ଭୁବନେଶ୍ବର: ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ଲଗାତାର ଦୁଇଟି ସ୍ବର୍ଣ୍ଣ ପଦକ ଜିତି ପଞ୍ଜାବ ପାଇଁ ସୁନାମ ସାଉଁଟିଛନ୍ତି ହରମିଲନ କର ବେନ୍ସ ।
ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ବର୍ଗ 1500 ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିବା ସହ ବିଶ୍ବବିଦ୍ୟାଳୟ କ୍ରୀଡାରେ ଥିବା ରେକର୍ଡ ଭାଙ୍ଗି ନିଜ ନାମରେ କରିଥିଲେ। ସେହିପରି ଶନିବାର 800 ମିଟର ଦୌଡ଼ ରେ ସେ ନିଜର ସର୍ବୋତ୍ତମ ପ୍ରଦର୍ଶନ କରିବା ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ତେବେ ଏହି ସଫଳତା ପଛର ରାଜ ବିଷୟରେ ଜାଣିବା ସହ ତାଙ୍କୁ ଏହି ଦୌଡ଼ ପ୍ରତି କିଏ ପ୍ରୋତ୍ସାହିତ କରିଥିଲେ ଏବଂ ଭବିଷ୍ୟତରେ ଏହାକୁ ନେଇ କଣ ଆଶା ରଖିଛନ୍ତି ସେ ବିଷୟରେ ଆମ ପ୍ରତିନିଧି ତାଙ୍କ ସହ ଆଲୋଚନା କରିଥିଲେ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ