ହାଇଦ୍ରାବାଦ: ଟୋକିଓ ଅଲମ୍ପିକ୍ସରୁ ଓହରିଲେ ରିଓ 2016 ଅଲମ୍ପିକ ବ୍ୟାଡମିଣ୍ଟନ ଚମ୍ପିଆନ କାରୋଲିନା ମାରିନ ।
ବାମଆଣ୍ଠୁରେ ଆଘାତ ଯୋଗୁଁ ଚଳିତ ସପ୍ତାହରେ ସର୍ଜରୀ ହେବ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି କାରୋଲିନା । ଫଳରେ 27 ବର୍ଷୀୟା ବ୍ୟାଡମିଣ୍ଟନ ଷ୍ଟାର ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଟ୍ବିଟ ଯୋଗେଁ ଘୋଷଣା କରିଛନ୍ତି ।
ପୂର୍ବରୁ ଗତ ଶୁକ୍ରବାର ଟ୍ରେନିଂ ସମୟରେ କାରୋଲିନାଙ୍କ ବାମଆଣ୍ଠୁରେ ଆଘାତ ଲାଗିଥିଲା । ଏହାପରେ ସ୍ପାନିସ ବ୍ୟାଡମିଣ୍ଟନ ଖେଳାଳି ଅସହତ ଅନୁଭବ କରିଥିଲେ ଓ ପରେ ଟେଷ୍ଟରୁ ଆହତ ନେଇ ଜଣାପଡିଥିଲା ।
ଅନ୍ୟପଟେ ଶୁକ୍ରବାର, ବିଶ୍ବ ବ୍ୟାଡମନିଣ୍ଟନ ଫେଡେରେସନ(BWF) ଟୋକିଓ ଅଲମ୍ପିକ୍ସ ପାଇଁ ଆଉ କୌଣସି ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳାଯିବ ନାହିଁ ବୋଲି ସ୍ପଷ୍ଟ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ