ETV Bharat / sports

ପୁଣି କ୍ରୀଡାରେ କୋରୋନା କଣ୍ଟା, 2ଟି ବ୍ୟାଡମିଣ୍ଟନ ସୁପର ଟୁର୍ଣ୍ଣାମେଣ୍ଟ ବାତିଲ - ଇଣ୍ଡୋନେସିଆ ମାଷ୍ଟର୍ସ

କୋରୋନା ଭାଇରସ ପାଇଁ ରୁଷିଆନ ଓପନ 2021 ଓ ଇଣ୍ଡୋନେସିଆ ମାଷ୍ଟର୍ସ 2021 ସୁପର 100 ଟୁର୍ଣ୍ଣାମେଣ୍ଟ ବାତିଲ । ଅଧିକ ପଢନ୍ତୁ...

COVID-19: Two BWF Tour Super 100 tournaments cancelled
ପୁଣି କ୍ରୀଡାରେ କୋରୋନା କଣ୍ଟା, 2ଟି ବ୍ୟାଡମିଣ୍ଟନ ସୁପର ଟୁର୍ଣ୍ଣାମେଣ୍ଟ ବାତିଲ
author img

By

Published : Apr 5, 2021, 5:03 PM IST

ହାଇଦ୍ରାବାଦ: କ୍ରୀଡା ଜଗତ ପାଇଁ ପୁଣି କଣ୍ଟା ସାଜିଲାଣି କୋରାେନା । କୋଭିଡ-19 କଟକଣା ଓ ସଂକ୍ରମଣ ଭୟ ଯୋଗୁଁ ବାତିଲ ହେଲା ଦୁଇଟି ଗୁରୁତ୍ବପୂର୍ଣ୍ଣ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ।

ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ(BWF) ସୋମବାର ରୁଷିଆନ ଓପନ 2021 ଓ ଇଣ୍ଡୋନେସିଆ ମାଷ୍ଟର୍ସ 2021 ସୁପର 100 ଟୁର୍ଣ୍ଣାମେଣ୍ଟକୁ ବାତିଲ ଘୋଷଣା କରିଛି ।

କୋଭିଡ-19 ସଂକ୍ରମଣ ବୃଦ୍ଧି ଓ ସେହି ମାତ୍ରାରେ ଲାଗୁ ହେଉଥିବା କଟକଣା ଆୟୋଜକଙ୍କୁ ଟୁର୍ଣ୍ଣାମେଣ୍ଟ ବାତିଲ ପାଇଁ ବାଧ୍ୟ କରିଛି ।

BWFର 82ତମ ବାର୍ଷିକ ସାଧାରଣ ବୈଠକ(AGM) ମଇ ମାସରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବ । ବୈଠକରେ ବ୍ୟାଡମିଣ୍ଟନ ଇଣ୍ଡୋନେସିଆ ଓ ବ୍ୟାଡମିଣ୍ଟନ ମାଳଦୀପ ପକ୍ଷରୁ ସ୍କୋରିଂ ପ୍ରକ୍ରିୟା ନିୟମରେ ସଂଶୋଧନ ନେଇ ଆଲୋଚନା ହେବ । BWF ବାର୍ଷିକ ସାଧାରଣ ବୈଠକ ମଇ 22ରେ ଅନୁଷ୍ଠିତ ହେବ ।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.