ହାଇଦ୍ରାବାଦ: ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ ସେମିଫାଇନାଲରେ ପରାଜିତ ହୋଇଛନ୍ତି ସାଇପ୍ରଣୀତ । ବିଶ୍ବ ମାନ୍ୟତାର 1ନଂ ଖେଳାଳି ଜାପାନର କୋଣ୍ଟୋ ମୋମତାଙ୍କ ଠାରୁ ପରାସ୍ତ ହୋଇଛନ୍ତି ପ୍ରଣୀତ । 13-21, 8-21 ସେଟରେ ହାରି ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି ।
ଯୁବ ଖେଳାଳି ପ୍ରଣୀତଙ୍କର ଏହି ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ ରହିଥିଲା । ମାତ୍ର ସେମିଫାଇନାଲରେ ତାଙ୍କର ଯାତ୍ରା ଶେଷ ହୋଇଛି । ସାଇପ୍ରଣୀତ ପୁରୁଷ ଏକକ ବର୍ଗରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଏହି ସଫଳତା ପାଇବାରେ ସାଇ 36 ବର୍ଷରେ ପ୍ରଥମ ଭାରତୀୟ ହୋଇଛନ୍ତି । ପୂର୍ବରୁ ପ୍ରକାଶ ପାଦୁକୋନ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଭାରତ ପାଇଁ ପଦକ ଜିତିଥିଲେ ।