ETV Bharat / sports

ସାଇନା ନେହୱାଲ ଜଣାଇନାହାଁନ୍ତି କୌଣସି ଶୁଭେଚ୍ଛା: ପି.ଭି ସିନ୍ଧୁ

author img

By

Published : Aug 2, 2021, 4:39 PM IST

ସାମ୍ବାଦିକ ସମ୍ମିଳନୀରେ ସିନ୍ଧୁଙ୍କ ଖୁଲାସା, ମୁଖ୍ୟ କୋଚ୍‌ ପୁଲେଲା ଗୋପୀଚାନ୍ଦ ଶୁଭେଚ୍ଛା ଜଣାଇଛନ୍ତି, ସାଇନା ଜଣାଇ ନାହାନ୍ତି । ଅଧିକ ପଢନ୍ତୁ...

Gopi sir congratulated me, Saina 'no': PV Sindhu
ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇନାହାନ୍ତି ସାଇନା

ଟୋକିଓ: ସିନ୍ଧୁଙ୍କ ସଫଳତାରେ ସାରା ଦେଶବାସୀ ଖୁସି ମନାଇ ଶୁଭେଚ୍ଛା ଜଣାଉଥିବାବେଳେ ସିନିୟର ସର୍ଟଲର ସାଇନା ନେହୱାଲଙ୍କୁ ନେଇ କିଛି ଭିନ୍ନ ଖବର ରହିଛି । ସୋମବାର ସିନ୍ଧୁ କହିଛନ୍ତି, ନ୍ୟାସନାଲ ବ୍ୟାଡମିଣ୍ଟନ ମୁଖ୍ୟ କୋଚ୍‌ ପୁଲେଲା ଗୋପୀଚାନ୍ଦ ବ୍ରୋଞ୍ଜ ପଦକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ମାତ୍ର ସାଇନାଙ୍କ ନିକଟରୁ ସେପରି କିଛି ଶୁଭେଚ୍ଛା ବାର୍ତ୍ତା ପାଇନାହାନ୍ତି ।

ବିଶ୍ବ ଚମ୍ପିଆନ ସିନ୍ଧୁ, ରବିବାର ଦ୍ବିତୀୟ ଭାରତୀୟ ତଥା ପ୍ରଥମ ମହିଳା ଭାବେ ଦେଶକୁ ଦୁଇଟି ଅଲମ୍ପିକ ପଦକ ଦେବାରେ ଗୌରବ ହାସଲ କରିଛନ୍ତି । ଟୋକିଓରେ ବ୍ରୋଞ୍ଜ ଜିତିଥିବାବେଳେ, ରିଓ ଅଲମ୍ପିକରେ ୫ ବର୍ଷ ତଳେ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ରୌପ୍ୟରେ ଚମକିଥିଲେ ।

ଦ୍ବିତୀୟ ଅଲମ୍ପିକ ପଦକ ବିଜୟର ଗୋଟିଏ ଦିନ ପରେ ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ସିନ୍ଧୁ ।

କୋଚ୍‌ ଗୋପୀଚାନ୍ଦ ଓ ସାଇନାଙ୍କ ଠାରୁ ବିଜୟ ପରେ ଶୁଭେଚ୍ଛା ବାର୍ତ୍ତା ଆସିଛି ? ପ୍ରଶ୍ନର ଉତ୍ତରରେ ସିନ୍ଧୁ କହିଛନ୍ତି "କେବଳ ଗୋପୀ ସାର୍‌ ଅଭିନନ୍ଦନ ଜଣାଇଛନ୍ତି , ବାସ୍‌, ସୋସିଆଲ ମିଡିଆ ଦେଖିନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.