ETV Bharat / sports

ଭାରତରେ ହେବ ଅନ୍ତର୍ଜାତୀୟ କ୍ରୀଡା ! - Pulwama attack

ଆସନ୍ତା ମାର୍ଚ୍ଚ 26ରେ ନୂଆଦିଲ୍ଲୀରେ ବ୍ୟାଡମିଣ୍ଟନ ୱାର୍ଲଡ ଫେଡେରେସନ(ବିଡବ୍ଲୁଏଫ) ପକ୍ଷରୁ ଇଣ୍ଡିଆନ ଓପନ ଆୟୋଜିତ ହେବ । ଏଥିରେ ବ୍ୟାଡମିଣ୍ଟନ ଜଗତର ଅନେକ ନାମୀଦାମୀ ଷ୍ଟାର ଭାଗ ନେଉଛନ୍ତି । ତେବେ ଆଇଓସିର ତାଗିଦ ପରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଆଶଙ୍କା ଦେଖାଦେଇଛି । ମାତ୍ର ଏପରି ଆଶଙ୍କାକୁ ଖଣ୍ଡନ କରିଛି ବିଡବ୍ଲୁଏଫ ।

ପ୍ରତୀକାତ୍ମକ ଫଟୋ
author img

By

Published : Feb 27, 2019, 9:42 PM IST

ମାଲେସିଆ: ପାକିସ୍ତାନ ଖେଳାଳିଙ୍କୁ ଭିସା ମନା କରିବା ପରେ ଭାରତରେ ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ ନେଇ ଅନ୍ତର୍ଜାତୀୟ ଅଲମ୍ପିକ ଆସୋସିଏସନ(ଆଇଓସି) ବ୍ୟାନ ଲଗାଇଛି । ଭବିଷ୍ୟତରେ ଭାରତରେ କୌଣସି ଅଲମ୍ପିକ କିମ୍ୱା ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ ନକରିବା ପାଇଁ ଏହା ସମସ୍ତ ଦେଶର କ୍ରୀଡା ଆସୋସିଏସନକୁ ନିର୍ଦ୍ଦେଶ ଦେଇଛି । କିନ୍ତୁ ଏବେ ଏଥିରେ ବ୍ୟତିକ୍ରମ ଦେଖା ଦେବା ସହ ଭାରତରେ ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ ନେଇ ଆଶା ଦେଖାଦେଇଛି ।

ସୂଚନାଯୋଗ୍ୟ ଯେ ଆସନ୍ତା ମାର୍ଚ୍ଚ 26ରେ ନୂଆଦିଲ୍ଲୀରେ ବ୍ୟାଡମିଣ୍ଟନ ୱାର୍ଲଡ ଫେଡେରେସନ(ବିଡବ୍ଲୁଏଫ) ପକ୍ଷରୁ ଇଣ୍ଡିଆନ ଓପନ ଆୟୋଜିତ ହେବ । ଏଥିରେ ବ୍ୟାଡମିଣ୍ଟନ ଜଗତର ଅନେକ ନାମୀଦାମୀ ଷ୍ଟାର ଭାଗ ନେଉଛନ୍ତି । ତେବେ ଆଇଓସିର ତାଗିଦ ପରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଆଶଙ୍କା ଦେଖାଦେଇଛି । ମାତ୍ର ଏପରି ଆଶଙ୍କାକୁ ଖଣ୍ଡନ କରିଛି ବିଡବ୍ଲୁଏଫ । ଟୁର୍ଣ୍ଣାମେଣ୍ଟ ବାତିଲ ନେଇ ଆଇଓସି ପକ୍ଷରୁ କୌଣସି ସରକାରୀ ନିର୍ଦ୍ଦେଶାନାମା ଆସିନଥିବାରୁ ଏହାର ଆୟୋଜନ ହେବାରେ କୌଣସି ସମସ୍ୟା ନାହିଁ ବୋଲି ବିଡବ୍ଲୁଏଫର ଯୋଗାଯୋଗ ଏବଂ ବିଜ୍ଞାପନ ନିର୍ଦ୍ଦେଶକ ଓୱେନ ଲିଡ କହିଛନ୍ତି ।

ଓୱେନ କହିଛନ୍ତି ଯେ ଫେବୃୟାରୀ 22ରେ ଆଇଓସି କେବଳ ଏକ ସରକାରୀ ବିଜ୍ଞପ୍ତି ଜାରି କରିଥିଲା । ମାତ୍ର ଏନେଇ ବିଡବ୍ଲୁଏଫକୁ କିଛି ନିର୍ଦ୍ଦେଶାନାମା ଆସିନାହିଁ । ଏପରିକି ଆଇଓସି ସେମାନଙ୍କ ସହ ଏନେଇ କୌଣସି ଯୋଗାଯୋଗ କରିନାହିଁ । ଇଣ୍ଡିଆନ ଓପନ ବନ୍ଦ ନେଇ ସେପରି କିଛି ସଠିକ ନିର୍ଦ୍ଦେଶ ନଥିବାରୁ ଏହା ପୂର୍ବ ନିର୍ଦ୍ଧାରିତ ତାରିଖ ଏବଂ ସ୍ଥାନରେ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

undefined

ଉଲ୍ଲେଖଯୋଗ୍ୟ ଯେ ପୁଲୱାମା ଆଟାକ ପରେ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ଠିକ ନାହିଁ । ପାକିସ୍ତାନକୁ ସବୁ କ୍ଷେତ୍ରରେ ବିରୋଧ କରିବା ସହ ଏକଘରକିଆ କରିବାକୁ ଭାରତ ପ୍ରୟାସ ଚଲାଇଛି । ଏହିକ୍ରମରେ ଭାରତରେ ହେବାକୁ ଥିବା ସୁଟିଂ ବିଶ୍ୱକପ ପାଇଁ ପାକିସ୍ତାନର 2 ଜଣ ସୁଟରଙ୍କୁ ଭାରତ ଭିସା ଦେଇନଥିଲା । ଫଳରେ ଆଇଓସି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଏଠାରୁ ଅଲମ୍ପିକ ସମ୍ବନ୍ଧୀୟ ସମସ୍ତ ଇଭେଣ୍ଟ ପ୍ରତ୍ୟାହାର କରିନେଇଥିଲା ।

Intro:Body:

asdfsdaf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.