କ୍ବାଲାଲାମପୁର: ମହାମାରୀ କୋରୋନା ଭାଇରସ ଯୋଗୁଁ ବାତିଲ ହେଲା ଇଣ୍ଡିଆ ଓପନ ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓ ସୟଦ ମୋଦି ଇଣ୍ଟରନ୍ୟାସନାଲ ସୁପର 300 ଟୁର୍ଣ୍ଣାମେଣ୍ଟ । ଏନେଇ ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ(BWF) ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି ।
କୋରୋନା ମହାମାରୀ ଯୋଗୁଁ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ କ୍ୟାଲେଣ୍ଡ ପ୍ରଭାବିତ ହୋଇଛି । ଫଳରେ ଏହି ଦୁଇ ଟୁର୍ଣ୍ଣାମେଣ୍ଟକୁ ବାତିଲ ହୋଇଛି ।
![India Open, Syed Modi International cancelled in BWF's adjusted calendar due to Covid-19](https://etvbharatimages.akamaized.net/etvbharat/prod-images/8582561_bwf.jpg)
ଇଣ୍ଡିଆ ଓପନ ପୂର୍ବରୁ ମାର୍ଚ୍ଚରେ ନୂଆଦିଲ୍ଲୀରେ ଆରମ୍ଭ ହେବା ନେଇ ସୂଚୀ ରହିଥିଲା । ପରେ ପରବର୍ତ୍ତିତ ସୂଚୀରେ ଡିସେମ୍ବର 8ରୁ 13 ପର୍ଯ୍ୟନ୍ତ ଖେଳାଯିବ ବୋଲି ସ୍ଥିର ହୋଇଥିଲା । ସୟଦ ମୋଦି ଲକ୍ଷ୍ନୌରେ ନଭେମ୍ବର 17ରୁ 22 ପର୍ଯ୍ୟନ୍ତ ଖେଳାଯିବା ନେଇ ଧାର୍ଯ୍ୟ ହୋଇଥିଲା । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟ ବାତିଲ ଘୋଷଣା ହୋଇଛି ।