ETV Bharat / sports

ଥୋମାସ ଓ ଉବର କପ ଖେଳିବେ ପିଭି ସିନ୍ଧୁ

ବ୍ୟକ୍ତିଗତ କାରଣରୁ ଥୋମାସ ଓ ଉବର କପ ନଖେଳିବା ନିଷ୍ପତ୍ତି ପରିବର୍ତ୍ତନ କଲେ ପିଭି ସିନ୍ଧୁ । ଖେଳିବା ପାଇଁ ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ହିମାନ୍ତ ବିଶ୍ବ ଶର୍ମା ସିନ୍ଧୁଙ୍କୁ ଅନୁରୋଧ କରିଥିଲେ । ଅଧିକ ପଢ଼ନ୍ତୁ...

author img

By

Published : Sep 8, 2020, 2:31 PM IST

PV Sindhu to play in Thomas and Uber Cup,  Thomas and Uber Cup, shuttler pv sindhu, ଥୋମାସ ଓ ଉବର କପ ଖେଳିବେ ପିଭି ସିନ୍ଧୁ, ବ୍ୟାଡମିଣ୍ଟନ ଚାମ୍ପିୟନ ପିଭି ସିନ୍ଧୁ, ଥୋମାସ ଓ ଉବର କପ , ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆ
ଥୋମାସ ଓ ଉବର କପ ଖେଳିବେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିୟନ ପିଭି ସିନ୍ଧୁ ଥୋମାସ ଓ ଉପର କପ ଖେଳିବା ନେଇ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ସେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବେ ନାହିଁ ବୋଲି କହିଥିଲେ । ଡେନମାର୍କରେ ଅକ୍ଟୋବର 3ରୁ 11 ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ହିମାନ୍ତ ବିଶ୍ବ ଶର୍ମା ସିନ୍ଧୁଙ୍କୁ ଖେଳିବା ପାଇଁ ଅନୁରୋଧ କରିବା ପରେ ସୋମବାର ସେ ବ୍ୟକ୍ତିଗତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରି ଯିବା ନେଇ ନିଜର ପୂର୍ବ ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି ।

ଟ୍ବିଟ କରି ଶର୍ମା ଲେଖିଛନ୍ତି, ‘‘ଦଳରେ ଯୋଗଦେବାକୁ ମୁଁ ସିନ୍ଧୁଙ୍କୁ ଅନୁରୋଧ କରିଛି କାରଣ ଆମର ଅନୁକୂଳ ସ୍ଥିତି ରହିଛି ଏବଂ କପରେ ପଦକ ଜିତିବାର ସର୍ବୋତ୍ତମ ସୁଯୋଗ ଅଛି । ସେ ରାଜି ହୋଇଛନ୍ତି ଏବଂ ନିଜର ପାରିବାରିକ କାର୍ଯ୍ୟକ୍ରମକୁ ଆଗୁଆ ରଖିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାଦ୍ବାରା ସେ ଟିମ ସହ ଯୋଗ ଦେଇ ଦେଶ ପାଇଁ ଖେଳି ପାରିବେ ।’’

ହାଇଦ୍ରାବାଦସ୍ଥିତ ପୁଲ୍ଲେଲା ଗୋପିଚାନ୍ଦ ଏକାଡେମୀରେ ବର୍ତ୍ତମାନ ସିନ୍ଧୁ ସ୍ବତନ୍ତ୍ର ଅଭ୍ୟାସ କରୁଛନ୍ତି, ଯେଉଁଠାରେ ବର୍ତ୍ତମାନ ଜାତୀୟ ବ୍ୟାଡମିଣ୍ଟନ କ୍ୟାମ୍ପ ଜାରି ରହିଛି ।

26 ଜଣ ଭାରତୀୟ ସଟଲରଙ୍କୁ ବର୍ତ୍ତମାନ ସର୍ଟଲିଷ୍ଟ କରାଯାଇଛି । ଆସନ୍ତା ଟୁର୍ଣ୍ଣାମେଣ୍ଟ ପାଇଁ ସେପ୍ଟେମ୍ବର 17ରେ ଅନ୍ତିମ ଦଳ ଚୟନ କରାଯିବ ।

ଗ୍ରୁପ୍ ଡିରେ ଚୀନ, ଫ୍ରାନ୍ସ ଏବଂ ଜର୍ମାନୀ ସହିତ ଭାରତୀୟ ମହିଳା ଦଳ ସାମିଲ ହୋଇଥିବାବେଳେ ପୁରୁଷ ଦଳକୁ ଗ୍ରୁପ୍ ସିରେ ଡେନମାର୍କ, ଜର୍ମାନୀ ଏବଂ ଆଲଜେରିଆ ସହିତ ସ୍ଥାନିତ କରାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.