ETV Bharat / sports

ଥାଇଲାଣ୍ଡ ଓପନ: କ୍ବାର୍ଟରଫାଇନାଲକୁ ଉନ୍ନିତ ହେଲେ ସିନ୍ଧୁ

ଥାଇଲାଣ୍ଡ ଓପନ ବ୍ୟାଡମିଣ୍ଟନରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି । ଦ୍ବିତୀୟ ଲିଗ ମ୍ୟାଚରେ ଭାରତ ପିଭି ସିନ୍ଧୁ, ସମୀର ବର୍ମାଙ୍କ ସହ ଡବଲ୍ସ ଓ ମିକ୍ସ ଡବଲ୍ସ ଜୋଡ଼ି କ୍ବାର୍ଟରଫାଇନାଲକୁ ଉନ୍ନିତ ହୋଇଛନ୍ତି।

pv sindhu reached qurterfinals in thailand open 2021
ଥାଇଲାଣ୍ଡ ଓପନ: କ୍ବାର୍ଟରଫାଇନାଲକୁ ଉନ୍ନିତ ହେଲେ ସିନ୍ଧୁ
author img

By

Published : Jan 21, 2021, 7:57 PM IST

ହାଇଦ୍ରାବାଦ: ଥାଇଲାଣ୍ଡ ଓପନ ବ୍ୟାଡମିଣ୍ଟନରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି। ଦ୍ବିତୀୟ ଲିଗ ମ୍ୟାଚରେ ଭାରତ ପିଭି ସିନ୍ଧୁ, ସମୀର ବର୍ମାଙ୍କ ସହ ଡବଲ୍ସ ଓ ମିକ୍ସ ଡବଲ୍ସ ଜୋଡ଼ି କ୍ବାର୍ଟରଫାଇନାଲକୁ ଉନ୍ନିତ ହୋଇଛନ୍ତି। ତେବେ ଦ୍ବିତୀୟ ରାଉଣ୍ଡର ଆଉ ଗୋଟିଏ ମ୍ୟାଚରେ ଭାରତର ପୁରୁଷ ଡବଲ୍ସଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି।

ପିଭି ସିନ୍ଧୁ ଦ୍ବିତୀୟ ରାଉଣ୍ଡରେ ମାଲେସିଆର କିସୋନା ସେଲାଭାଡୁରେଙ୍କୁ ଦୁଇଟି ସେଟ 21-10, 21-12ରେ ପରାସ୍ତ କରିଛନ୍ତି। ଏହି ମ୍ୟାଚ ମାତ୍ର 35 ମିନିଟ ହିଁ ଚାଲିଥିଲା। ଦ୍ବିତୀୟ ରାଉଣ୍ଡରେ ଥାଇଲାଣ୍ଡର ରତଚାଓନକ ଇଣ୍ଟାନନ ଓ କୋରିଆର ହ୍ୟୁନ ସଙ୍ଗଙ୍କ ମଧ୍ୟରୁ ଯିଏ ବିଜୟୀ ହେବ ସେ କ୍ବାର୍ଟର ଫାଇନାଲରେ ପିଭି ସିନ୍ଧୁଙ୍କୁ ଭେଟିବେ।

ସେପଟେ ସମୀର ବର୍ମା ମଧ୍ୟ ଡେନମାର୍କର ରାସମସ ଜେମକେଙ୍କୁ ଦୁଇଟି ସେଟ 21-12, 21-19ରେ ପରାସ୍ତ କରିଛନ୍ତି। ଡେନାମାର୍କ ଓପନରେ ଫାଇନାଲ ମ୍ୟାଚ ଖେଳିଥିଲେ ରାସମସ। କ୍ବାର୍ଟର ଫାଇନାଲ ସେ ଡେନମାର୍କର ଆଣ୍ଡେର୍ସ ଆଣ୍ଟନସନଙ୍କୁ ଭେଟିବେ। କ୍ବାର୍ଟର ଫାଇନାଲ ପାଇଁ ମନୋବଳ ଦୃଢ଼ ଅଛି ବୋଲି କହିଛନ୍ତି ସମୀର ବର୍ମା।

ଏହାସହ ଭାରତର ଡବଲ୍ସ ସାତ୍ବିକ ରାଙ୍କିରେଡୀ ଓ ଚିରାଗ ସେଠୀ ସାଉଥ କୋରିଆର ସଲଗ୍ୟୁ ଚୋଇ ଓ ସେଉଙ୍ଗ ଯାୟେଙ୍କୁ 21-18 ଓ 23-21 ସେଟରେ ପରାସ୍ତ କରିଛନ୍ତି। ଶୁକ୍ରବାର ମାଲେସିଆର ଟିଓ ୟିଇ ଓ ଓଙ୍ଗ ୟ୍ୟୁ ସିନଙ୍କୁ ଭେଟିବେ। ଏଥିପାଇଁ ଦୁଇ ଖେଳାଳି ପ୍ରସ୍ତୁତ ଥିବା କଥା କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.