ETV Bharat / sports

ଦିଲ୍ଲୀରେ କୋରୋନା ସ୍ଥିତି ସଙ୍ଗୀନ, ସ୍ଥଗିତ ହେଲା ଇଣ୍ଡିଆ ଓପନ 2021 - ସ୍ଥଗିତ ହେଲା ଇଣ୍ଡିଆ ଓପନ

ଭାରତୀୟ ବ୍ୟାଡମିଣ୍ଟନ ସଂଘ(BAI) ସାଧାରଣ ସମ୍ପାଦକ ଅଜୟ ସିଙ୍ଘାନିଆ, ଇଣ୍ଡିଆ ଓପନ 2021କୁ ସ୍ଥଗିତ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

India Open 2021 postponed due to surge in COVID-19 cases
ଦିଲ୍ଲୀରେ କୋରୋନା ସ୍ଥିତି ସଙ୍ଗୀନ, ସ୍ଥଗିତ ହେଲା ଇଣ୍ଡିଆ ଓପନ 2021
author img

By

Published : Apr 19, 2021, 6:40 PM IST

Updated : Apr 19, 2021, 6:50 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ବୃଦ୍ଧି ଯୋଗୁଁ ସ୍ଥଗିତ ହେଲା ଇଣ୍ଡିଆ ଓପନ 2021 । ଭାରତୀୟ ବ୍ୟାଡମିଣ୍ଟନ ସଂଘ(BAI) ସାଧାରଣ ସମ୍ପାଦକ ଅଜୟ ସିଙ୍ଘାନିଆ ଏନେଇ ସୋମବାର ଘୋଷଣା କରିଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣ ଦ୍ରୁତବେଗରେ ବୃଦ୍ଧି ପାଉଥିବାରୁ ଏହି ନିଷ୍ପତ୍ତି ନେଇଛି ସଂଘ ।

କେଡି ଯାଦବ ଇଣ୍ଡୋର ହଲ୍‌ରେ ମେ' 11ରୁ 16 ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାର ଥିଲା । ଏହି ଟୁର୍ଣ୍ଣାମେଣ୍ଟ BWF ୱାର୍ଲ୍ଡ ଟୁର ସୁପର 500 ଇଭେଣ୍ଟ ଥିଲା ଓ ଟୋକିଓ ଅଲମ୍ପିକ୍ସ ପାଇଁ ଶେଷ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ଏକ ଥିଲା ।

"ସମସ୍ତ ଖେଳାଳିଙ୍କୁ ସୁରକ୍ଷିତ ନିରାପଦ ପରିବେଶରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସମସ୍ତ ପ୍ରୟାସ ହୋଇଥିଲା । ମାତ୍ର ଦିଲ୍ଲୀରେ କୋଭିଡ-19 ସ୍ଥିତି ବେକାବୁ ହେବାପରେ ସଂଘ ନିକଟରେ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ପରିବର୍ତ୍ତେ ଅନ୍ୟ କୌଣସି ବିକଳ୍ପ ନଥିଲା ।" ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ ଏକ ଘୋଷଣାନାମାରେ ଏହା ଉଲ୍ଲେଖ କରିଛି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଏଲଜି ଅନିଲ ଜାଇଜଲଙ୍କ ସହିତ ମିଶି ଜାତୀୟ ରାଜଧାନୀରେ ଲକଡାଉନ ଜାରି କରିଛନ୍ତି । ସୋମବାର ରାତି 10ରୁ ଆସନ୍ତା ସୋମବାର(ଏପ୍ରିଲ 26) 6 ଦିନ ପର୍ଯ୍ୟନ୍ତ ଲକଡାଉନରେ ରହିବ ଦିଲ୍ଲୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 19, 2021, 6:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.