ETV Bharat / sports

ପରଲୋକରେ ବ୍ୟାଡମିଣ୍ଟନ ତାରକା ନନ୍ଦୁ ନାଟେକର, ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

author img

By

Published : Jul 28, 2021, 12:51 PM IST

ପରଲୋକରେ ବ୍ୟାଡମିଣ୍ଟନ ତାରକା ନନ୍ଦୁ ନାଟେକର । ୮୮ବର୍ଷ ବୟସରେ ନନ୍ଦୁ ନାଟେକରଙ୍କ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ପରଲୋକରେ ବ୍ୟାଡମିଣ୍ଟନ ତାରକା ନନ୍ଦୁ ନାଟେକର
ପରଲୋକରେ ବ୍ୟାଡମିଣ୍ଟନ ତାରକା ନନ୍ଦୁ ନାଟେକର

ପୁଣେ: ପରଲୋକରେ ବ୍ୟାଡମିଣ୍ଟନ ତାରକା ନନ୍ଦୁ ନାଟେକର । ୮୮ବର୍ଷ ବୟସରେ ନନ୍ଦୁ ନାଟେକରଙ୍କ ଦେହାନ୍ତ ହୋଇଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ନନ୍ଦୁଙ୍କର ମୃତ୍ୟୁ ହୋଇଛି । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

  • Shri Nandu Natekar has a special place in India’s sporting history. He was an outstanding badminton player and a great mentor. His success continues to motivate budding athletes. Saddened by his demise. My thoughts are with his family and friends in this sad hour. Om Shanti.

    — Narendra Modi (@narendramodi) July 28, 2021 " class="align-text-top noRightClick twitterSection" data=" ">

୧୯୫୬ରେ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ଟାଇଟେଲ ଜିତିଥିଲେ ନନ୍ଦୁ ନାଟେକର । ତାଙ୍କୁ ବ୍ୟାଡମିଣ୍ଟନର ଜନକ ବୋଲି କୁହାଯାଉଥିଲା । ଖେଳ ଜଗତରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ତାଙ୍କ ବିୟୋଗରେ ଭାରତୀୟ ବ୍ୟାଡମିଣ୍ଟନ ଶୋକ ପ୍ରକାଶ କରିଛି । ସେ ସର୍ବଦା ପରବର୍ତ୍ତୀ ପିଢି ପାଇଁ ପ୍ରେରଣାଦାୟୀ ବୋଲି ଟ୍ବିଟ କରି କହିଛି ବିଏଆଇ ।

ସେ ତାଙ୍କ କ୍ୟାରିୟରରେ ୧୯୫୪ରେ ଅଲ ଇଂଲଣ୍ଡ ଚାମ୍ପିୟନସିପର କ୍ବାଟର ଫାଇନାଲରେ ପ୍ରବେଶ କରିଥିଲେ । ସେ ୧୦୦ରୁ ଅଧିକ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟୀୟ ମ୍ୟାଚ ଖେଳିଛନ୍ତି । ୧୯୬୧ର ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ଜାତୀୟ ପୁରୁଷ ଡବଲ ଚମ୍ପିୟାନସିପରେ ୬ଥର ବିଜୟ ହୋଇଛନ୍ତି । ୧୯୬୫ ମସିହାରେ ଜାମାଇକା କମନୱେଲଥରେ ଭାରତ ପାଇଁ ପ୍ରତିନିଧିତ୍ବ କରିଥିଲେ ।

ନନ୍ଦୁ ନଟେକରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ଭାରତୀୟ ଖେଳ ଇତିହାସରେ ନନ୍ଦୁ ନାଟେକରଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ସେ ଜଣେ ଚମତ୍କାର ବ୍ୟାଡମିଣ୍ଟନ ଖେଳାଳି ସହିତ ଜଣେ ଭଲ ମେଣ୍ଟର । ତାଙ୍କ ସଫଳତା ସବୁବେଳେ ଆଥଲେଟଙ୍କ ପାଇଁ ପ୍ରେରଣା ଦେବ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.