ନୂଆଦିଲ୍ଲୀ: ‘ଫିଟ୍ ଇଣ୍ଡିଆ ଟକସ’ର ପ୍ରଥମ ଅଧିବେଶନରେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ ଯୋଗ ଦେଇଛନ୍ତି । ଏହି ଅବସରରେ ଦେଶର ଆଥଲେଟଙ୍କୁ ଉପଯୋଗୀ ପରାମର୍ଶ ଦେଇଛନ୍ତି ସିନ୍ଧୁ । ଖେଳାଳିଙ୍କୁ ବିଜୟ ପରାଜୟର ଭୟକୁ ଛାଡି ଖେଳକୁ ଉପଭୋଗ କରିବା ଉଚିତ ବୋଲି ସେ କହିଛନ୍ତି ।
2016 ରିଓ ଅଲମ୍ପିକ୍ସରେ ବ୍ୟାଡମିଣ୍ଟରେ ରୌପ୍ୟ ପଦକ ବିଜେତା ସିନ୍ଧୁ ବିଦ୍ୟାଳୟ ସ୍ତରରେ କ୍ରୀଡାର ମହତ୍ବ ନେଇ ଗୁରୁତ୍ବାରୋପ କରିଥିଲେ ।
ସିନ୍ଧୁ କହିଛନ୍ତି ସକରାତ୍ମକ ମାନସିକ ସ୍ଥିତି ପାଇଁ ଶାରୀରିକ ପରିଶ୍ରମ ନିତାନ୍ତ ଆବଶ୍ୟକ । ଦୈନିକ ଏକଘଣ୍ଟା କିମ୍ବା 45 ମିନିଟର ଶାରୀରିକ ଅଭ୍ୟାସ କୌଣସି ବି କ୍ରୀଡା ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରେ ବୋଲି ସିନ୍ଧୁ କହିଛନ୍ତି ।
ଫିଟ ଇଣ୍ଡିଆ ଟକସର ପ୍ରଥମ ଅଧିବେଶନରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ଆରପି ନିଶାଙ୍କ, କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଓ ଫୁଟବଲ ଟିମ ଇଣ୍ଡିଆର କ୍ୟାପଟେନ ସୁନୀଲ ଛେତ୍ରୀ ସାମିଲ ହୋଇଥିଲେ ।