ହାଇଦ୍ରାବାଦ: ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ କ୍ୟାଟର ଫାଇନାଲରେ ପ୍ରବେଶ କରିଛନ୍ତି ପିଭି ସିନ୍ଧୁ । ଏହି ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳିଙ୍କର ବିଜୟ ଯାତ୍ରା ଜାରିରହିଛି । ସିନ୍ଧୁ 21-14, 21-6ଲ ସେଟରେ ଏକପାଖିଆ ବିଜୟୀ ହୋଇ କ୍ବାଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।
ବିଶ୍ବ ଚମ୍ପିଆନସିପରେ 4 ଥରର ପଦକ ବିଜେତା ସିନ୍ଧୁ କ୍ବାଟର ଫାଇନାଲ ମୁକାବିଲାରେ ବିଶ୍ବ ମାନ୍ୟତାର 2ନଂ ସ୍ଥାନରେ ଥିବା ତାଇଜ୍ୟୁ ୟିଙ୍ଗଙ୍କୁ ଭେଟିବେ ।
ତେବେ ପୂର୍ବରୁ ଗତ କିଛି ଟୁର୍ଣ୍ଣାମେଣ୍ଟରେ ସିନ୍ଧୁ ବଡ ମ୍ୟାଚରେ ବିଜୟରୁ ବଞ୍ଚିତ ହେଉଛନ୍ତି । ତେବେ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସିନ୍ଧୁ ନିଶ୍ଚିନ୍ତ ପଦକ ବିଜେତା ହେବେ ବୋଲି ଆଶା ରଖିଛନ୍ତି ।