ETV Bharat / sports

26 ବର୍ଷରେ ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନ ପିଭି ସିନ୍ଧୁ, କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Jul 5, 2021, 3:33 PM IST

Updated : Jul 5, 2021, 5:43 PM IST

ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନ ତଥା ଅଲମ୍ପିକ ରୌପ୍ୟ ପଦକ ବିଜୟିନୀ ପିଭି ସିନ୍ଧୁ ସୋମବାର 25ବର୍ଷରେ ପାଦ ଥାପିଛନ୍ତି । ଅଧିକ ପଢନ୍ତୁ...

PV Sindhu birthday: Jwala Gutta, Kiren Rijiju lead wishes for ace shuttler
25 ବର୍ଷରେ ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନ ପିଭି ସିନ୍ଧୁ

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନ ତଥା ଅଲମ୍ପିକ ରୌପ୍ୟ ପଦକ ବିଜୟିନୀ ପିଭି ସିନ୍ଧୁ ସୋମବାର 26ତମ ଜନ୍ମଦିନ ପାଳନ କରୁଛନ୍ତି । ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା ଗୁଟ୍ଟା ଓ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁଙ୍କ ସମେତ କ୍ରୀଡାଜଗତର ଅନେକ ତାରକା ସିନ୍ଧୁଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟାଡମିଣ୍ଟନରେ ସିନ୍ଧୁଙ୍କ ସଫଳତମ ଓ ସ୍ବର୍ଣ୍ଣିମ କ୍ୟାରିୟର ରହିଛି । ଏନେକ ଟୁର୍ଣ୍ଣାମେଣ୍ଟ ପଦକ ବିଜେତା ରହିଛନ୍ତି ସେ, ଏଥିରେ ଅଲମ୍ପିକ୍ସ ଓ 2019 ବିଶ୍ବ ଚମ୍ପିଆନସିପରେ ସ୍ପର୍ଣ୍ଣ ପଦକ ସାମିଲ ରହିଛି ।

ବର୍ତ୍ତମାନ ସିନ୍ଧୁ ବିଶ୍ବ ମାନ୍ୟତାର ସପ୍ତମ ସ୍ଥାନରେ ରହିଛନ୍ତି । ଗତ କିଛି ବର୍ଷ ମଧ୍ୟରେ ସିନ୍ଧୁ ଭାରତୀୟ ବ୍ୟାଡମିଣ୍ଟନର ପ୍ରମୁଖ ଚେହେରା ରହିଛନ୍ତି । 2017 ରିଓ ଅଲମ୍ପିକ୍ସରେ ସ୍ପେନର କାରୋଲିନା ମାରିନଙ୍କ ବିପକ୍ଷରେ ରୌପ୍ୟ ପଦକ ଜିତିଥିଲେ ସିନ୍ଧୁ, ଏଥିସହିତ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଭାବେ ଅଲମ୍ପିକ ଫାଇନାଲ ଖେଳିବାର କୀର୍ତ୍ତିମାନ ନିଜ ନାମରେ କରିଥିଲେ ।

ପରେ ବର୍ଷ 2019ରେ ପୁନର୍ବାର ଇତିହାସ ରଚିଥିଲେ ସିନ୍ଧୁ । 1977ରୁ ସମ୍ମାନଜନକ ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନସିପ ଆରମ୍ଭ ଠାରୁ ପ୍ରଥମ ଭାରତୀୟ ଭାବେ ଫାଇନାଲରେ ବିଜୟ ସହ ସ୍ବର୍ଣ୍ଣରେ ଚମକିଥିଲେ । ଏଥିସହ ଏହି ଇଭେଣ୍ଟରେ ଦୁଇଥରର ଅଲମ୍ପିକ ପଦକ ବିଜେତା ଝାଙ୍ଗ ନିଙ୍ଗ୍‌ଙ୍କ 5ଟି ପଦକ ବିଜୟ ରେକର୍ଡ ସହ ସମକକ୍ଷ ହୋଇଥିଲେ । ଏପରିକି ଉଭୟଙ୍କର ପଦକ ରଙ୍ଗ ମଧ୍ୟ ସମାନ ଥିଲା- ଦୁଇଟି କାଂସ୍ୟ, ଦୁଇଟି ରୋପ୍ୟ ଓ ଗୋଟିଏ ସ୍ବର୍ଣ୍ଣ ।

ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ ମଧ୍ୟ ସିନ୍ଧୁଙ୍କ ଜନ୍ମଦିନ ଅବସରରେ ସ୍ବତନ୍ତ୍ର ଶୁଭେଚ୍ଛା ଜଣାଇଛି । ରିଓରେ ରୌପ୍ୟ ପଦକ ବିଜୟିନୀ ହୋଇଥିବା ସିନ୍ଧୁଙ୍କ ଠାରୁ ଆଗାମୀ ଟୋକିଓ 2020 ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଆଶା ରଖିଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 5, 2021, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.