ETV Bharat / sports

ଅଲମ୍ପିକ ପ୍ରସ୍ତୁତିରେ ବ୍ୟାଡମିଣ୍ଟନ ଷ୍ଟାର୍‌ ସାଇ ପ୍ରଣୀତ - 2019 ୱାର୍ଲ୍ଡ ଚମ୍ପିଆନସିପ୍‌

ଅଲମ୍ପିକ୍ସ ପୂର୍ବରୁ ନିଜର ଫିଟନେସ୍‌ର ସ୍ତର ବୃଦ୍ଧି କରିବା ଲକ୍ଷ୍ୟରେ ରହିଥିବା କହିଛନ୍ତି ସାଇ ପ୍ରଣୀତ । ଅଧିକ ପଢନ୍ତୁ...

My level will go up a couple of notches if I get fitter: Sai Praneeth
ଅଲମ୍ପିକ ପ୍ରସ୍ତୁତିରେ ବ୍ୟାଡମିଣ୍ଟନ ଷ୍ଟାର୍‌ ସାଇ ପ୍ରଣୀତ
author img

By

Published : Apr 22, 2021, 9:25 PM IST

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇ ପ୍ରଣୀତଙ୍କ ବଡ ବୟାନ । ଅଲମ୍ପିକ୍ସ ପୂର୍ବରୁ ନିଜର ଫିଟନେସ୍‌ର ସ୍ତର ବୃଦ୍ଧି କରିବା ଲକ୍ଷ୍ୟରେ ରହିଥିବା କହିଛନ୍ତି ପ୍ରଣୀତ ।

ବିଶ୍ବର ଶ୍ରେଷ୍ଠ ଖେଳାଳିଙ୍କ ସହ ମେଗା ଇଭେଣ୍ଟରେ ମୁକାବିଲା ଥିବାରୁ ଫିଟନେସ୍‌ର ସ୍ତର ବୃଦ୍ଧି କରିବା ଜରୁରୀ । ବ୍ୟାଡମିଣ୍ଟନ ସ୍ତର ମଧ୍ୟ ବୃଦ୍ଧି ପାଇଥିବାରୁ ପ୍ରସ୍ତୁତି ସେହି ମାତ୍ରାରେ କରିବାକୁ ହେବ । ଅଲମ୍ପିକ ଚ୍ୟାନେଲରେ ଏହା କହିଛନ୍ତି ପ୍ରଣୀତ ।

2019 ୱାର୍ଲ୍ଡ ଚମ୍ପିଆନସିପ୍‌ରେ ବ୍ରୋଞ୍ଜ ପଦକ ଜିତିଥିଲେ ପ୍ରଣୀତ । ଏଥିସହ ଚଳିତ ବର୍ଷ ଅଲ ଇଂଲଣ୍ଡ ଓପନ ଟୁର୍ଣ୍ଣାମେଣ୍ଟରେ ବିଶ୍ବର ନମ୍ବର 2 ମାନ୍ୟତା ଖେଳାଳି ଭିକ୍ଟର ଆକ୍ସେଲସନଙ୍କ ସହ ମୁହାଁମୁହିଁ ହୋଇଥିଲେ । ପ୍ରଥମ ମ୍ୟାଚ 21-15ରେ ଜିତିବା ପରେ ଦ୍ବିତୀୟ ମ୍ୟାଚରେ 5-0ରେ ଅଗ୍ରଣୀ ଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ଡାନିସ ଖେଳାଳିଙ୍କ ଠାରୁ ପରାଜିତ ହୋଇଥିଲେ ।

28 ବର୍ଷୀୟ ହାଇଦ୍ରାବାଦୀ ଖେଳାଳି କୋରୋନା ପଜିଟିଭ ଚିହ୍ନଟ ହେବାପରେ ପ୍ରାୟ 3 ସପ୍ତାହ ପ୍ରସ୍ତୁତି ପ୍ରଭାବିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.