ETV Bharat / sports

ପ୍ରଥମ ଓଡିଆ ଭାବେ ପ୍ରମୋଦ ପାଇବେ ଖେଳରତ୍ନ, ରାଜ୍ୟପାଳଙ୍କ ଶୁଭେଚ୍ଛା - ରାଜ୍ୟପାଳ ଗଣେଷୀ ଲାଲ୍‌

ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ କେନ୍ଦ୍ରୀୟ କ୍ରୀଡ଼ା ପୁରସ୍କାର କମିଟି ଦ୍ବାରା ମନୋନୀତ ହୋଇଥିବା ପ୍ରମୋଦ ଭଗତଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଶୁଭେଚ୍ଛା । ଅଧିକ ପଢନ୍ତୁ...

Governor Ganeshi Lal congratulates Odisha's star para-shuttler Pramod Bhagat for  being nominated for  prestigious Major Dhyan Chand KhelRatna Award
ପ୍ରଥମ ଓଡିଆ ଭାବେ ପ୍ରମୋଦ ପାଇବେ ଖେଳରତ୍ନ, ରାଜ୍ୟପାଳଙ୍କ ଶୁଭେଚ୍ଛା
author img

By

Published : Oct 28, 2021, 4:38 PM IST

ଭୁବନେଶ୍ବର: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ଓଡିଆ ପୁଅ ପ୍ରମୋଦ ଭଗତଙ୍କ ନାମ ସୁପାରିଶ କରାଯାଇଛି । ଟୋକିଓ ପାରାଲମ୍ପିକ୍ସରେ ଦମ୍‌ଦାର ପ୍ରଦର୍ଶନ କରି ପାରା-ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ତାଙ୍କ ନାମକୁ ସୁପାରିସ କରିଛି କେନ୍ଦ୍ରୀୟ କ୍ରୀଡ଼ା ପୁରସ୍କାର କମିଟି । ଓଡ଼ିଶାର ପ୍ରଥମ କ୍ରୀଡ଼ାବିତ ଭାବରେ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇବାକୁ ଯାଉଛନ୍ତି ପ୍ରମୋଦ । ସେଥିପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସାମାଜିକ ଗଣମାଧ୍ୟମରେ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହାପୂର୍ବରୁ କୌଣସି ଓଡ଼ିଆ ଖେଳାଳି ଏହି ସମ୍ମାନ ପାଇନାହାନ୍ତି । ଜାତୀୟ କ୍ରୀଡ଼ା ପୁରସ୍କାର କମିଟି ପକ୍ଷରୁ ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ ପାଇଁ ମୋଟ 11 ଜଣ ଖେଳାଳିଙ୍କ ନାମ ସୁପାରିଶ କରାଯାଇଛି । ସେଥିରେ ପ୍ରମୋଦ ଭଗତଙ୍କ ନାମ ମଧ୍ୟ ସାମିଲ ରହିଛି । ୨୦୨୧ ବର୍ଷ ଭାରତ ଓ ଓଡ଼ିଶା ପାଇଁ ଏକ ବିଶେଷ ବର୍ଷ ହୋଇଛି । କାରଣ ଏହି ବର୍ଷ ୪୦ ବର୍ଷ ପରେ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳ କାଂସ୍ୟ ପଦକ ହାସଲ କରିଛି । ପୁଣି ଓଡ଼ିଆ ପୁଅ ପ୍ରମୋଦ ଭଗତ ଟୋକିଓ ପାରାଲମ୍ପିକ୍ସର ବ୍ୟାଡମିଣ୍ଟନ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରି ଦେଶ ଓ ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି ।

  • The news of winning the #KhelRatna award is like an icing on the cake after winning the first gold medal for India in badminton. I would like to congratulate all my other colleagues who have won the award and big thank you to everyone who has supported me in my journey. pic.twitter.com/ofkWWUbi7o

    — Pramod Bhagat (@PramodBhagat83) October 27, 2021 " class="align-text-top noRightClick twitterSection" data=" ">

ଏଥିପାଇଁ ଓଡ଼ିଆ ପୁଅ ପ୍ରମୋଦଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି । ପ୍ରମୋଦଙ୍କୁ ଏହି ସମ୍ମାନ ମିଳିଲେ ରାଜ୍ୟ ପାଇଁ ଏକ ଗୌରବର ବିଷୟ ହେବ । ପ୍ରଥମ ଥର ପାଇଁ କୌଣସି ଓଡ଼ିଆ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇବେ । ଖେଳରତ୍ନ ସମ୍ମାନ ପାଇଁ ସୁପାରିଶ କରାଯାଇଥିବା ତାଲିକାରେ ସୁଟର ଅବନି ଲେଖାରା, ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା, ଗୋଲକିପର ଶ୍ରୀଜେଶ, କୁସ୍ତି ଯୋଦ୍ଧା ପଦକ ବିଜେତା ରବି ଦହିୟା ମଧ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.