ବେଙ୍ଗାଲୁରୁ: କ୍ରିକେଟର ରଚିଲେ ଇତିହାସ । ପଡିଆରେ ଚୌକା ଛକା ବର୍ଷା କରି ଖେଳାଳିଙ୍କ ନିଆରା ରନ ରେକର୍ଡ । ଦିନିକିଆରେ ଅଦ୍ଭୂତପୂର୍ବ ପ୍ରଦର୍ଶନ । 16 ବର୍ଷ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସଫଳତା ହାସଲ କରିଛନ୍ତି ତନ୍ମୟ ମଞ୍ଜୁନାଥ । 48ଟି ଚୌକା ଓ 28ଟି ଛକା ମାରି 407ରନର ରେକର୍ଡ କରିଛନ୍ତି ମଞ୍ଜୁନାଥ । ବେଙ୍ଗୁଲୁରରୁ ସାଗର କ୍ରିକେଟ କ୍ଲୁବ ଟିମ ଓ ଏଟିସିସି ଭାଦ୍ରବତୀ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସଫଳତା ହାସଲ କରିଛନ୍ତି ତନ୍ମୟ ମଞ୍ଜୁନାଥ । ଶିବାମୋଗାରରେ କେଏସସିଏ ପକ୍ଷରୁ ପେସେଟ କଲେଜ ଗ୍ରାଉଣ୍ଡରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା ।
ସାଗର କ୍ରିକେଟ କ୍ଲୁବ ଟିମର ଖେଳାଳି ତନ୍ମୟ ମାଞ୍ଜୁନାଥ । 50 ଓଭର ଟୁର୍ଣ୍ଣାମେଣ୍ଟରେ ଏକ ଅଦ୍ଭୂତପୂର୍ବ ପ୍ରଦର୍ଶନ କରିଛନ୍ତି ତନ୍ମୟ । ଦିନିକିଆରେ 407 ରନ ସଂଗ୍ରହ କରିଛନ୍ତି । ତନ୍ମୟଙ୍କ ଭାଗିଦାରୀରେ ଦଳ 583 ରନ କରିବାକୁ ସକ୍ଷମ ହୋଇଥିଲା । ଦଳୀୟ ସ୍କୋରରୁ ତନ୍ମୟ କେବଳ 407 ରନ କରିଛନ୍ତି । ସେଥିରୁ ସେ 48ଟି ଚୌକା ଓ 28ଟି ଛକା ମାରିଛନ୍ତି । ତନ୍ମୟଙ୍କ ସାଥ ଦେଇଥିବା ଖେଳାଳୀ ଅଶୁଂ 120 ରନ କରିଛନ୍ତି । ଦୁଇ ଖେଳାଳିଙ୍କ ମଧ୍ୟରେ 350ରନର ଭାଗିଦାରୀ ହୋଇଥିଲା । ଏହା ପରେ ଭାଦ୍ରବତୀ ଦଳ ଦଳ ସାଗର କ୍ରିକେଟ କ୍ଲୁବ ଟିମ ବିପକ୍ଷରେ ମାତ୍ର 73 ରନ କରି ଆଲଆଉଟ ହୋଇଥିଲା । ତନ୍ମୟଙ୍କ ପ୍ରଦର୍ଶନ ପାଇଁ ସାଗର କ୍ରିକେଟ କ୍ଲୁବ ଦଳ ବିଜୟୀ ହୋଇଛି ।
ଏହା ବି ପଢନ୍ତୁ...ବିଶ୍ବକପ ଜିତିବା ଅପେକ୍ଷା ଭାରତକୁ ହରାଇବାକୁ ଦଳ ଉପରେ ଥାଏ ଚାପ: ଶଦାବ ଖାନ୍
ତନ୍ମୟ ନଗେନ୍ଦ୍ର କ୍ରିକେଟ ଏକାଡେମୀରେ ଅଭ୍ୟାସ କରନ୍ତି । 16 ବର୍ଷୀୟ ରାଜ୍ୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରନ୍ତି ତନ୍ମୟ । ତାଙ୍କର ଏ ସଫଳତା ପଛରେ କଠିନ ପରିଶ୍ରମ ରହଛି । ସେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ କ୍ରିକେଟ ଅଭ୍ୟାସ କରନ୍ତି । ଏହା ତାଙ୍କ ପାଇଁ ଫଳପ୍ରଦ ହୋଇଥିବା କହିଛନ୍ତି ତନ୍ମୟ ।