ETV Bharat / sports

World Cup 2023: ବିଶ୍ବକପରେ ଇତିହାସ ରଚିଥିଲେ ଏହି ଟପ୍‌ ବ୍ୟାଟର୍ସ, ବୋଲିଂ କରିବାକୁ ଭୟ କରୁଥିଲେ ବୋଲର

author img

By ETV Bharat Odisha Team

Published : Oct 1, 2023, 10:05 AM IST

ଆରମ୍ଭ ହେବାକୁ ଯାଉଛି ଆଇସିସି ଦିନିକିଆ ବିଶ୍ବକପ।ନଜର ପକାନ୍ତୁ ପୂର୍ବରୁ ଖେଳାଯାଇଥିବା ବିଶ୍ବକପ ମ୍ୟାଚରେ ଶ୍ରେଷ୍ଠ ପଦର୍ଶନ କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକା ଉପରେ। ଅଧିକ ପଢନ୍ତୁ

ICC Cricket World Cup
ICC Cricket World Cup

ହାଇଦ୍ରାବାଦ: ଆଉ ମାତ୍ର 4 ଦିନର ଅପେକ୍ଷା । ଆରମ୍ଭ ହୋଇଯିବ ଆଇସିସି ପୁରୁଷ ବିଶ୍ବକପ । ଷ୍ଟାଡିୟମରେ ହେବ ଛକା ଚୌକାର ବର୍ଷା, ଦର୍ଶକଙ୍କ ହୋହାଲ୍ଲାରେ କମ୍ପିବ ଷ୍ଟାଡିୟମ । ଦିନ ଯେତିକି ପାଖଉଛି କ୍ରୀଡା ପ୍ରେମୀଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବଢୁଛି । ବର୍ତ୍ତମାନ ସୁଦ୍ଧା ଭାରତ ଦୁଇଥର ବିଶ୍ବକପ ଟାଇଟଲ ହାତେଇଛି । 1975ରୁ ପ୍ରଥମ ଥର ପାଇଁ କ୍ରିକେଟ ବିଶ୍ବକପ୍‌ ଆରମ୍ଭ ହୋଇଥିଲା । ଏହାପରେ ଅନେକ ଦେଶ ଚମ୍ପିଆନ୍‌ ହୋଇ ଟାଇଟଲ ହାତେଇଛନ୍ତି । ଯେଉଁଥିରେ ବ୍ୟାଟର୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରି ଆସିଛନ୍ତି । ନଜର ପକାନ୍ତୁ ଦିନିକିଆ ବିଶ୍ବକପରେ ଶ୍ରେଷ୍ଠ ପଦର୍ଶନ କରିଥିବା ସେହି ବ୍ୟାଟର୍‌ଙ୍କ ତାଲିକା ଉପରେ ।

ସଚିତ ଚେନ୍ଦୁଲକର: ଦିନିକିଆ ବିଶ୍ବକପ ଇତିହାସରେ ଶ୍ରେଷ୍ଠ 5ଜଣ ବ୍ୟାଟରମାନଙ୍କ ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି କ୍ରିକେଟ କିମ୍ବଦନ୍ତୀ ତଥା ପୂର୍ବତନ ଭାରତୀୟ ବ୍ୟାଟର ସଚିନ ତେନ୍ଦୁଲକର । 1992ରୁ 2011 ମଧ୍ୟରେ ଖେଳାଯାଇଥିବା ବିଶ୍ବକପ୍‌ରେ ସାମିଲ ଥିଲେ ସଚିନ । ମୋଟ 45ଟି ବିଶ୍ବକପ ମ୍ୟାଚରୁ ସେ 44ଟିରେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲେ । 56.95 ହାରରେ 44ଟି ମ୍ୟାଚରୁ ସେ 2,278 ରନ କରିବାକୁ ସକ୍ଷମ ହୋଇଥିଲେ । ଏଥିରେ 6ଟି ଶତକ ଓ 15ଟି ଅର୍ଦ୍ଧଶତକ ସାମିଲ ରହିଛି । ଦୁଇଟି ମ୍ୟାଚ୍‌ରେ ସେ ଜିରୋରେ ଆଉଟ୍‌ ହୋଇଥିଲେ । ବିଶ୍ୱକପ୍‌ରେ ତେନ୍ଦୁଲକରଙ୍କ ସର୍ବାଧିକ ସ୍କୋର ହେଉଛି 154 ରନ୍ ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ବିଶ୍ବକପ୍‌ ପୂର୍ବରୁ ହାଜ୍‌ଲେଉଡ୍‌ଙ୍କ ପ୍ରଂଶସା, କହିଲେ ରୋହିତ ଓ ବିରାଟ ହେଉଛନ୍ତି ଦଶନ୍ଧିର ଶ୍ରେଷ୍ଠ ବ୍ୟାଟର

ରିକି ପଣ୍ଟିଂ: ଦିନିକଆ ବିଶ୍ବକପରେ ଶ୍ରେଷ୍ଠ ବ୍ୟାଟରମାନଙ୍କ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ । ସେ 46ଟି ମ୍ୟାଚରୁ 42ଟିରେ ବ୍ୟାଟିଂ କରିବାର ସୁଯୋଗ ପାଇଲେ । 42ଟି ଇନିଂସ ଖେଳି ସେ 45.86 ହାରରେ ମୋଟ 1,743 ରନ୍ ସଂଗ୍ରହ କରିଛନ୍ତି । ଏଥିରେ ତାଙ୍କର 5ଟି ଶତକ ଓ 6ଟି ଅର୍ଦ୍ଧଶତକ ସାମିଲ ରହିଛି । ଗୋଟିଏ ମ୍ୟାଚ୍‌ରେ ସେ ଜିରୋ ରନ୍‌ରେ ଆଉଟ୍‌ ହୋଇଥିଲେ । ତାଙ୍କର ସର୍ବାଧିକ ସ୍କୋର୍‌ ହେଉଛି 140 ରନ ।

କୁମାର ସାଙ୍ଗାକାରା : ବିଶ୍ବକପରେ ଶ୍ରେଷ୍ଠ ବ୍ୟାଟରମାନଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଶ୍ରୀଲଙ୍କାର ପୂର୍ବତନ ୱିକେଟକିପର ବ୍ୟାଟର କୁମାର ସାଙ୍ଗାକାରା। ସେ 2003ରୁ 2015 ପର୍ଯ୍ୟନ୍ତ ବିଶ୍ୱକପ ମ୍ୟାଚ୍‌ ଖେଳିଛନ୍ତି । ମୋଟ 37ଟି ମ୍ୟାଚ୍‌ ଖେଳିଥିବା ବେଳେ 35ଟିରେ ସେ ବ୍ୟାଟିଂ କରିବା ସୁଯୋଗ ପାଇଥିଲେ । 56.74 ହାରରେ 35ଟି ମ୍ୟାଚରୁ ସେ 1,532 ରନ୍ ସଂଗ୍ରହ କରିଥିଲେ । ଏଥିରେ 5ଟି ଶତକ ଓ 7ଟି ଅର୍ଦ୍ଧଶତକ ସାମିଲ ରହିଛି । ଗୋଟିଏ ମ୍ୟାଚ୍‌ରେ ସେ ଜିରୋରେ ଆଉଟ ହୋଇଥିଲେ । ତାଙ୍କର ସର୍ବାଧିକ ସ୍କୋର୍‌ ହେଉଛି 124 ରନ ।

ବ୍ରାଏନ ଲାରା: ବିଶ୍ବକପରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଓ ବ୍ୟାଟର ବ୍ରାଏନ୍ ଲାରା । ସେ 1992ରୁ 2007 ପର୍ଯ୍ୟନ୍ତ ବିଶ୍ୱକପ୍‌ରେ ଭାଗ ନେଇଛନ୍ତି । ଏହି ସମୟ ମଧ୍ୟରେ ସେ 34ଟି ମ୍ୟାଚ୍ ଖେଳିଥିବା ବେଳେ 33ଟି ମ୍ୟାଚରେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲେ । 42.34 ହାରରେ ମୋଟ 1,225 ରନ୍ ସ୍କୋର କରିଥିଲେ ବ୍ରାଏନ ଲାରା । ଏଥିରେ ଦୁଇଟି ଶତକ ଓ ଚାରୋଟି ଅର୍ଦ୍ଧଶତକ ସାମିଲ ରହିଛି । ତାଙ୍କର ସର୍ବାଧିକ ସ୍କୋର ହେଉଛି 116 ରନ ।

ଏବି ଡିଭିଲିୟର୍ସ: ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏବି ଡିଭିଲିୟର୍ସ । ଅର୍ଥୋଡକ୍ସ(ଅଡ଼ୁଆ) ସଟ୍‌ ଖେଳିବା ଯୋଗୁଁ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏଥିପାଇଁ ସେ 'ମିଷ୍ଟର 360 ଡିଗ୍ରୀ' ନାମରେ ମଧ୍ୟ ପରିଚିତ । ସେ 2007ରୁ 2015 ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ ମ୍ୟାଚ୍‌ରେ ସେ ସାମିଲ ଥିଲେ। ବିଶ୍ବକପରେ ସେ ମୋଟ 1,207 ରନ୍ କରିଥିବା ବେଳେ ଏଥିରେ 4ଟି ଶତକ ଓ 5ଟିଅର୍ଦ୍ଧଶତକ ସାମିଲ ରହିଛି । 4ଟି ମ୍ୟାଚ୍‌ରେ ସେ ଜିରୋରେ ଆଉଟ ହୋଇଥିଲେ । ତାଙ୍କର ସର୍ବାଧିକ ସ୍କୋର ହେଉଛି 162 ରନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.