ETV Bharat / sports

Uber Cup 2021: ସ୍ପେନକୁ ୩-୨ରେ ହରାଇଲା ଭାରତ - ସ୍ପେନକୁ ୩-୨ରେ ହରାଇଲା ଭାରତ

ଗ୍ରୁପ ବି'ରେ ଥିବା ଭାରତ ସ୍ପେନକୁ ୩-୨ରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଅଧିକ ପଢନ୍ତୁ...

Uber Cup 2021:  India defeat Spain by 3-2
Uber Cup 2021: ସ୍ପେନକୁ ୩-୨ରେ ହରାଇଲା ଭାରତ
author img

By

Published : Oct 10, 2021, 8:57 PM IST

ଆରହସ(ଡେନମାର୍କ): ଚଳିତ ଉବର କପ୍‌ରେ ଭାରତର ଦମଦାର ବିଜୟ । ଗ୍ରୁପ ବି'ରେ ଥିବା ଭାରତ ପ୍ରଥମ ମ୍ୟାଚ୍‌ରେ ସ୍ପେନକୁ ୩-୨ରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ।

ଓପନିଂ ମ୍ୟାଚ୍‌ରେ ଭାରତୀୟ ମହିଳା ସିଙ୍ଗଲ୍ସ ଖେଳାଳି ଆଗୁଆ ରହିତିଲେ । ମାତ୍ର ସାଇନା ନେହୱାଲ ଆହତ କାରଣରୁ ଅଧାରୁ ସ୍ପେନର କ୍ଳାରା ଅଜୁରମେନ୍ଦିଙ୍କ ବିପକ୍ଷ ମ୍ୟାଚ୍‌ରୁ ଓହରିଯାଇଥିଲେ । ମାଂଶପେଶୀରେ ଯନ୍ତ୍ରଣା ପରେ ସାଇନା ଏହି ନିଷ୍ପତ୍ତି ନେଇଥିଲେ ।

ତେବେ ଆହତ ଅବସର ପୂର୍ବରୁ ସାଇନା ୨୦-୨୨ରେ ବିଶ୍ବ ମାନ୍ୟତାର ୫୮ ତମ ସ୍ଥାନରେ ଥିବା ଅଜୁରମେନ୍ଦିଙ୍କ ଠାରୁ ଅଳ୍ପକେ ପରାସ୍ତ ହୋଇଥିଲେ । ଏହାପେର ସାଇନା ଦ୍ବିତୀୟ ମ୍ୟାଚ୍‌ ଖେଳିବାକୁ ଅସମର୍ଥ ଦର୍ଶାଇଥିଲେ ।

ତେବେ ଦ୍ବିତୀୟ ମ୍ୟାଚ୍‌ରେ ୨୦ ବର୍ଷୀୟା ମାଳବିକା ବଂଶଦ ବିଶ୍ବ ମାନ୍ୟତାର ବିଟରିଜ କୋରେଲସଙ୍କୁ ସିଧାସଳଖ ସେଟ୍‌ରେ ମାତ ଦେଇଥିଲେ । ଜବରଦସ୍ତ ପ୍ରଦର୍ଶନ ସହ ସ୍ପେନ ପ୍ରତିପକ୍ଷଙ୍କୁ ୨୧-୧୩ ଓ ୨୧-୧୫ରେ ହରାଇଥିଲେ ମାଳବିକା ।

ତୃତୀୟ ମ୍ୟାଚ୍‌ରେ ଭାରତୀୟ ଡବଲ୍ସ ଯୋଡି ତାନିଶା କ୍ରାଷ୍ଟୋ ଓ ଋତୁପର୍ଣ୍ଣା ପଣ୍ଡା ୨୧-୧୦ ଓ ୨୧-୮ରେ ପାଉଲା ଲୋପେଜ ଓ ଲୋରେଜ ଉସଲେଙ୍କୁ ହରାଇ ଏକତରଫା ବିଜୟ ହାସଲ କରିଥିଲେ ।

ଭାରତୀୟ ଉବର କପ୍‌ ଟିମ ଅକ୍ଟୋବର ୧୨ରେ ସ୍କଟଲାଣ୍ଡ ବିପକ୍ଷରେ ଓ ଅକ୍ଟୋବର ୧୩ରେ ଥାଇଲାଣ୍ଡ ବିପକ୍ଷରେ ଖେଳିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.