ETV Bharat / sports

ୱାର୍ଲ୍ଡ ଟୁର ଫାଇନାଲ୍‌ସ: ବିଜୟ ସହ ସିନ୍ଧୁଙ୍କ ଅଭିଯାନ ଶେଷ

ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଥାଇଲାଣ୍ଡର ଚୋଚୁୟଙ୍ଗ ପୋର୍ନପାୱିଙ୍କୁ ହରାଇଛନ୍ତି ସିନ୍ଧୁ । ଅଧିକ ପଢନ୍ତୁ...

author img

By

Published : Jan 29, 2021, 7:09 PM IST

World Tour Finals: Sindhu finishes campaign with win over Pornpawee
ୱାର୍ଲ୍ଡ ଟୁର ଫାଇନାଲ୍‌ସ: ବିଜୟ ସହ ସିନ୍ଧୁଙ୍କ ଅଭିଯାନ ଶେଷ

ବ୍ୟାଙ୍କକ୍‌: ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ ବିଜୟ ସହ ଶେଷରେ ଫର୍ମକୁ ଫେରିଛନ୍ତି । ଚଳିତ ୱାର୍ଲ୍ଡ ଟୁର ଫାଇନାଲ୍‌ସରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଥାଇଲାଣ୍ଡର ଚୋଚୁୟଙ୍ଗ ପୋର୍ନପାୱିଙ୍କୁ ହରାଇଛନ୍ତି ସିନ୍ଧୁ । 21-18, 21-13 ସେଟ୍‌ରେ ଥାଇଲାଣ୍ଡ ପ୍ରତିପକ୍ଷଙ୍କୁ ହରାଇଛନ୍ତି ସିନ୍ଧୁ ।

ପ୍ରଥମ ସେଟରେ ଅଲମ୍ପିକ ରୌପ୍ୟ ପଦକ ବିଜେତା ସିନ୍ଧୁ କଡା ଟକ୍କର ଦେବାସହ 21-18ରେ ଜିତିନେଇଥିଲେ । ପରେ ଦ୍ବିତୀୟ ସେଟ୍‌କୁ ମଧ୍ୟ ଆକ୍ରମଣାତ୍ମକ ରଣନୀତି ସହ ଖେଳି 21-15ରେ ଜିତିନେଇଥିଲେ ।

ତେବେ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ଯୋଗୁଁ ଆଗାମୀ ରାଉଣ୍ଡରେ ପ୍ରବେଶ କରିବାକୁ ବଞ୍ଚିତ ହୋଇଛନ୍ତି ।

ଅନ୍ୟପଟେ ପୁରୁଷ ଏକକ ବର୍ଗରେ କିଦାମ୍ବୀ ଶ୍ରୀକାନ୍ତ କ୍ରମାଗତ ତୃତୀୟ ମ୍ୟାଚରେ ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.