ETV Bharat / sports

କୋରୋନା କାୟା: ସଂକ୍ରମଣ ଯୋଗୁଁ ମାଲେସିଆ ଓପନ ସ୍ଥଗିତ

ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ସ୍ଥଗିତ ହେଲା ମାଲେସିଆ ଓପନ । ଏହାକୁ ନେଇ ମାଲେସିଆ ବ୍ୟାଡମିଣ୍ଟନ ଆସୋସିଏସନ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ...

author img

By

Published : May 7, 2021, 4:17 PM IST

କୋରୋନା କାୟା: ସଂକ୍ରମଣ ଯୋଗୁଁ ସ୍ଥଗିତ ହେଲା ମାଲେସିଆ ଓପନ

ନୂଆଦିଲ୍ଲୀ: ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ସ୍ଥଗିତ ହେଲା ମାଲେସିଆ ଓପନ । ଏହାକୁ ନେଇ ମାଲେସିଆ ବ୍ୟାଡମିଣ୍ଟନ ଆସୋସିଏସନ ସୂଚନା ଦେଇଛନ୍ତି । ମେ ମାସ 25 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବା ନେଇ କାର୍ଯ୍ୟକ୍ରମ ରହିଥିଲା । ତେବେ ମାଲେସିଆରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ମାଲେସିଆ ଓପନ ସ୍ଥଗିତ ରଖିବା ନେଇ ମାଲେସିଆ ବ୍ୟାଡମିଣ୍ଟନ ଆସୋସିଏସନ ଓ ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ ମଧ୍ୟରେ ଆଲୋଚନା ହୋଇଥିଲା । ତେବେ ଏହି ଆଲୋଚନାରେ କୋରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି ।

ଏହାକୁ ନେଇ ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ ୱେବସାଇଟରେ ଏକ ପ୍ରେସ୍ ରିଲିଜ ଜାରି କରି କହିଛି ଯେ, 'ମାଲେସିଆ ବ୍ୟାଡମିଣ୍ଟନ କର୍ତ୍ତୃପକ୍ଷ ଓ ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ ପକ୍ଷରୁ ଖେଳାଳିଙ୍କୁ ସୁରକ୍ଷିତ ଭାବରେ ରଖି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବର୍ତ୍ତମାନ ଖେଳାଳିଙ୍କୁ ସେହି ପ୍ରକାର ସୁବିଧା ଦିଆଯାଇ ପାରିବ ନାହିଁ । ଫଳର ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରାଯାଇଛି । '

ମାଲେସିଆ ଓପନ 2021 ଏକ ସୁପର 750 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଭାବରେ ଖେଳ ସୂଚୀରେ ରଖି ବିଶ୍ବ ବ୍ୟାଡମଣ୍ଟନ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟକୁ ଟୋକିଓ ଅଲମ୍ପିକ୍ସ କ୍ବାଲିଫାୟର ଭଳି ଦେଖା ଯାଉଥିଲା । ତେବେ ପରବର୍ତ୍ତୀ ସମୟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଲେ ଏଥିରୁ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ପାରିବେନି କ୍ରୀଡ଼ାବିତ ।

ଭାରତରେ କୋରୋନା ସଂକ୍ରମଣ ଅଧିକ ରହିଥିବାରୁ ମାଲେସିଆ ସରକାରଙ୍କ ପକ୍ଷରୁ ଭାରତକୁ ଯାତାୟତ ଉପରେ ପ୍ରତିବନ୍ଧକ ଲାଗିଛି । ଫଳରେ ଭାରତ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.