ETV Bharat / sports

ଆଜି ବ୍ରୋଞ୍ଚ ପାଇଁ ଖେଳିବେ ସିନ୍ଧୁ - ଟୋକିଓ ଅଲିମ୍ପିକ

ଶନିବାର ଖେଳାଯାଇଥିବା ଏକକ ସେମିଫାଇନାରେ ରିଓ ରୌପ୍ୟ ପଦକ ହାସଲ କରିଥିବା ଟିଜୁ-ୟାଙ୍ଗିଙ୍କଠାରୁ ପରାସ୍ତ ହେବାପରେ ଫାଇନାଲରେ ପହଞ୍ଚିବାରେ ବିଫଳ ହୋଇଛନ୍ତି ସିନ୍ଧୁ । ଆଜି କାଂସ୍ୟ ପାଇଁ ଖେଳିବେ ସିନ୍ଧୁ । ଅଧିକ ପଢନ୍ତୁ...

ଆଜି ବ୍ରୋଞ୍ଚ ପାଇଁ ଖେଳିବେ ସିନ୍ଧୁ
ଆଜି ବ୍ରୋଞ୍ଚ ପାଇଁ ଖେଳିବେ ସିନ୍ଧୁ
author img

By

Published : Aug 1, 2021, 8:42 AM IST

ଟୋକିଓ: ବିଶ୍ବ ବିଜୟିନୀ ପିଭି ସିନ୍ଧୁଙ୍କ ସ୍ବର୍ଣ୍ଣ ପଦକ ସ୍ବପ୍ନ ମଉଳି ଯାଇଛି । ଶନିବାର ଖେଳାଯାଇଥିବା ଏକକ ସେମିଫାଇନାରେ ରିଓ ରୌପ୍ୟ ପଦକ ହାସଲ କରିଥିବା ଟିଜୁ-ୟାଙ୍ଗିଙ୍କଠାରୁ ପରାସ୍ତ ହେବାପରେ ଫାଇନାଲରେ ପହଞ୍ଚିବାରେ ବିଫଳ ହୋଇଛନ୍ତି ସିନ୍ଧୁ । ଆଜି କାଂସ୍ୟ ପାଇଁ ଖେଳିବେ ସିନ୍ଧୁ ।

ଆଜି(ରବିବାର) କାଂସ୍ୟ ପଦକ ପାଇଁ ମୁସାଶିନୋ ଫରେଷ୍ଟ ପାର୍କରେ ଚୀନର ବିଙ୍ଗ ଜିଆଓଙ୍କୁ ଭେଟିବେ । ଏହି ମ୍ୟାଚ ଜିତିଲେ ସେ ବ୍ରୋଞ୍ଜ ପଦକ ହାସଲ କରିବେ । ସିନ୍ଧୁଙ୍କ ସ୍ବର୍ଣ୍ଣ ପଦକ ସ୍ବପ୍ନ ଧୂଳିସାତ ହୋଇଛି ସତ ହେଲେ ଅଲମ୍ପିକରେ ତୃତୀୟ ସ୍ଥାନ ପାଇଁ ତାଙ୍କ ପାଖରେ ସୁଯୋଗ ରହିଛି ।

ପ୍ରକାଶ ଥାଉ କି, ଶନିବାର ସେମି ଫାଇନାଲ ମୁକାବିଲାରେ ତାଇ ଜୁ ୟିଙ୍କଙ୍କଠାରୁ ୧୮-୨୧, ୧୨-୨୧ରେ ପାରସ୍ତ ହୋଇଥିଲେ । ଏହା ପୂର୍ବରୁ ଆକାନେ ୟାମାଗୁଚିଙ୍କୁ ହରାଇବା ପର ସମଗ୍ର ଭାରତୀୟଙ୍କ ନଜର ସିନ୍ଧୁଙ୍କ ଉପରେ ଥିଲା । ରିଓ ଅଲମ୍ପିକରେ ଅଳ୍ପକେ ସ୍ବର୍ଣ୍ଣ ପଦକ ହାତଛଡା କରିଥିବା ସିନ୍ଧୁ ଏଥର ଟୋକିଓରେ ସଫଳତା ଅର୍ଜନ କରି ଇତାହାସ ରଚିବେ ବୋଲି ଆଶା କରାଯାଇଥିଲା । ହେଲେ ତାଇ ଜୁଙ୍କ ପ୍ରଦର୍ଶନ ଆଗରେ ସିନ୍ଧୁଙ୍କ ରଣନୀତି ବିଫଳ ହୋଇଛି ।

ବ୍ୟୁରେ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.