ETV Bharat / sports

ଓର୍ଲେଆନ୍ସ ମାଷ୍ଟର ବ୍ୟାଡମିଣ୍ଟନ କ୍ବାର୍ଟର ଫାଇନାଲରେ ସାଇନା

author img

By

Published : Mar 25, 2021, 10:37 PM IST

ଓର୍ଲେଆନ୍ସ ମାଷ୍ଟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲରେ ପହଞ୍ଚିଲେ ସାଇନା ନେହୱାଲ। ଓର୍ଲେଆନ୍ସ ମାଷ୍ଟର ଦ୍ବିତୀୟ ରାଉଣ୍ଡରେ ସେ ଫ୍ରାନ୍ସର ମାରୀ ବାଟୋମେନେଙ୍କୁ ମାତ ଦେଇଛନ୍ତି। ଅଧିକ ପଢ଼ନ୍ତୁ...

ଓର୍ଲେଆନ୍ସ ମାଷ୍ଟର ବ୍ୟାଡମିଣ୍ଟନ କ୍ବାର୍ଟର ଫାଇନାଲରେ ସାଇନା
ଓର୍ଲେଆନ୍ସ ମାଷ୍ଟର ବ୍ୟାଡମିଣ୍ଟନ କ୍ବାର୍ଟର ଫାଇନାଲରେ ସାଇନା

ପ୍ୟାରିସ: ଓର୍ଲେଆନ୍ସ ମାଷ୍ଟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲରେ ପହଞ୍ଚିଲେ ସାଇନା ନେହୱାଲ। ଓର୍ଲେଆନ୍ସ ମାଷ୍ଟର ଦ୍ବିତୀୟ ରାଉଣ୍ଡରେ ସେ ଫ୍ରାନ୍ସର ମାରୀ ବାଟୋମେନେଙ୍କୁ ମାତ ଦେଇଛନ୍ତି । 51 ମିନିଟ ଧରି ଚାଲିଥିବା ଏହି ମ୍ୟାଚକୁ 3ଟି ସେଟ୍ 18- 21, 21- 15 ଓ 21- 10ରେ ଜିତି ନେଇଛନ୍ତି ସାଇନା ନେହୱାଲ।

ସେପଟେ ଆଉ ଏକ ମୁକାବିଲାରେ ବୁଲେଗେରିଆର ମାରିଆ ମିତଶୋବାଙ୍କୁ ପରାଜିତ କରିଛନ୍ତି ଭାରତର ଇରା ଶର୍ମା । ଦୁଇଟି ସେଟ 21 - 18 ଓ 21 - 13ରେ ମିତଶୋବା ପରାଜିତ ହୋଇଛନ୍ତି। 32 ମିନିଟ ଧରି ଏହି ମୁକାବିଲା ଚାଲିଥିଲା। ଇରା ଶର୍ମା ପରବର୍ତ୍ତୀ ମ୍ୟାଚ ଡେନମାର୍କର ଲିନ ଖ୍ରୀଷ୍ଟଫେରସେନଙ୍କ ସହ ଖେଳିବେ।

ଓର୍ଲେଆନ୍ସ ମାଷ୍ଟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ଯୁଗଳ ମୁକାବିଲାରେ ଏମଆର ଅର୍ଜୁନ ଓ ଧ୍ରୁବ କାପିଲା ଦ୍ବିତୀୟ ରାଉଣ୍ଡରେ ଇଂଲଣ୍ଡର ରୋରୀ ଏଷ୍ଟୋନ ଓ ଜାକ୍ ଋଷଙ୍କୁ ମାତ୍ ଦେଇ କ୍ବାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ଦୁଇଟି ସେଟ 21- 14 ଓ 21 - 16ରେ ଏମଆର ଅର୍ଜୁନ ଓ ଧ୍ରୁବ କାପିଲା ବିଜୟ ହାସଲ କରିଛନ୍ତି। ବର୍ତ୍ତମାନ କ୍ବାର୍ଟର ଫାଇନାଲକୁ ଉନ୍ନିତ ହୋଇଥିବା ସମସ୍ତ ଖେଳାଳିଙ୍କ ଲକ୍ଷ୍ୟ କ୍ବାର୍ଟର ଫାଇନାଲ ଉପରେ। ଏହି ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲକୁ ଉନ୍ନିତ ହେବାକୁ ଅଭ୍ୟାସ ଜାରି ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.