ETV Bharat / sports

ବ୍ରୋଞ୍ଜ ବିଜୟିନୀ ସିନ୍ଧୁଙ୍କୁ ସଂସଦରୁ ଶୁଭେଚ୍ଛା - ପିଭି ସିନ୍ଧୁ ନ୍ୟୁଜ

ଟୋକିଓ ଅଲମ୍ପିକ୍‌ରେ ବ୍ରୋଞ୍ଜ ପଦକ ବିଜୟିନୀ ପିଭି ସିନ୍ଧୁଙ୍କୁ ସଂସଦର ଉଭୟ ଗୃହରୁ ଅଭିନନ୍ଦନ । ଅଧିକ ପଢନ୍ତୁ...

TOKYO OLYMPICS PARLIAMENT CONGRATULATES INDIAN ATHLETES
ବ୍ରୋଞ୍ଜ ବିଜୟିନୀ ସିନ୍ଧୁଙ୍କୁ ସଂସଦରୁ ଶୁଭେଚ୍ଛା
author img

By

Published : Aug 2, 2021, 12:35 PM IST

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଆଜି ଏକାଦଶ ଦିନ । ଆଜିର ଗୃହକାର୍ଯ୍ୟ ଆରମ୍ଭରେ ଟୋକିଓ ଅଲମ୍ପିକ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ପିଭି ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଛି ସଂସଦର ଉଭୟ ଗୃହ । ରାଜ୍ୟସଭାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସମସ୍ତ ସଦସ୍ୟଙ୍କ ପକ୍ଷରୁ ସିନ୍ଧୁଙ୍କୁ ବ୍ରୋଞ୍ଜ ପଦକ ଜିତିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଲୋକସଭାରେ ବାଚସ୍ପତି ଓମ ବିର୍ଲା, ସିନ୍ଧୁଙ୍କ ଦମଦାର ଐତିହାସିକ ପ୍ରଦର୍ଶନ ପାଇଁ ସମସ୍ତ ସଦସ୍ୟଙ୍କ ପକ୍ଷରୁ ଅଭିନନ୍ଦନ ଜଣାଇଛନ୍ତି ।

ରିଓ ଅଲମ୍ପିକ୍‌ରେ ରୌପ୍ୟ ପଦକ ଜିତିଥିବା ବିଶ୍ବ ଚମ୍ପିଆନ ସିନ୍ଧୁ (World Champion Sindhu) ରବିବାର, ଚୀନର ବିଙ୍ଗ୍‌ ଜିୟାଓଙ୍କୁ ୨୧-୧୩,୨୧-୧୫ରେ ହରାଇ ବ୍ରୋଞ୍ଜ ବିଜୟିନୀ ହୋଇଛନ୍ତି ।

ଟୋକିଓ ସିନ୍ଧୁଙ୍କ ସଫଳତା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସିନ୍ଧୁ ଅଲମ୍ପିକରେ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ଖେଳାଳି ବନିଯାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.