ହାଇଦ୍ରାବାଦ: ଜାପାନ ଓପନରେ ଭାରତୀୟ ସର୍ଟଲରସଙ୍କ ମିଶ୍ରିତ ପ୍ରଦର୍ଶନ ଦେଖିବାକୁ ମିଳିଛି । ପୁରୁଷ ବର୍ଗରେ ବି. ସାଇପ୍ରଣୀଥ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ମାତ୍ର ମହିଳା ବର୍ଗରେ ଅଲମ୍ପିକ୍ ରୌପ୍ୟ ବିଜେତା ପି.ଭି ସିନ୍ଧୁ କ୍ବାର୍ଟରରେ ନିରାଶ କରିଛନ୍ତି ।
ଏହି ରାଉଣ୍ଡରେ ସିନ୍ଧୁ 18-21 ଓ 15-21 ସେଟରେ ଜାପାନର ଆକାନି ୟାମାଗୁଚିଙ୍କଠାରୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ପୂର୍ବରୁ ମଧ୍ୟ ସେ ଇଣ୍ଡୋନେସିଆ ଓପନ ଫାଇନାଲରେ ୟାମାଗୁଚିଙ୍କଠାରୁ ପରାସ୍ତ ହୋଇସାରିଛନ୍ତି । ତେବେ ପୁରୁଷ ଏକକ ବର୍ଗରେ ପ୍ରଣୀତ, ସୁଗ୍ୟାର୍ତୋଙ୍କୁ 21-12, 21-15 ସେଟରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।
ତେବେ ଆଗାମୀ ସେମିଫାଇନାଲରେ ସେ କୋଣ୍ଟୋ ମୋମତାଙ୍କୁ ଭେଟିବେ । ବିଶ୍ବ ମାନ୍ୟତାର 23 ନଂ ସ୍ଥାନରେ ଥିବା ପ୍ରଣୀତ ଚଳିତ ବର୍ଷରେ 2ୟ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ