ମର ସଦୃଶ ହୋଇଛି ।

ଭାରତ ପକ୍ଷରୁ କ୍ୟାପଟେନ କେଏଲ ରାହୁଲ ୫୫ ଓ ୱିକେଟ କିପର ବ୍ୟାଟ୍‌ର ଋଷଭ ପନ୍ତ ୮୫ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଓପନର ଶିଖର ଧାୱନ ୨୯ ରନ୍‌ର ଯୋଗଦାନ କରିଛନ୍ତି । ପୂର୍ବତନ କ୍ୟାପଟେନ ବିରାଟ କୋହଲି ବିନା କୌଣସି ରନ୍‌ କରିବା ପୂର୍ବରୁ ଆଉଟ୍‌ ହୋଇଛନ୍ତି । ତେବେ ଭାରତୀୟ ବ୍ୟାଟିଂର ହିରୋ ରହିଥିଲେ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର । ୩୮ ବଲ୍‌ରୁ ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୦ ରନ୍‌ର ଉପଯୋଗୀ ଇଂନିସ ଖେଳିବା ସହ ଭାରତର ସ୍କୋର ୨୫୦ ପାର୍‌ କରାଇଥିଲେ ଶାର୍ଦ୍ଦୁଳ । ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ଶେଷ ପର୍ଯ୍ୟନ୍ତ ରହି ଠାକୁରଙ୍କ ଭରପୁର ସାତ୍‌ ଦେଇଥିଲେ ।

୨୩୯ ରନ୍‌ରେ ଭେଙ୍କଟସ ଆୟରଙ୍କ ରୂପରେ ଭାରତ ଷଷ୍ଠ ୱିକେଟ ହରାଇଥିଲା । ଏହାପରେ ଉଭୟ ଠାକୁର ଅଶ୍ବିନ ଲଢୁଆ ପ୍ରଦର୍ଶନ ସହ ଭାରତର ସ୍କୋର ୨୮୭ରେ ପହଞ୍ଚାଇଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ସ୍ପିନର ତାବ୍ରାଇଜ ସାମସି ଦୁଇ ୱିକେଟ ଅକ୍ତିଆର କରିଥିଲେ । ସିସାନ୍ଦା, ମାର୍କ୍ରମ, କେଶବ ମହାରାଜ ଓ ଆଣ୍ଡିଲେ ଫେହେଲୁକୱାୟୋ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

Last Updated : Jan 21, 2022, 6:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.