ETV Bharat / sports

ରବିଚନ୍ଦ୍ରନ ଅଶ୍ବିନଙ୍କ 10 ପରିବାର ସଦସ୍ୟ କୋରୋନା ପଜିଟିଭ

ଭାରତୀୟ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ପରିବାରର 10ଜଣ ସଦସ୍ୟ କୋରୋନା ପଜିଟିଭ । ଅଧିକ ପଢନ୍ତୁ...

10 members of Ravi Ashwini's family returned COVID positive
ରବିଚନ୍ଦ୍ରନ ଅଶ୍ବିନଙ୍କ 10 ପରିବାର ସଦସ୍ୟ କୋରୋନା ପଜିଟିଭ
author img

By

Published : May 1, 2021, 8:43 PM IST

ନୂଆଦିଲ୍ଲୀ: ଭାରତୀୟ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ପତ୍ନୀ ପ୍ରିତି ନାରାୟଣଙ୍କ ବଡ ଖୁଲାସା । କଠିନ ସମୟ ଦେଇ ତାଙ୍କ ପରିବାର ଗତି କରୁଥିବା କହିଛନ୍ତି ପ୍ରିତି । ମହାମାରୀ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ପରିବାରର 10ଜଣ ସଦସ୍ୟ ।

  • Feeling ok enough to croak a tiny hi to all of you.6 adults and 4 children ended up testing+ the same week,with our kids being the vehicles of transmission - the core of my family,all down with the virus in different homes/hospitals..Nightmare of a week.1 of 3 parents back home.

    — Wear a mask. Take your vaccine. (@prithinarayanan) April 30, 2021 " class="align-text-top noRightClick twitterSection" data=" ">

ପରିବାର ଲୋକଙ୍କୁ ସହଯୋଗ ପାଇଁ ଷ୍ଟାର ସ୍ପିନର ଅଶ୍ବିନ ଗତ ରବିବାର ଚଳିତ ଆଇପିଏଲରୁ ବିରତି ନେବାକୁ ଘୋଷଣା କରିଥିଲେ । ଟୁର୍ଣ୍ଣାମେଣ୍ଟରୁ ଅଶ୍ବିନ ଓହରିବାର ଗୋଟିଏ ଦିନ ପରେ ପତ୍ନୀ ପ୍ରିତି ଏକାଧିକ ଟ୍ବିଟ କରିବା ସହ ପରିବାର ସଦସ୍ୟ କୋରୋନା ସଂକ୍ରମିତ ନେଇ ସୂଚନା ଦେଇଥିଲେ । ସଂକ୍ରମିତ 10 ପରିବାର ସଦସ୍ୟଙ୍କ ମଧ୍ୟରେ 6ଜଣ ପ୍ରାପ୍ତ ବୟସ୍କ ଥିବାବେଳେ 4ଜଣ ଛୋଟ ପିଲା ରହିଥିବା ଜଣାପଡିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ 24 ଘଣ୍ଟାରେ ଭାରତରେ 4,01,993 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.